December 22, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କୁ ନିଜଠାରେ ଦେଖାଯାଏ ଏହି ଲକ୍ଷଣ ତ ବୁଝି ଯାଆନ୍ତୁ ଶନିଦେବ ଅଟନ୍ତି ଆପଣଙ୍କ ଉପରେ କୃପାବନ୍ତ…

ସୂର୍ଯ୍ୟପୁତ୍ର ଶନି ଦେବତାଙ୍କୁ ନ୍ୟାୟର ଦେବତା କୁହାଯାଏ, କୁହାଯାଏ ଯେ ଶନି ଦେବ ପ୍ରତ୍ୟେକଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ଫଳ ଦିଅନ୍ତି ଏହାବ୍ୟତୀତ ଶନି ଦେବତା ଭୁଲ କାର୍ଯ୍ୟ କରୁଥିବା ଲୋକଙ୍କୁ ଉଚିତ ଦଣ୍ଡ ପ୍ରଦାନ କରିଥାନ୍ତି। ଏହା ମଧ୍ୟ କୁହାଯାଏ ଯେ ଶନି ମହାରାଜ ଦୋଷୀ ମାନଙ୍କୁ  କଠୋର ଦଣ୍ଡ ଦେଇଥାନ୍ତି ଓ ସଚୋଟ ଲୋକଙ୍କ ଉପରେ ବହୁତ ପ୍ରସନ୍ନ ରହନ୍ତି। କାହାର ଯେକୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ କୌଣସି ବି ଗ୍ରହ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିନଥାଏ ପରନ୍ତୁ ଗ୍ରହ ମାନଙ୍କର ଯିବାଆସିବା ଲାଗିରହିଥାଏ କିନ୍ତୁ ଶନିଦେବ କୌଣସି ବି ଲୋକର କୁଣ୍ଡଳୀରେ ସାଢେ ସାତ ବର୍ଷ ପର୍ଯ୍ୟନ୍ତ ବିରାଜମାନ ହୋଇପାରିବେ ।

ଶନି ମହାରାଜଙ୍କୁ କାହାର ମଧ୍ୟ ଭୟ କରିବାର ଆବଶ୍ୟକତା ନାହିଁ କାରଣ ଶନିଦେବ ନିଜର ଭକ୍ତଙ୍କର କାର୍ଯ୍ୟ ସହଜ କରିଦିଅନ୍ତି ଓ ଭକ୍ତଙ୍କୁ ବିପଦରୁ ବାହାର କରି ଆଣନ୍ତି। ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ କେଉଣୀ ପ୍ରକାରର ବ୍ୟକ୍ତିଙ୍କର ଜୀବନରେ ଶନି ଦେବତା ପ୍ରସନ୍ନ ହୋଇଥାନ୍ତି, ଆସନ୍ତୁ ଜାଣିବା

ଏହି ଲକ୍ଷଣରୁ ଜଣା ପଡିଥାଏ ହେ ଶନିଦେବ ଅଟନ୍ତି ପ୍ରସନ୍ନ

ସଦା ସତ୍ୟବଚନ କହୁଥିବା ବ୍ୟକ୍ତି – ଯେଉଁ ବ୍ୟକ୍ତି ସବୁବେଳେ ସତ୍ୟ ମାର୍ଗରେ ଚାଲନ୍ତି ଓ ଯେଉଁ ବ୍ୟକ୍ତି ସଠିକ ଉପାଯରେ ସମସ୍ତ ଜିନିଷର ନ୍ୟାୟ କରିଥାନ୍ତି ତାଙ୍କ ଉପରେ ଶନିଦେବଙ୍କର କୃପା ସର୍ବଦା ରହିଥାଏ ଏପରି ଲୋକାଙ୍କୁ ଆରମ୍ଭରେ ଅସଫଳତାର ମୁହଁ ଦେଖିବାକୁ ପଡିଥାଏ ଓ ଲୋକ ଏମାନଙ୍କର ବ୍ୟଙ୍ଗ ଉଦେଇଥାନ୍ତି କିନ୍ତୁ ପରେ ଏଭଳି ବ୍ୟକ୍ତି ଶନିଦେବଙ୍କ ଆଶୀର୍ବାଦରୁ ସଫଳତାର ଶିଖରରେ ପହଞ୍ଚି ପାରନ୍ତି ।

ଦ୍ରୁତ ବୁଦ୍ଧି ଥିବା ବ୍ୟକ୍ତି – ସେହି ଲୋକ ଯେଉଁମାନେ ଦେଖିବାକୁ ଦୁର୍ବଳ ହୋଇଥାନ୍ତି କିନ୍ତୁ ମସ୍ତିସ୍କରୁ ସେମାନେ ମଜବୁତ ଅଟନ୍ତି ବଡ ବଡ ଲୋକ ମଧ୍ୟ ସେମାନଙ୍କ ଠାରୁ ଜ୍ଞାନଶିକ୍ଷା କରିବାକୁ ଆସନ୍ତି ଏପରି ଲୋକଙ୍କ ଉପରେ ଶନିଦେବଙ୍କର କୃପା ସର୍ବଦା ବନିରହିଥାଏ, ଏପରି ଲୋକ ନିଜର ବୁଦ୍ଧିର ବଳ ଦ୍ଵାରା ସାରା ଦୁନିଆକୁ ନିଜର କରିପାରନ୍ତି ।

ପୂଜାପାଠରେ ଲୀନ ରହୁଥିବା ମହିଳା – ଯେଉଁ ମହିଳାମାନେ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହନ୍ତି ଓ ପୂଜା ପାଠ ଇତ୍ୟାଦିରେ ଲୀନ ରହନ୍ତି, ଏହା ବ୍ୟତିତ ସୁନ୍ଦର ଘନ କେଶ ଥିବା ମହିଳାମାନେ ମଧ୍ୟ ଶନିଦେବଙ୍କ କୃପାର ପାତ୍ର ବନିରହନ୍ତି କିନ୍ତୁ ଯେଉଁ ମହିଳାମାନେ ଅସତ୍ୟର ସାହାରା ନିଅନ୍ତି କିମ୍ବା ଅସତ୍ୟ ମାର୍ଗ ଆପଣାନ୍ତି ତ ଏଭଳି ମହିଳାଙ୍କ ଉପରେ ଶନିଦେବଙ୍କ କୃପା ହୋଇନଥାଏ ।

ପ୍ରତି ପ୍ରଭାତରେ ନୂତନ ପ୍ରେରଣା ମିଳିବା – ଯେଉଁମାନେ ଶନିଦେବଙ୍କ ଭକ୍ତ ଅଟନ୍ତି ତାଙ୍କ ଭିତରେ ପ୍ରତିଦିନ ସକାଳେ ଉଠିବା ପରେ ନୂତନ ଶକ୍ତିର ସଂଚାର ହୋଇଥାଏ, ଏହା ବ୍ୟତିତ ଏଭଳି ଲୋକଙ୍କୁ ଯାହା ସ୍ଵପ୍ନରେ ଦେଖାଦିଏ ସେମାନେ ପ୍ରକୃତ ଜୀବନରେ ମଧ୍ୟ ସେହିଭଳି ଘଟିତ ହେବାରେ ଲାଗିଥାଏ। ଏହା ପଛର ମୁଖ୍ୟ କାରଣ ଏହା ଯେ ଶନିଦେବ ସ୍ଵୟଂ ନିଜର ଭକ୍ତଙ୍କ ସ୍ଵପ୍ନ ପୂରଣ କରିବାରେ ଲାଗିଥାନ୍ତି ।

ଶନିଦେବଙ୍କ କୃପା ପାଇବା ନିମନ୍ତେ କେବଳ ଆପଣଙ୍କୁ ଶନିବାର ଦିନ ଶନି ମନ୍ଦିର ଯିବାକୁ ହେବ ଓ ଶନିଦେବଙ୍କର ଆରାଧନା କରିବାକୁ ହେବ ଏହା ବ୍ୟତିତ କୌଣସି କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ କିମ୍ବା ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ, ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇଯାନ୍ତି ।

Leave a Reply

Your email address will not be published. Required fields are marked *