December 22, 2024

Odia Express

Leading Odia News Portal of Odisha

ଝିଅ ଜନ୍ମ ହେବା ମାତ୍ରେ ବାପା ମା ଛାଡିଦେଲେ କିନ୍ନର ପାଖରେ- ତାପରେ ଏପରି ହେଲା ଯେ ଆପଣ ମଧ୍ୟ ଗର୍ବ କରିବେ …

ଆଜି ଆମେ ଆପଣଙ୍କୁ ଏକ ଏପରି ଝିଅ ବିଷୟରେ ଜଣେଇବାକୁ ଯାଉଛୁ, ଯାହାର ଜନ୍ମ ହେବା ମାତ୍ରେ ତାହାର ମାଆ ବାପା ତାକୁ ଛାଡିଦେଲେ। ଟିକେ ଚିନ୍ତା କରନ୍ତୁ କଣ ଅବସ୍ଥା ହୋଇଥିବ , ସେହି କୋମଳମତି କନ୍ୟାର , ଯେବେ ଜଣେ ମାଆ ବାପା ସେହି ଛୋଟ ବୟସରେ ତାକୁ ନିଜଠାରୁ ଅଲଗା କରିଦେଲେ। ଉଲ୍ଲେଖାଯୋଗ୍ୟ ଯେ ଏଠାରେ ଯେଉଁ ଝିଅର ଆମେ କଥା କହୁଛୁ , ତାହାର ନାମ ଜ୍ୟୋତି ଅଟେ ଓ ତେଇଶ ବର୍ଷ ପୂର୍ବେ ଜ୍ଯୋତିର ମା ବାପା ତାହାକୁ ଡିମ୍ପଲ ବାବାଙ୍କ ମୁଣିରେ ଦେଇଦେଲେ ଓ ଡିମ୍ପଲ ବାବାଙ୍କ ନାମ ଅଞ୍ଚଳରେ ବହୁତ ପରିଚିତ ଅଟେ। ହଁ ଆଜ୍ଞା ଏବେ ଏହି ଡିମ୍ପଲ ବାବା କିଏ, ଏହା ତ ଆପଣଙ୍କୁ ଆଗକୁ ପଢିବା ପରେ ଜଣା ପଡିବ। ବର୍ତ୍ତମାନ ଆମେ ଆପଣଙ୍କୁ ଏହା ଜଣେଇଦେବୁ ଯେ ବାବା ହିଁ ଜ୍ୟୋତିକୁ ବାଲ୍ୟକାଳରୁ ପାଳିପୋଷି ବଡ କରିଛନ୍ତି ଓ ତାକୁ ମାଆ ବାପା ଦୁହିଁଙ୍କର ସ୍ନେହ ଦେଇଛନ୍ତି।

ହଁ ଆଜ୍ଞା ଏପରିକି ସେ ନିଜର ଝିଅକୁ ଏତେ ପଢେଇଲେ ଲେଖେଇଲେ , ଯଦ୍ୱାରା ସେ ସମାଜରେ ମୁଣ୍ଡ ଉଠେଇ ଚାଲିପାରିବ ଓ କଥା କହିପାରିବ। କେବଳ ଏତିକି ନୁହେଁ ଏହା ବ୍ୟତିତ ଅମୃତସର ସହରର ପଞ୍ଜାବର ଇବାଲ ରୋଡରେ ଚୌଧୁରୀ ରିସର୍ଟରେ ଜ୍ୟୋତିର ବିବାହର କାର୍ଯ୍ୟକ୍ରମ ମଧ୍ୟ ସମ୍ପନ୍ନ କରଯାଇଥିଲା। ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଏଠାରେ ଡିମ୍ପଲ ବାବା ଅନ୍ୟ କେହି ନୁହନ୍ତି ପରନ୍ତୁ ଏକ କିନ୍ନର ଅଟନ୍ତି, ଯିଏ ଜ୍ୟୋତିକୁ ନିଜର ଝିଅ ଭଳି ପାଳିଲେ। ହଁ ଆଜ୍ଞା ଯେବେ ଜ୍ୟୋତିର ବିବାହ ଥିଲା ତେବେ ଲୋକମାନେ ଡିମ୍ପଲ ବାବା ଓ ତାଙ୍କର ଝିଅକୁ ନା କେବଳ ଉପହାର ଦେଇଥିଲେ ପରନ୍ତୁ ସେମାନେ ଅଭିନନ୍ଦନ ମଧ୍ୟ ଦେଇଥିଲେ। ଏବେ ଆପଣ ହିଁ କୁହନ୍ତୁ , ଏପରି ଅଦ୍ଭୁତ ବିବାହ ଆପଣ କେଉଁଠି ଦେଖିଛନ୍ତି ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଯେବେ ଜ୍ୟୋତି ଡିମ୍ପଲ ବାବାଙ୍କୁ ମିଳିଥିଲା, ତେବେ ସେ କେବଳ ଏକ ଦିନର ଥିଲା। ମାନେ ଏବେ ଏବେ ତାର ଜନ୍ମ ହୋଇଥିଲା। ଏହାପରେ ଜ୍ୟୋତି ବାବାଙ୍କ ପରିବାରର ଅଂଶ ହୋଇଗଲା। ଏହି ବିଷୟରେ ବାବାଙ୍କର କହିବା ଅଟେ ଯେ ସେ ପିଲାବେଳରୁ ହିଁ ଜ୍ୟୋତିକୁ ଝିଅଭଳି ପଲିଛନ୍ତି ଓ ତାକୁ ବହୁତ ଭଲ ପାଇଛନ୍ତି। ଏହା ସହିତ ବାବା କହିଛନ୍ତି ଯେ ସେହି ଦମ୍ପତ୍ତିଙ୍କର ଆଗରୁ ଚାରିଟି ସନ୍ତାନ ଥିଲେ ଓ ଚାରିଟି ଯାକ ଝିଅ ଥିଲେ। ଯେଉଁଥିପାଇଁ ସେମାନେ ଜ୍ୟୋତିକୁ ଏପରି ମାରିବାକୁ ଛାଡି ଦେଇ ଗଲେ ଓ ଯଦି ବାବା ତାହାର ମୁଣ୍ଡ ଉପରେ ହାତ ରଖି ନଥାନ୍ତେ , ତେବେ ଆଜି ବୋଧହୁଏ ସେ ଜୀବିତ ରହି ନଥାନ୍ତା। ଏକଥା ବାବାଙ୍କର କହିବା ଅଟେ ଯେ ଯେବେ ଜ୍ୟୋତି ତାଙ୍କୁ ମିଳିଲା ସେ ଉପହାର ରୂପରେ ଜ୍ୟୋତିକୁ ମହୁ ଚଟେଇଲେ ଓ ଗୀତ ଗାଇ ଶୁଏଇଲେ।

ଏପରିକି ରାତିରେ ଯେବେ ସେ ଭୋକିଲା ଥିଲା ଓ ଉଠି ଯାଉଥିଲା ତ ତାକୁ ବାବା ବୋତଲରେ କ୍ଷୀର ମଧ୍ୟ ପିଆଇ ଥିଲେ। ଜ୍ୟୋତି ଚାହୁଁଥିଲା ଯେ ସେ ବଡ ହୋଇ ଚାକିରି କରିବ ଓ ନିଜ ପାଦରେ ଠିଆ ହୋଇ ଦେଖେଇବ । ଏମିତିରେ ଡିମ୍ପଲ ବାବା ଜ୍ୟୋତିର ଏହି ସ୍ଵପ୍ନକୁ ପୂରଣ କଲେ ତୋ ତାକୁ ବହୁତ ପଢେଇଲେ। ଯଦି ସିଧା ଶବ୍ଦରେ କୁହାଯାଏ ତ ଜ୍ୟୋତିର ମା ବାପା ନିଜର ପଞ୍ଚମ କନ୍ୟାକୁ ଆପଣେଇବାରୁ ମନା କରିଦେଲେ, ତ ଡିମ୍ପଲ ବାବା ତାହାର ପୂର୍ଣ୍ଣ ଦାୟିତ୍ଵ ଉଠେଇଲେ। ଯଦିଓ ଜ୍ୟୋତିର ବିବାହ ପରେ ଡିମ୍ପଲ ବାବା ବହୁତ ଉଦାସ ଅଛନ୍ତି, କିନ୍ତୁ ତାଙ୍କୁ ଖୁସି ଏହି କଥାର ଅଟେ ଯେ, ଭଗବାନ ତାଙ୍କୁ ଯେଉଁ ଦାୟିତ୍ଵ ଦେଇଥିଲେ , ସେ ସେହି ଦାୟିତ୍ଵକୁ ପୂର୍ଣ୍ଣ ରୂପେ ନିର୍ବାହ କରିଛନ୍ତି ।

ଜ୍ୟୋତି ଯେବେ ପାଞ୍ଚ ବର୍ଷର ହୋଇଥିଲା ତେବେ ଅଞ୍ଚଳର ସ୍କୁଲ ରେ ନାମ ଲେଖାଗଲା। ଯେବେ ଜ୍ୟୋତିର ବିଦାୟୀର ସମୟ ଆସିଲା ଓ ସେ ତାହାର ମା ବାପାଙ୍କୁ ମାନେ ପଡିବା ବିଷୟରେ ପଚାରିଲା, ତ ଜ୍ୟୋତି କହିଲା ଯେ ଡିମ୍ପଲ ବାବା ହିଁ ମୋର ସବୁକିଛି ଅଟନ୍ତି। ଜଣେଇଦେବୁ ଯେ ଡିମ୍ପଲ ବାବା ପ୍ରଥମେ ତାକୁ ଗ୍ରାଜୁଏସନ କରିଏଲେ ଓ ତାପରେ କମ୍ପୁଟରରେ ଡିପ୍ଲୋମା ମଧ୍ୟ କରେଇଲେ। ଏମିତିରେ ଜ୍ୟୋତିର କହିବା ଅଟେ ଯେ ଯେଉଁ ଭଳି ସେ ମୋତେ ପାଳିଲେ, ସେହିଭଳି ମୋର ନିଜର ମା ବାପା ମଧ୍ୟ ପାଳିନଥାନ୍ତେ।

ଜ୍ୟୋତି ଭଗବାନଙ୍କର ଧନ୍ୟବାଦ ମଧ୍ୟ ଦେଇ କୁହେ ଯେ ତାକୁ ବାବାଙ୍କ ଭଳି ମାଆ ବାପା ମିଳିଲେ ଯିଏ ତାହାର ସମସ୍ତ ଛୋଟରୁ ଛୋଟ ଇଚ୍ଛା ପୂରଣ କରିଛନ୍ତି।

Leave a Reply

Your email address will not be published. Required fields are marked *