December 22, 2024

Odia Express

Leading Odia News Portal of Odisha

ଯେବେ ନିଜେ ଦେଇଥିବା ବରଦାନରେ ଫସିଗଲେ ଶ୍ରୀକୃଷ୍ଣ, ଏମିତି ନିଜର ଅନ୍ତିମ ସଂସ୍କାର କରେଇଲେ ଦାନବୀର କର୍ଣ୍ଣ – ନିଶ୍ଚୟ ପଢନ୍ତୁ…

କର୍ଣ୍ଣ ଜଣେ ମହାନ ଯୋଦ୍ଧା ଓ ଦାନୀ ରାଜା ଥିଲେ। କିନ୍ତୁ କର୍ଣ୍ଣ କୁରୁକ୍ଷେତ୍ରରେ ନିଜର ଭାଇ(ପାଣ୍ଡବ)ଙ୍କୁ ଛାଡି କୌରବଙ୍କ ସହିତ ରହିଲେ। କୌରବଙ୍କର ସହିତ ରହିବା ସତ୍ବେ ଏପରି କଣ ହୋଇଥିବ ଯେଉଁ କାରଣରୁ କୃଷ୍ଣଙ୍କୁ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର କରିବାକୁ ପଡିଥିବ। ତେବେ ଆସନ୍ତୁ ଜାଣିବା କୃଷ୍ଣ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର କାହିଁକି କରିଥିଲେ!କୁନ୍ତୀ ଓ ସୂର୍ଯ୍ୟଙ୍କ ପୁତ୍ର ଥିଲେ କର୍ଣ୍ଣ। କୁନ୍ତୀ କର୍ଣ୍ଣଙ୍କୁ ଅବିବାହିତ ଥାଇ ଜନ୍ମ ଦେଇଥିଲେ। ଏକ ରଥ ସାରଥି କର୍ଣ୍ଣଙ୍କର ପାଳନ କରିଥିଲେ, ଯେଉଁ କାରଣରୁ କର୍ଣ୍ଣ ସୂତପୁତ୍ର କୁହାଯାଉଥିଲେ। ଅବିବାହିତ ମାତାଙ୍କ ଠାରୁ ଜନ୍ମିତ ଓ ରଥ ସାରଥିଙ୍କ ପାଳନ କାରଣରୁ କର୍ଣ୍ଣଙ୍କୁ ସମାଜରେ ନା ତ ସମ୍ମାନ ମିଳିଲା ଓ ନା ନିଜର ଅଧିକାର ମିଳିଲା। କର୍ଣ୍ଣ ଙ୍କର ସୂତପୁତ୍ର ହେବା କାରଣରୁ ଦ୍ରୌପଦୀ, ଯାହାକୁ କର୍ଣ୍ଣ ନିଜର ଜୀବନ ସଂଗିନୀ କରିବାକୁ ଇଚ୍ଛା କରିଥିଲେ, ସେ କର୍ଣ୍ଣଙ୍କୁ ବିବାହ କରିବାରୁ ନିବୃତ୍ତ ରହିଲେ।

ଏହି ସବୁ କାରଣରୁ କର୍ଣ୍ଣ ପାଣ୍ଡବଙ୍କୁ ଘୃଣା କରୁଥିଲେ ଓ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ସହାୟତା କରିଥିଲେ। ଭଗବାନ କୃଷ୍ଣ କର୍ଣ୍ଣଙ୍କ ମୃତ୍ୟୁର କାରଣ ହୋଇଥିଲେ। ଭଗବାନ କୃଷ୍ଣ ହିଁ ଅର୍ଜୁନଙ୍କୁ କର୍ଣ୍ଣଙ୍କ ବଧ ର ଉପାୟ ଜଣେଇଥିଲେ। ଏହି ପ୍ରକାର କର୍ଣ୍ଣଙ୍କ ବଧ ହୋଇଥିଲା।ଜଣେ ଦାନବୀର ରାଜା ହେବା କାରଣରୁ ଭଗବାନ କୃଷ୍ଣ କର୍ଣ୍ଣଙ୍କ ଅନ୍ତିମ ସମୟରେ ତାଙ୍କର ପରୀକ୍ଷା ନେଲେ ଓ କର୍ଣ୍ଣଙ୍କୁ ଦାନ ମାଗିଲେ ସେତେବେଳେ କର୍ଣ୍ଣ ଦାନରେ ନିଜର ସ୍ଵର୍ଣ୍ଣର ଦାନ୍ତ ଭାଙ୍ଗି ଭଗବାନ କୃଷ୍ଣଙ୍କୁ ଅର୍ପଣ କରିଦେଲେ। ଏହି ଦାନବୀରତା ଦ୍ଵାରା ପ୍ରସନ୍ନ ହୋଇ ଭଗବାନ କୃଷ୍ଣ କର୍ଣ୍ଣଙ୍କୁ ବରଦାନ ମାଗିବା ନିମନ୍ତେ କହିଲେ।

କର୍ଣ୍ଣ ବରଦାନ ରୂପରେ ନିଜ ସହିତ ହୋଇଥିବା ଅନ୍ୟାୟକୁ ସ୍ମରଣ କରିବା ସହିତ ଭଗବାନ କୃଷ୍ଣଙ୍କୁ ଆଗାମୀ ଜନ୍ମରେ ତାଙ୍କ ଜାତିର ଲୋକଙ୍କ କଲ୍ଯାଣ କରିବାକୁ କହିଲେ। ଅନ୍ୟ ବରଦାନ ରୂପେ ଭଗବାନ କୃଷ୍ଣଙ୍କ ଜନ୍ମ ନିଜର ରାଜ୍ୟରେ ହେବା ନିମନ୍ତେ ମାଗିଲେ ଓ ତୃତୀୟ ବରଦାନ ରୂପରେ ନିଜର ଅନ୍ତିମ ସଂସ୍କାର ଏପରି କିଏ କରିବ ଯିଏ ପାପ ମୁକ୍ତ ହୋଇଥିବ। ବରଦାନ ଦେବା ସହିତ ଭଗବାନ କୃଷ୍ଣ ସମସ୍ତ ବରଦାନ ସ୍ଵୀକାର କରିଥିଲେ।

ତୃତୀୟ ବରଦାନରେ ଭଗବାନ କୃଷ୍ଣ ଦ୍ଵିଧାରେ ପଡିଗଲେ ଓ ଏପରି କାହାକୁ ଚିନ୍ତନ କଲେ, ଯାହାଦ୍ୱାରା ପାପ ହୋଇନଥିବା। ପରନ୍ତୁ ଭଗବାନ କୃଷ୍ଣଙ୍କୁ ଏପରି କୌଣସି ଯିଏ ପାପ ମୁକ୍ତ ହୋଇଥିବ ଏହା ଜୁଟିଲା ନାହିଁ । ବରଦାନ ଦେବା ବଚନ ବଦ୍ଧତା ଥିଲା ଏଥିପାଇଁ କର୍ଣ୍ଣଙ୍କ ଅନ୍ତିମ ସଂସ୍କାର ଭଗବାନ କୃଷ୍ଣ ନିଜ ହାତରେ କରିଥିଲେ ଓ କର୍ଣ୍ଣଙ୍କୁ ଦେଇଥିବା ବରଦାନ ପୂର୍ଣ୍ଣ କରିଥିଲେ। ଏହି ପ୍ରକାର ଦାନବୀର କର୍ଣ୍ଣଙ୍କର ଅଧର୍ମର ପକ୍ଷ ନେବା ସତ୍ବେ ଭଗବାନ କୃଷ୍ଣଙ୍କୁ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର କରି ତାଙ୍କୁ ବୀରଗତି ସହିତ ବୈକୁଣ୍ଠଧାମ ପ୍ରସ୍ଥାନ କରିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *