September 19, 2024

Odia Express

Leading Odia News Portal of Odisha

୧ ମିନିଟ ପର୍ଯ୍ୟନ୍ତ ତାଳୁରେ ଲଗାନ୍ତୁ ଜିଭକୁ, ମିଳିବ ଏତେ ଗୁଡିଏ ଲାଭ ଯେ ଆପଣ ବିଶ୍ୱାସ କରିପାରିବେନି…

ଆଜିକାଲିର ଆମର ଲାଇଫଷ୍ଟାଇଲ ଏପରି ହୋଇଯାଇଛି ଯେ ପ୍ରାୟତଃ ସମସ୍ତେ କିଛି ନା କିଛି ରୋଗ ଦ୍ଵାରା ଚିନ୍ତିତ ରହୁଛନ୍ତି । ଏଥିପାଇଁ ଆମେ ସ୍ଵସ୍ଥ ରହିବା ପାଇଁ ଅନେକ ଉପାୟ ଗ୍ରହଣ କରୁଛୁ। ଏମିତିରେ ତ ଆମେ ନିଜର ଡେଲି ରୁଟିନରେ ବ୍ୟାୟାମକୁ ସାମିଲ କରି ଅନେକ ରୋଗରୁ ନିଜକୁ ରକ୍ଷା କରିପାରୁଛୁ ଓ ତାସହ ଆପଣଙ୍କୁ ଏହି ବ୍ୟାୟମ କରିବା ନିମନ୍ତେ କିଛି ବ୍ୟବସ୍ଥା କରିବା ଜରୁରୀ ନୁହେଁ। ଏଥିପାଇଁ ଅପନନୁ କେବଳ କିଛି ସମୟ ନିମନ୍ତେ ନିଜର ରୁଟିନରେ ସକାଳ ସନ୍ଧ୍ୟାରେ ବ୍ୟାୟମକୁ ସାମିଲ କରିବା ନିହାତି ଆବଶ୍ୟକ ଅଟେ।

ଆଜି ଆମେ ଆପଣଙ୍କ ନିମନ୍ତେ ଏକ ଏପରି ବ୍ୟାୟାମ ନେଇ ଆସିଛୁ ଯାହାକୁ କେବଳ 1ମିନିଟ କରିବା ଦ୍ଵାରା ଆପଣ 4ଟି ରୋଗରୁ ସହଜରେ ରକ୍ଷା ପାଇପାରିବେ । ହଁ ଆଜ୍ଞା ଆମେ ଜିଭକୁ ତାଳୁରେ ଲଗେଇ ଏକ୍ସରସାଇଜ କରିବାର ଜବରଦସ୍ତ ଲାଭ ବିଷୟରେ କହୁଛୁ। ଆସନ୍ତୁ ଜାଣିବା ଜିଭକୁ କେବଳ 1ମିନିଟ ତାଳୁରେ ଲଗେଇ ନିଶ୍ଵାସ ନେବା ଦ୍ଵାରା ଆପଣଙ୍କୁ କେଉଁ 4ଟି ଲାଭ ମିଳିପାରିବ । କିନ୍ତୁ ସର୍ବପ୍ରଥମେ ଆମେ ଏହି ଏକ୍ସରସାଇଜକୁ କରିବାର ଉପାୟ ବିଷୟରେ ଜାଣିବା ।

ଜିଭକୁ ତାଳୁରେ ଲଗେଇବାର ଉପାୟ

ଏହି ଏକ୍ସରସାଇଜକୁ କରିବା ନିମନ୍ତେ ସର୍ବପ୍ରଥମେ ନିଜର ଜିଭକୁ ଉଠେଇ ତାଳୁରେ ଲଗେଇ ଦିଅନ୍ତୁ । ତାପରେ ନାକ ଦ୍ଵାରା ଧୀରେଧିରେ ନିଶ୍ଵାସ ନିଅନ୍ତୁ। ଏହାପରେ 5ଗଣିବା ପର୍ଯ୍ୟନ୍ତ ନିଶ୍ଵାସ ବନ୍ଦ ରଖନ୍ତୁ। ତାପରେ 5ପର୍ଯ୍ୟନ୍ତ ଗଣି ଏକ ଦୀର୍ଘ ନିଶ୍ଵାସ ନିଅନ୍ତୁ ଓ ନିଜର ମୁହଁ ମଧ୍ୟ ନିଶ୍ଵାସରେ ଫୁଲେଇକି 10 ପର୍ଯ୍ୟନ୍ତ ଗଣନ୍ତୁ। ମୁହଁରୁ ବାହାରକୁ ପବନ ହୁଇସିଲ ଶବ୍ଦରେ ବାହାର କରନ୍ତୁ। ଏହି ଏକ୍ସରସାଇଜକୁ ପ୍ରତିଦିନ କରିବା ଦ୍ଵାରା ନାଏକ ଗମ୍ଭୀର ରୋଗ ଭଲ ହୋଇଯାଇଥାଏ ।

ହଜମ ମଜବୁତ କରିଥାଏ – ଯେଉଁ ମହିଳାଙ୍କର ପେଟ ସବୁବେଳେ ଖରାପ ରହେ ଓ ହଜମ ସମ୍ବନ୍ଧୀୟ ସମସ୍ୟା ଯେପରିକି କବ୍ଜ, ଏସିଡିଟି ଓ ଗ୍ୟାସ ଦ୍ଵାରା ଅସୁବିଧା ରହୁଛି, ସେମାନେ ନିଜର ରୁଟିନରେ ଏହି ଏକ୍ସରସାଇଜକୁ ସାମିଲ କରିବା ଉଚିତ। ଏହାକୁ କରିବା ଦ୍ଵାରା ଧୀରେଧିରେ ଆପଣଙ୍କ ହଜମ ମଜବୁତ ହୋଇଥାଏ ଓ ଆପଣ ପେଟ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇପାରିବେ ।

କୁଞ୍ଚିତ ଚର୍ମରୁ ମୁକ୍ତି ଦେଇଥାଏ – ଯଦି ଆପଣ ଚେହେରାର କୁଞ୍ଚିତ ଚର୍ମରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ପ୍ରତିଦିନ ଏହି ଏକ୍ସରସାଇଜକୁ କରନ୍ତୁ। ହଁ ଆଜ୍ଞା ପ୍ରତିଦିନ 1ମିନିଟ ପର୍ଯ୍ୟନ୍ତ ଲଗାତାର ଜିଭକୁ ତାଳୁରେ ଲଗେଇବା ଦ୍ଵାରା ଚେହେରାର କୁଞ୍ଚିତ ଚର୍ମ ଓ ଦାଗ ଚିହ୍ନ ଭଲ ହୋଇଯିବ । କାରଣ ଏହି ଏକ୍ସରସାଇଜ ଦ୍ଵାରା ଚେହେରାର ମାଂସପେଶୀର ଏକ୍ସରସାଇଜ ହୋଇଥାଏ। ଏହାଦ୍ବାରା ଚେହେରାର କୁଞ୍ଚିତ ଚର୍ମ ଭଲ ହୋଇଯାଏ ।

ନିଶ୍ଵାସ ନେବାରେ ଥିବା ଅସୁବିଧା ଦୂର କରେ – ଯେଉଁ ମହିଳାଙ୍କର ଶୋଇବା ସମୟରେ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ ସେମାନଙ୍କୁ ପ୍ରତିଦିନ ଏହି ଏକ୍ସରସାଇଜ କରିବା ଉଚିତ। ଏହି ଏକ୍ସରସାଇଜ ଦ୍ଵାରା ନିଶ୍ଵାସ ନେବାରେ ହେଉଥିବା ଅସୁବିଧା ଦୂର ହୋଇଯାଏ। ଓ ହୃଦରୋଗୀଙ୍କ ନିମନ୍ତେ ମଧ୍ୟ ଏହି ଏକ୍ସରସାଇଜ ବହୁତ ଲାଭଜନକ ହୋଇଥାଏ।

ଅବସାଦ ଦୂର କରେ – ଏହି ଏକ୍ସରସାଇଜକୁ କରିବା ଦ୍ଵାରା ଆପଣ ଅବସାଦରୁ ସହଜରେ ମୁକ୍ତି ପାଇପାରିବେ। ହଁ ଆଜ୍ଞା ଏହି ସହଜ ଉପାୟ ଆପଣଙ୍କ ସ୍ନାୟୁ ତନ୍ତ୍ରିକାକୁ ପ୍ରକୃତିକ ଉପାଯରେ ସୁଧାରିବାରେ ବହୁତ ସାହାଯ୍ୟ କରିଥାଏ। ତାସହ ଏହା ଶରୀରର ଅବସାଦରୁ ମୁକ୍ତି ପାଇବାରେ ମଧ୍ୟ ବହୁତ ଲାଭଜନକ ହୋଇଥାଏ।

ଏହି ଏକ୍ସରସାଇଜକୁ ଚାରିଥର ଦୋହେରେଇବା ଆବଶ୍ୟକ। ଯଦି ଆପଣ ଏହି ଏକ୍ସରସାଇଜ ପ୍ରତିଦିନ ଦୁଇ ରୁ ତିନି ମାସ ଲଗାତାର କରନ୍ତି ତେବେ ନିଶ୍ଚିତ ରୂପେ ଆପଣଙ୍କୁ ନିଜର ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଦେବ। ଏପରି ପ୍ରତିଦିନ କରିବା ଦ୍ଵାରା ନା କେବଳ ଆପଣଙ୍କ ହଜମ ଠିକ ରହିଥାଏ ତାସହ ଆପଣଙ୍କ ରକ୍ତଚାପ ମଧ୍ୟ ସଠିକ ରହେ ।

Leave a Reply

Your email address will not be published. Required fields are marked *