September 19, 2024

Odia Express

Leading Odia News Portal of Odisha

ଆପଣଙ୍କର ଏହି ପ୍ରତିଦିନର ଅଭ୍ୟାସ ଖରାପ କରୁଛି ଆପଣଙ୍କର କିଡ୍ନି, ଆଜି ହିଁ ଛାଡି ଦିଅନ୍ତୁ ଏହି 6ଅଭ୍ୟାସ ନହେଲେ ଖରାପ ହୋଇଯିବ ଆପଣଙ୍କର କିଡ୍ନି ଏବଂ ହୋଇଯିବ ଆପଣଙ୍କ ମୃତ୍ୟୁ

ସାରା ଦୁନିଆରେ କିଡ୍ନିର ରୋଗ ଦ୍ଵାରା ପ୍ରଭାବିତ ଲୋକଙ୍କର ସଂଖ୍ୟା ବଢିଚାଲିଛି। ମେଡିକାଲ ସାଇନ୍ସରେ ଏହାକୁ କ୍ରୋନିକ କିଡ୍ନି ଡିଜିଜ (CKD)କୁହନ୍ତି। ସିକେଡ଼ି ମାନେ କିଡ୍ନିର କାମ କରିବା ବନ୍ଦ କରିଦେବା । ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ଲୋକଙ୍କ ଠାରେ ଜାଗରୁକତା ପ୍ରସାର କରିବା ପାଇଁ ମାର୍ଚର ଦ୍ଵିତୀୟ ଗୁରୁବାର ଦିନ ୱାର୍ଲ୍ଡ କିଡ୍ନି ଡେ ପାଳନ କରାଯାଉଛି ।ଆଜିର ସମୟରେ କୌଣସି ବି ବ୍ୟକ୍ତିଙ୍କ ପାଖରେ ଏତେ ସମୟ ନାହିଁ ଯେ ସେ ନିଜର ଶରୀରର ସମ୍ପୂର୍ଣ ଧ୍ୟାନ ରଖିପାରିବେ । ଆଜି ପରିବା ଠାରୁ ନେଇ ଚାଉଳ ପର୍ଯ୍ୟନ୍ତ ସବୁଥିରେ ଅପମିଶ୍ରଣ ହେଉଛି । ଏହି ଅପମିଶ୍ରିତ ଖାଦ୍ୟକୁ ଖାଇବା ଦ୍ଵାରା ଆମର ଶରୀରର ମହତ୍ଵପୂର୍ଣ୍ଣ ଅଂଗ ପ୍ରଭାବିତ ହେଉଛି, ଯାହାର କାରଣରୁ ଶରୀରରେ ଗମ୍ଭୀର ରୋଗ ମାନ ହୋଇଥାଏ ।

ଏହା ତ ସମସ୍ତଙ୍କୁ ଜଣା ଯେ ଆମର ଶରୀରରେ ବହୁତ ଅଂଗ ରହିଛି। ସବୁ ଅଂଗର ନିଜର ଭିନ୍ନ ଭିନ୍ନ କାମ ରହିଛି। ଏଥିରେ ଏକ ମହତ୍ଵପୂର୍ଣ୍ଣ ଅଂଗ ଅଟେ ଆମର କିଡ୍ନି । ଆପଣମାନେ ଜାଣିଥିବେ ଯେ କିଡ୍ନି ଆମର ରକ୍ତକୁ ଫିଲ୍ଟର କରିଥାଏ, ହର୍ମୋନ ତିଆରି କରେ, ଜରୁରୀ ମିନେରାଲସ କୁ ଶୋଷଣ କରେ ଏବଂ ପରିସ୍ରା ତିଆରି କରେ ।

ଏହା ସହିତ କିଛି ଖରାପ ଅଭ୍ୟାସ କାରଣରୁ ଆମକୁ ନିଜର କିଡ୍ନି ଖରାପ ହୋଇଯାଇଥାଏ ଏବଂ ଏହା ଏପରି ଅଭ୍ୟାସ ହୋଇଥାଏ ଯେ ଯାହାକୁ ଆମେ ପ୍ରତିଦିନ ନିଜର ଦିନଚର୍ଜ୍ୟାରେ କରିଥାଉ ଯାହାର ସିଧା ପ୍ରଭାବ ଆମର କିଡ୍ନି ଉପରେ ପଡିଥାଏ ଏବଂ ଆମେ ଏକଥାକୁ ଅଜ୍ଞାନ ରହିଥାଉ କିନ୍ତୁ ଯେବେ ସମସ୍ୟା ଗମ୍ଭୀର ରୂପ ନିଏ ସେତେବେଳେ ଯାହାର ଚିକିତ୍ସା ଅସମ୍ଭବ ହୋଇଥାଏ ଏବଂ ଅନେକ ସମୟରେ ତ ଆମକୁ ଆମର କିଡ୍ନିରୁ ହାତ ଧୋଇବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ ସେହି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ଯାହା ଜାଣତ ଅଜାଣତରେ ଆପଣଙ୍କ କିଡ୍ନିକୁ ବହୁତ ପ୍ରଭାବିତ କରେ ଏଥିପାଇଁ ଆମକୁ ସମୟ ପୂର୍ବରୁ ଏହି ଅଭ୍ୟାସ ଗୁଡିକୁ ସୁଧାରି ନେବା ଉଚିତ ଯଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ କିଡ୍ନି ସ୍ଵସ୍ଥ ରହିବ ।

ଅଧିକ ସମୟ ନିମନ୍ତେ ପରିସ୍ରାକୁ ରୋକି ରଖିବା: ଆପଣ ବହୁତ ଲୋକଙ୍କୁ ଦେଖିଥିବେ ଯେ ଅଧିକାଂଶ ସମୟ ପରିସ୍ରା ରୋକି କରି ରଖନ୍ତି । କେବେ କେବେ ତ ବାଧ୍ୟତା ମୂଳକ ଭାବରେ ତ କେବେ ଅଭ୍ୟାସ କାରଣରୁ । ଏଥିପାଇଁ ଆପଣଙ୍କୁ ଜଣେଇଦେବୁ ଯେ ଯଦି ଆପଣଙ୍କରମଧ୍ୟ  ଏହି କୁଅଭ୍ୟାସ ଅଛି ତେବେ ଆଜିଠାରୁ ନିଜର ଅଭ୍ୟାସ ବଦଳେଇ ଦିଅନ୍ତୁ ନହେଲେ କିଛି ଦିନରେ ଆପଣଙ୍କ କିଡ୍ନି ପଚିଯିବ ।

କମ ସମୟ ଶୋଇବା: ଯାହାକି ଆମେ ସମସ୍ତେ ଜାଣୁ ଯେ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆମକୁ କମ ସେ କମ 8ଘଣ୍ଟା ଶୋଇବା ନିହାତି ଆବଶ୍ୟକ ଅଟେ କିନ୍ତୁ ଆଜିର ସମୟରେ ବହୁତ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହୁଛନ୍ତି । ଅଧିକତର ଲୋକ ରାତି ସମୟରେ ମୋବାଇଲରେ ଚାଟିଙ୍ଗ କରିବାରେ ବ୍ୟସ୍ତ ରହନ୍ତି ତ କିଛି ଚାକିରି ଏବଂ ବୃତ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଏମିତିରେ ନିଦ ପୁରା ନହେବା କାରଣରୁ ତାଙ୍କର ଦିନଚର୍ଜ୍ୟାରେ ପରିବର୍ତ୍ତନ ଆସିବାରେ ଲାଗେ ଏବଂ ଅନେକ ପ୍ରକାର ରୋଗ ଉତ୍ପର୍ଣ୍ଣ ହେବାରେ ଲାଗେ । ଯାହାର ସିଧା ପ୍ରଭାବ ସେମାନଙ୍କ କିଡ୍ନି ଉପରେ ପଡେ ।

ଅଧିକ ଲୁଣ ଖାଇବା: ଲୁଣ ଆମର ଶରୀର ନିମନ୍ତେ ବହୁତ ଆବଶ୍ୟକ ଅଟେ ପରନ୍ତୁ ଏହାର ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରିବା ଆମ ନିମନ୍ତେ ହାନିକରକ ସିଦ୍ଧ ହୋଇପାରେ । ଜଣେଇଦେବୁ ଯେ ଅଧିକ ଲୁଣ କିମ୍ବା ଲୁଣିଆ ଭୋଜନ ଖାଇବାର ଅଭ୍ୟାସ ଆପଣଙ୍କ କିଡ୍ନିକୁ ଖରାପ କରିପାରେ। ପ୍ରକୃତରେ ଲୁଣରେ ଥିବା ସୋଡିଅମ ବ୍ଲଡ଼ପ୍ରେସର ବୃଦ୍ଧି କରେ ଏବଂ ଏହାଦ୍ୱାରା କିଡ୍ନି ଉପରେ ଖରାପ ପ୍ରଭାବ ପଡେ।

କମ  ପାଣି ପିଇବା: ପାଣି ଶରୀର ନିମନ୍ତେ ବହୁତ ଜରୁରୀ ହୋଇଥାଏ। କିଡ୍ନି ସଠିକ ଭାବରେ କାର୍ଯ୍ୟ ସେତେବେଳେ କରିଥାଏ ଯେବେ ସେ ଭଲ ଭାବରେ ହାଇଡ୍ରେଟ ହୋଇଥାଏ। ଭଲରେ ପାଣି ନପିଇବା କାରଣରୁ ରକ୍ତରେ ଥିବା ବିଷାକ୍ତ ତତ୍ଵ ଏକତ୍ର ହେବାରେ ଲାଗେ। ଶରୀରରେ ପାଣିର ଅଭାବ ହେବା କାରଣରୁ ଏହି ବିଷାକ୍ତ ତତ୍ଵ ଶରୀରରୁ ବାହାରି ପାରେ ନାହିଁ । ଏକ ଗବେଷଣା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନରେ 12ଗ୍ଲାସ ପାଣି ପିଇବା ଉଚିତ ।

ଅଧିକ କଷ୍ଟ ନିବାରକ ଔଷଧ ସେବନ କରିବା: ଅନେକ ସମୟରେ ଲୋକଙ୍କୁ ବାରମ୍ବାର ପୀଡା ସମସ୍ୟା ହୋଇଥାଏ। ଏମିତିରେ ସେମାନେ ବହୁତ ଅଧିକ ପେନକିଲରର ବ୍ୟବହାର କରିବାରେ ଲାଗନ୍ତି। ବାରମ୍ବାର କଷ୍ଟରେ ପିନକିଲର ଖାଇବା ମଧ୍ୟ ଆପଣଙ୍କ କିଡ୍ନି ଖରାପ ହେବାର ଏକ କାରଣ ହୋଇଯାଏ ।

ଇନଫେକସନକୁ ନଜରଅନ୍ଦାଜ କରିବା: ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ଥଣ୍ଡା ସର୍ଦି ଭଳି ଇନଫେକସନର ଖରାପ ପ୍ରଭାବ ମଧ୍ୟ କିଡ୍ନି ଉପରେ ପଡିଥାଏ, ଏଥିପାଇଁ ଏହାକୁ ଟିକେ ମଧ୍ୟ ନଜରଅନ୍ଦାଜ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *