December 22, 2024

Odia Express

Leading Odia News Portal of Odisha

ଜନ୍ମର ୨୦ ମିନିଟ ପରେ ନିଶ୍ଵାସ ନେବା ବନ୍ଦ କରିଦେଲା ନବଜାତ ଶିଶୁ , ତାପରେ ମାଆ କଲେ କିଛି ଏପରି କାମ, ହୋଇଗଲା ଚମତ୍କାର..

ମାଆ ଏକ ଏଭଳି ଶବ୍ଦ ଯାହାର ବ୍ୟାଖ୍ୟା ଆମେ ଶବ୍ଦରେ କରିପାରିବା ନାହିଁ କାରଣ ଏହି ଦୁନିଆରେ ମାଆଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ କୁହାଯାଇଛି ଓ କୁହାଯାଇଛି ଯେ ଇଶ୍ଵର ସବୁ ସମୟରେ ଆମ ପାଖରେ ରହିପାରିବେ ନାହିଁ ଏଥିପାଇଁ ସେ ମାଆଙ୍କୁ ସୃଷ୍ଟି କରିଛନ୍ତି ଯିଏ ଛାଇ ଭଳି ନିଜର ଛୁଆଙ୍କ ସହିତ ରହିଥାଏ ଓ ଏକ ମାଆ ହିଁ ହୋଇଥାଏ ଯିଏ ବିନା କୌଣସି ସ୍ଵାର୍ଥ ନିଜର ସନ୍ତାନ ନିମନ୍ତେ ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ। ଆଜି ଆମେ ଆପଣଙ୍କୁ ଏକ ଏଭଳି ମାଆ ବିଷୟରେ ଜଣେଇବାକୁ ଯାଉଛୁ ଯାହାର ମମତାରେ ଏତେ ଶକ୍ତି ଥିଲା ଯେ ସେ ନିଜର ନବଜାତ ଶିଶୁକୁ ମୃତ୍ୟୁ ହେବା ପରେ କିଛି ଏପରି କରିଦେଲେ ଯାହାକୁ ଜାଣିଲେ ଯେକୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

ପ୍ରକୃତରେ ଏହି ଘଟଣାଟି ଅଷ୍ଟ୍ରେଲିଆର ଅଟେ ଯେଉଁଠାରେ ଜଣେ ମହିଳା ଏକ ପ୍ରିମାଚ୍ୟୁର ଶିଶୁକୁ ଜନ୍ମ ଦେଲେ ଓ ତାହାର ଜନ୍ମ ନେବାର 20ମିନିଟ ପରେ ଡାକ୍ତର ସେହି ଶିଶୁକୁ ମୃତ ଘୋଷିତ କରିଦେଲେ ଏହାପରେ ମାଆକୁ ସେହି ଶିଶୁର ଶବ ହସ୍ତାନ୍ତର କରିଦେଲେ। ଆସନ୍ତୁ ଜାଣିବା ବିସ୍ତାର ପୂର୍ବକ ଏହି ଘଟଣା ବିଷୟରେ

ସିଡନୀ ନିବାସୀ ଡେଭିଡଙ୍କର ପତ୍ନୀ କେଟ 2010ରେ ଏକ ପୁତ୍ରକୁ ଜନ୍ମ ଦେଇଥିଲେ ଯିଏ କି ମାତ୍ର 6ମାସର ଥିଲା ଓ ତାହାର ଓଜନ ପ୍ରାୟ ଏକ କିଲୋଗ୍ରାମ ଥିଲା ଓ ସେହି ଅକାଳପକ୍ଵ ଶିଶୁର ଅବସ୍ଥା ବହୁତ ସାଂଘାତିକ ଥିଲା ଯେଉଁ କାରଣରୁ ଡାକ୍ତରମାନେ ବହୁତ ପ୍ରୟାସ ପରେ ମଧ୍ୟ ସେମାନେ ଏହି ଶିଶୁକୁ ବଞ୍ଚେଇ ପାରିନଥିଲେ ଓ ଜନ୍ମର 20ମିନିଟ ପରେ ଡାକ୍ତର ତାହାକୁ ମୃତ ଘୋଷିତ କରିଦେଲେ ଓ ଏହାପରେ ସେମାନେ ଶିଶୁର ମୃତ ଶରୀରକୁ ତାହାର ମାଆଙ୍କୁ ସମର୍ପିତ କରି କହିଲେ ଯେ ଏହାକୁ ସ୍କିନ ଟୁ ସ୍କିନ କେୟାର ଦେଉଥିବେ ।

ଆଜି ଏହି ଶିଶୁର ବୟସ 5ମାସର ହୋଇଯାଇଛି ଓ ମହିଳା ଏହି ପୁଅର ନାମ ଯାମି ରଖିଛନ୍ତି। ନିଜର ଏକ ସାକ୍ଷାତକାରରେ ସେ କହିଲେ ଯେ ଯେବେ ଡାକ୍ତର ମାନେ ତାଙ୍କ ପୁଅର ଶବ ତାଙ୍କ ହାତରେ ଦେଲେ ତ ମହିଳା ନିଜର ଶିଶୁକୁ ନିଜର ଛାତିରେ ଲଗେଇକି ଲଗାତାର ଥାପୁଡେଇଲେ ଏହାପରେ ସେ ନିଜର ଅଙ୍ଗୁଳିରେ ନିଜର କ୍ଷୀର ନିଜର ସନ୍ତାନ ମୁହଁରେ ପିଆଇଲେ।

ଏହା କୌଣସି ଚମତ୍କାର ଠାରୁ କମ ନଥିଲା କାରଣ ସେହି ମହିଳାଙ୍କର ମୃତ ଶିଶୁ ନା କେବଳ ନିଜର ମାଆର କ୍ଷୀର ପିଇବାରେ ଲାଗିଲା ତାସହ ତାହାର ସ୍ପନ୍ଦନ ମଧ୍ୟ ଚାଲିବାରେ ଲାଗିଲା ଓ କିଛି ସମୟ ପରେ ଯାମି ନିଜର ଆଖି ମଧ୍ୟ ଖୋଲିଦେଲା ଓ ନିଜର ବେକ ଏପଟ ସେପଟ ବୁଲେଇବାକୁ ଲାଗିଲା ଯାହା ଦେଖି ଯାମିର ମାତା ପିତାଙ୍କର ଖୁଶିର ସୀମା ନଥିଲା। ଯାମିର ପିତାଙ୍କର କହିବା ଥିଲା ଯେ ଆଜି ଯଦି ଯାମି ଜୀବିତ ଅଛି ତ ଏହାର ସମ୍ପୂର୍ଣ୍ଣ ଶ୍ରେୟ ମୁଁ ନିଜର ପତ୍ନୀଙ୍କୁ ଦେଉଛି କାରଣ ମୋର ପତ୍ନୀଙ୍କ ସାହସ ଓ ବୁଦ୍ଧିମତା କାରଣରୁ ଆଜି ଆମର ସନ୍ତାନ ଆମ ସହିତ ଅଛି ଓ ଭଲରେ ଅଛି ।

କଣ ଅଟେ କଙ୍ଗାରୁ କେୟାର କୌଶଳ

ବୋଷ୍ଟନରେ ହାୱାର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ମାନଙ୍କ କହିବା ଅନୁଯାୟୀ ଯେଉଁଭଳି କଙ୍ଗାରୁ ନିଜର ଛୁଆଙ୍କୁ ନିଜ ସହିତ ଚାପିକରି ରଖେ ସେହି ଭଳି ମାଆ ସହିତ ଚାପି ହୋଇ ରହିବା ଦ୍ଵାରା ନବଜାତକୁ ଉଷ୍ମତା ମିଳିଥାଏ ଓ ତାହାର ଶରୀରର ତାପମାତ୍ରା ମଧ୍ୟ ସନ୍ତୁଳିତ ରହିଥାଏ। ତାସହ ଏହି ପ୍ରକ୍ରିୟା ଦ୍ଵାରା ସ୍ତନ୍ୟପାନମଧ୍ୟ ବୃଦ୍ଧି ହୋଇଥାଏ ଓ ପ୍ରସବ ପରେ ଶିଶୁଙ୍କୁ ଯତ୍ନ ନେବାର ଏହା ଉତ୍ତମ ଉପାୟ। ନିକଟରେ ଏକ ଅଧ୍ୟୟନରୁ ଏକଥା ଜଣା ପଡିଛି ଯେ କଙ୍ଗାରୁ ଉପାୟ ଗ୍ରହଣ କରିବା ଦ୍ଵାରା କମ ଓଜନ ବିଶିଷ୍ଟ ନବଜାତଙ୍କର ମୃତ୍ୟୁ ହାରରେ 35ପ୍ରତିଶତ ହ୍ରାସ ଲକ୍ଷ କରାଯାଇଛି ।

Leave a Reply

Your email address will not be published. Required fields are marked *