January 2, 2025

Odia Express

Leading Odia News Portal of Odisha

ଏହି କାରଣରୁ ଆକବରଙ୍କ ପତ୍ନୀ ମାନଙ୍କର ସୁରକ୍ଷା କରୁଥିଲେ କିନ୍ନର, କାରଣ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବ ନାହିଁ..

ମୋଗଲଙ୍କ ସମୟରେ ରାଜା ଅନେକ ବିବାହ କରୁଥିଲେ ଓ ଗୋଟିଏ ମହଲରେ ନିଜର ରାଣୀ ମାନନଙ୍କ ସହିତ ରାତିଦିନ ବିତଉଥିଲେ। ମୋଗଲ ଶକ୍ତିର ସବୁଠାରୁ ମହାନ ଶାସକ ଆକବରଙ୍କୁ କୁହାଯାଇଥାଏ। ଯାହାଙ୍କ ସାମ୍ରାଜ୍ୟର ବିସ୍ତାର ଭାରତୀୟ ଉପମହାଦେଶର ଅଧିକାଂଶ ଭାଗ ଥିଲା। ଭାରର ଇତିହାସରେ ଆକବର ବହୁତ ଲୋକପ୍ରିୟ ସମ୍ରାଟ ମାନ୍ୟ ହୋଇଥିଲେ ଯିଏ ଦିଲ୍ଲୀ ସହିତ ଭାରତର ଅନେକ ଭାଗରେ ବହୁତ ସମୟ ପର୍ଯ୍ୟନ୍ତ ରାଜୁତି କରିଥିଲେ, ଯାହାର ଛାପ ଆଜି ମଧ୍ୟ ଦେଖାଯାଇଥାଏ। ମୋଗଲଙ୍କ ମଧ୍ୟରେ ସବୁଠାରୁ ଅଧିକ ପ୍ରସିଦ୍ଧ ଆକବର ନିଜର ଅଦ୍ଭୁତ ପ୍ରକାର ଦୁଃସାହସିକ କାର୍ଯ୍ୟ ନିମନ୍ତେ ମଧ୍ୟ ଜଣାଯାନ୍ତି ଓ ସେହି ଦୁଃସାହସିକ କାର୍ଯ୍ୟ ମଧ୍ୟରୁ ଗୋଟିଏ ଏହା ଯେ ଆକବରଙ୍କର ପତ୍ନୀ ମାନଙ୍କର ସୁରକ୍ଷା କରୁଥିଲେ କିନ୍ନର, ଏହା ପଛର କାରଣ କଣ ଥିଲା ଆସନ୍ତୁ ଜାଣିବା ।

ଆକବରଙ୍କ ପତ୍ନୀ ମାନଙ୍କର ସୁରକ୍ଷା କରୁଥିଲେ କିନ୍ନର

ମୋଗଲଙ୍କ ବିଷୟରେ ଭାରତର ଇତିହାସରେ ବହୁତ କିଛି ଲେଖାଯାଇଛି। ଆକବର ମୋଗଲ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ସମ୍ରାଟ ଥିଲେ କିନ୍ତୁ ତାଙ୍କ ବିଷୟରେ ଗୋଟିଏ କଥା ଯାହା ବୋଧହୁଏ ଆପଣ ଜାଣିନଥିବେ ଯେ ଆକବରଙ୍କୁ ନିଜର ପତ୍ନୀମାନଙ୍କ ଉପରେ ଭରସା ନଥିଲା। ଆକବରଙ୍କୁ ଏକଥାର ଭୟ ଥିଲା ଯେ ଯଦି ତାଙ୍କ ମହଲରେ ଅନ୍ୟ ପୁରୁଷ ଆସିବେ ତେବେ ତାଙ୍କ ପତ୍ନୀମାନେ ସେହି ପରପୁରୁଷଙ୍କ ସହିତ ସମ୍ପର୍କ ରଖିପାରନ୍ତି ।

ଏଥିପାଇଁ ପତ୍ନୀ ମାନଙ୍କ ଉପରେ ନଜର ରଖିବାର ଦାୟିତ୍ଵ ଆକବର କିନ୍ନର ମାନଙ୍କୁ ଦେଇଥିଲେ। ମୋଗା ଶାସନର ସମୟରେ ମୋଗଲଙ୍କ ମହଲରେ କିନ୍ନର ସମ୍ରାଟଙ୍କର ବ୍ୟକ୍ତିଗତ ଜୀବନର ପ୍ରମୁଖ ଅଂଶ ଥିଲେ। ଅନେକ ସ୍ଥାନରେ ତାଙ୍କର ପ୍ରୟୋଗ ହେଉଥିଲା, ଖାସକରି ମୋଗଲଙ୍କ ହରମ ଓ ତାଙ୍କର ବୋହୁ-ଝିଅ ମାନଙ୍କର ସୁରକ୍ଷାରେ ତାଙ୍କର ପ୍ରୟୋଗ କରାଯାଉଥିଲା। ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମୋଗଲଙ୍କର ମହଲରେ କିନ୍ନରଙ୍କର ସଂଖ୍ୟା ଅଧିକ ଥିଲେ।

ଝିଅ ମାନଙ୍କୁ ଏହି କାରଣରୁ ରଖୁଥିଲା କୁମାରୀ – ଏପରି କୁହାଯାଏ ଯେ ସମ୍ରାଟ ଆକବରଙ୍କୁ କୌଣସି ମନୁଷ୍ୟ ଆଗରେ ମୁଣ୍ଡ ନୋଇଁବା ପସନ୍ଦ ନଥିଲା ଓ ଝିଅଙ୍କ ବିବାହ କରେଇବା ନିମନ୍ତେ ତାଙ୍କୁ ନଇଁବାକୁ ପଡିଥାନ୍ତା। ଏହି କାରଣରୁ ମୋଗଲଙ୍କର ଅଧିକତର ଝିଅ ସାରାଜୀବନ ବିବାହ ନକରି ଜୀବନ ବିତଉଥିଲେ। ମୋଗଲ ଶାସକ ନିଜର ଝିଅଙ୍କ ପ୍ରକୋଷ୍ଠର ଆଖପାଖରେ କୌଣସି ପୁରୁଷଙ୍କୁ ଚଳିବାକୁ ମଧ୍ୟ ଦେଉନଥିଲେ ଓ ତାଙ୍କ ପ୍ରକୋଷ୍ଠର ସୁରକ୍ଷା ନିମନ୍ତେ କୌଣସି ପୁରୁଷଙ୍କୁ ନୁହେଁ ପରନ୍ତୁ କିନ୍ନରଙ୍କୁ ସଜାଗ ରଖୁଥିଲେ। ଆକବରଙ୍କର ଏହି ନୀତିର ପରମ୍ପରାକୁ ଜାହାଙ୍ଗୀର, ଶାହଜାହାଁ ଏବଂ ଔରଙ୍ଗଜେବ ମଧ୍ୟ ଗ୍ରହଣ କରିଥିଲେ। ଆଇନ ଇ ଅକବରୀ ଅନୁଯାୟୀ ଆକବରଙ୍କର ବାର୍ଷିକ ଆୟ 1595ଫେ 9କୋଟି ଟଙ୍କା(ଚାନ୍ଦି) ଥିଲା।

ଆକବରଙ୍କ ବିଷୟରେ ଗୋଟିଏ କଥା ପ୍ରସିଦ୍ଧ ଥିଲା ଯେ ସେ ନିଜର ମୁଣ୍ଡ କେବଳ ଇଶ୍ଵରଙ୍କ ଆଗରେ ତଳକୁ କରୁଥିଲେ, ଓ ତାହା କେବଳ ମୁସ୍ଲିମ ଧର୍ମ ହିଁ ନୁହେଁ ପରନ୍ତୁ ଅନେକ ଧର୍ମକୁ ମାନୁଥିଲେ। ଏହି ଧର୍ମ ମଧ୍ୟରେ ବୌଦ୍ଧ ଓ ହିନ୍ଦୁ ସାମିଲ ଥିଲା। ଆକବର ଅନେକ ଧର୍ମକୁ ଏକତ୍ର କରି ଦୀନ-ଇ-ଇଲାହୀ ଧର୍ମ ପ୍ରବର୍ତ୍ତନ କରିଥିଲେ ଯେଉଁଥିରେ କାହାକୁ ମଧ୍ୟ ଏହି ଧର୍ମ ଆପଣେଇବା ନିମନ୍ତେ ବାଧ୍ୟ କରାଯାଉନଥିଲା। କିନ୍ତୁ ସେ ଏହି ଧର୍ମର ପ୍ରଚାର କରୁଥିଲେ । ଯଦିଓ ଆକବରଙ୍କର ଏହି ଧର୍ମକୁ ଅଧିକ ଲୋକ ସ୍ଵୀକାର କରିନଥିଲେ ଓ ସେ ଏହା ମଧ୍ୟ ମାନୁନଥିଲେ ଯେ ଯେଉଁ ରାଜାଙ୍କ ଧର୍ମ ଅଟେ ତାହା ପ୍ରଜାଙ୍କର ମଧ୍ୟ ହେବା ଉଚିତ । ସବୁ ମନୁଷ୍ୟଙ୍କୁ ନିଜ ହିସାବରେ ନିଜର ଧର୍ମ ଚୟନ କରିବାର ଅଧିକାର ରହିବା ଉଚିତ। ଏହି ହିସାବରେ ଆପଣ ସମ୍ରାଟ ଆକବରଙ୍କୁ ଭଲ ମଣିଷ ମଧ୍ୟ କହିପାରନ୍ତି ଓ ଖରାପ ମଧ୍ୟ ।

Leave a Reply

Your email address will not be published. Required fields are marked *