September 12, 2024

Odia Express

Leading Odia News Portal of Odisha

ଯେବେ ଗଭୀର ଭାବେ ଆଘାତପ୍ରାପ୍ତ ହୋଇଯାଇଥିଲେ ଶନିଦେବ ସେତେବେଳେ ହନୁମାନ ବଞ୍ଚେଇ ଥିଲେ ଜୀବନ ଏବଂ ଚଢିବାକୁ ଲାଗିଥିଲା ଶନିଙ୍କ ଉପରେ ତେଲ…

ଶାସ୍ତ୍ର ଅନୁଯାୟୀ ଶାଣିଦେବ ମନୁଷ୍ୟର କର୍ମର ଆଧାର ଉପରେ ତାଙ୍କୁ ଫଳ ଦେଇଥାନ୍ତି। ଯଦି ଶାଣିଦେବ ଆପଣଙ୍କ ଉପରେ କ୍ରୋଧ କରିବେ କିମ୍ବା ଆପଣଙ୍କ ଉପରେ ଶନିଙ୍କର ସାଢେସାତି ଚଢିଯାଏ ତେବେ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଯାଏ। ଏହି ସ୍ଥିତିରେ ଲୋକମାନେ ଶନିବାର ଦିନ ଶାଣିଦେବଙ୍କୁ ତେଲ ଚଢେଇ ତାଙ୍କର କୃପା ପ୍ରାପ୍ତ କରନ୍ତି । କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ଶନିଦେବଙ୍କୁ ଏହି ତେଲ କାହିଁକି ଚଢାଯାଏ? ପ୍ରକୃତରେ ଏହା ପଛରେ ଏକ ପୌରାଣିକ କଥା ଅଛି ଯାହା ଅନୁଯାୟୀ ଏହି ତେଲ ଶାଣିଦେବଙ୍କୁ କଷ୍ଟରୁ ଲାଘବ ଦେବାର କାମ କରିଥାଏ। ଏଥିପାଇଁ ଏହି ତେଲ ଚଢେଇବା ଲୋକଙ୍କୁ ଶାଣିଦେବଙ୍କ କୃପା ମିଳିବାରେ ଲାଗେ ।

ଯେବେ ହନୁମାନଙ୍କ ଉପରେ ହୋଇଥିଲା ଶନି ଦଶା – ପୌରାଣିକ କଥା ଅନୁସାରେ ଯେବେ ସମୁଦ୍ର ଉପରେ ରାମସେତୁ ବାନ୍ଧିବା କାମ ଚଳୁଥିଲା, ସେତେବେଳେ ହନୁମାନଙ୍କ ଉପରେ ଶନିଙ୍କ ଦଶା ଆରମ୍ଭ ହେଉଥିଲା। ଏମିତିରେ ରାକ୍ଷସଙ୍କ ଦ୍ଵାରା ସେହି ବନ୍ଧକୁ କ୍ଷତି ପହଞ୍ଚେଇବାର ସୁଯୋଗ ବଢିଯାଇଥିଲା । ହନୁମାନଙ୍କୁ ନିଜର ବଳ ଏବଂ କୀର୍ତ୍ତି ନିମନ୍ତେ ପ୍ରସିଦ୍ଧି ମିଳିଥିଲା। ଏଥିପାଇଁ ଶାଣିଦେବ ନିଜେ ତାଙ୍କୁ ଗ୍ରହ ଚଳଣର ବ୍ୟବସ୍ଥାର ନିୟମ ଜଣେଇଥିଲେ। ଯେହେତୁ ସେହି ସମୟରେ ରାମସେତୁର ନିର୍ମାଣର କାର୍ଯ୍ୟ ହନୁମାନଙ୍କ ହାତରେ ଥିଲା ଏଥିପାଇଁ ସେ ଉତ୍ତର ଦେବାକୁ ଯାଇ କହିଥିଲେ ଯେ ସେ ପ୍ରକୃତିର ନିୟମର ଆଦର କରନ୍ତି କିନ୍ତୁ ରାମସେବା ତାଙ୍କ ନିମନ୍ତେ ପ୍ରଥମ ଅଟେ। ଏଥିପାଇଁ ସେ ପ୍ରକୃତିର ଏହି ନିୟମର ଉଲ୍ଲଂଘନ କରିବେ ।

ଏପରି ହନୁମାନ କରିଥିଲେ ଶନିଦେବଙ୍କୁ ଆଘାତ – ହନୁମାନ ଶନିଦେବଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ରଖିଥିଲେ । ସେ କହିଲେ ଯେ ଯେବେ ଏହି ରାମ କାର୍ଯ୍ୟ ସମାପ୍ତ ହେଇଯିବ ତ ମୁଁ ସ୍ଵୟଂ ଆପଣଙ୍କ ପାଖକୁ ଆସି ନିଜର ସଂପୂର୍ଣ୍ଣ ଶରୀର ସମର୍ପି ଦେବି। କିନ୍ତୁ ଶନିଦେବ ହନୁମାନଙ୍କର ଏହି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଶନିଦେବ ଯେପରି ହନୁମାନଙ୍କ ଶରୀରରେ ପ୍ରଭାବ ପକେଇଲେ ତ ହନୁମାନ ନିଜକୁ ପର୍ବତ ସହିତ ଧକ୍କା ଦେବା ଆରମ୍ଭ କରିଦେଲେ। ଏବେ ଶନିଦେବ ଯେଉଁ ଅଂଗ ଉପରେ ରହିଲେ , ହନୁମାନ ସେହି ଅଂଗକୁ ଜୋରରେ ପର୍ବତରେ ଧକ୍କା ଦେଲେ । ଏହି ପ୍ରକାର ଶେଷରେ ଶନିଦେବ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହେଲେ। ସେ ହନୁମାନଙ୍କୁ କ୍ଷମା ମାଗିଲେ।

ତିଳ ତେଲରେ ଶନିଦେବଙ୍କୁ ମିଳିଲା ଆରାମ – ଆହତ ଶନିଦେବ ଯେବେ କ୍ଷମା ମାଗିଲେ ତ ହନୁମାନ ଦୟା ଦ୍ରୁଷ୍ଟି ଦେଖାଇ ତାଙ୍କୁ ତିଳ ତେଲ ଦେଲେ । ଏହି ତେଲକୁ ଲଗେଇ ଆହତ ଶନିଦେବଙ୍କ ଶରୀରକୁ ଆରାମ ମିଳିଲା। ଏହାପରେ ହନୁମାନ ନିଜ ବଚନ ଦେଲେ ଯେ ସେ ତାଙ୍କ ଭକ୍ତଙ୍କୁ କେବେ କଷ୍ଟ ଦେବେ ନାହିଁ । କେବଳ ଏହି ଘଟଣା ପରେ ଶନିଦେବଙ୍କୁ ତିଳ ତେଲ ଚଢେଇବାର ପରମ୍ପରା ଆରମ୍ଭ ହେଲା ।

ତିଳ ତେଲର ମହତ୍ଵ – ଧାର୍ମିକ ମାନ୍ୟତା ଅନୁଯାୟୀ ତିଳ ଭଗବାନ ବିଷ୍ଣୁଙ୍କ ଶରୀରର ମଳି ହୋଇଥାଏ । ଏଥିରୁ ନିର୍ମିତ ତେଲ ପବିତ୍ର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଙ୍କ ଧାତୁ ସୀସା ହୋଇଥାଏ। ଧାତୁ ଦ୍ଵାରା ସିନ୍ଦୁର ତିଆରି ହୋଇଥାଏ। ଧାତୁ ଦ୍ଵାରା ସିନ୍ଦୁର ତିଆରି କରାଯାଏ। ସିନ୍ଦୁର ମଙ୍ଗଳର ଆଧିପତ୍ୟ ଅଟେ। ମଙ୍ଗଳ ଗ୍ରହ ଦେବୀ ପୃଥ୍ବୀଙ୍କର ପୁତ୍ର ଅଟନ୍ତି। ତାଙ୍କ ଗର୍ଭରୁ ଲୁହା ବାହାରିଥାଏ । ଏଥିପାଇଁ ଲୁହାକୁ ମଙ୍ଗଳ ଗ୍ରହର ଧାତୁ ମଧ୍ୟ କୁହାଯାଏ । ତେଲ ଲୁହାକୁ ସୁରକ୍ଷିତ ରଖିଥାଏ ଏବଂ ସେଥିରେ ଜଙ୍କ ଲାଗିବାକୁ ଦେଇନଥାଏ। ଏଥିପାଇଁ ଯଦି ଆପଣଙ୍କ ରାଶିରେ ମଙ୍ଗଳ ଭାରି ଅଛନ୍ତି ତ ଶନିଙ୍କର ଦୁଷ୍ପ୍ରଭାବସମାପ୍ତ ହେବାରେ ଲାଗେ । ଏହି କାରଣ ଅଟେ ଯେ ଶନିଦେବଙ୍କୁ ଶାନ୍ତି କରିବା ନିମନ୍ତେ ତିଳ ତେଲର ସମର୍ପଣ ରୂପରେ ଚଢା ଯାଇଥାଏ ।

Leave a Reply

Your email address will not be published. Required fields are marked *