September 19, 2024

Odia Express

Leading Odia News Portal of Odisha

ପାକିସ୍ତାନୀ କ୍ରିକେଟର ସରଫରାଜ କରୋନା ଆକ୍ରାନ୍ତ ହେତୁ ମୃତୁବରଣ କଲେ, କ୍ରିକେଟ୍ ଜଗତରେ ଶୋକ ର ଛାୟା ଖେଳିଗଲା – ଦେଖନ୍ତୁ କିଏ ସେ ସରଫରାଜ…

ବିଶ୍ ବ୍ୟାପୀ କରୋନା ରୋଗୀଙ୍କ ସଂଖ୍ୟା 1.9 ମିଲିୟନ ଅତିକ୍ରମ କରିଛି। ଏଥି ସହିତ, ବିଶ୍ ରେ ପ୍ରାୟ ଏକ ଲକ୍ଷ 20 ହଜାର ଲୋକଙ୍କ ମୃତ୍ୟୁ ଘଟିଛି। କେବଳ ଆମେରିକାରେ ବିଶ୍ୱରେ 586,941 ଲକ୍ଷ ମାମଲା ରହିଛି | ଏହା ପରେ ସ୍ପେନ୍ 170,099 ସହିତ ଦୁଇ ନମ୍ବରରେ ଏବଂ 159,516 ମାମଲା ସହିତ ଇଟାଲୀ ତୃତୀୟ ସ୍ଥାନରେ ରହିଛି | ଆପଣାକୁ କହିରଖୁ ଯେ ଯେ ଆମେରିକାର ନ୍ୟୁୟର୍କରେ କରୋନା ରୋଗୀଙ୍କ ସଂଖ୍ୟା ଚୀନ୍ ଏବଂ ବ୍ରିଟେନ ଅତିକ୍ରମ କରିଛି। ଆଜି ଏହି ଭାଇରସ୍ ଯୋଗୁଁ ଜଣେ ଭେଟେରାନ୍ ଖେଳାଳିଙ୍କର ମୃତ୍ୟୁ ହୋଇଚି ଯାହାକି ସାରା ଖେଳ ଜଗତରେ ଶୋକର ଛାୟା ଖେଳି ଯାଇଛି | ତେବେ ଚାଲନ୍ତୁ ଜାଣିବା କିଏ ସେ ଖେଳାଳି

ପାକିସ୍ତାନର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଜାଫର ସରଫରାଜଙ୍କର କରୋନା ହେତୁ ମୃତ୍ୟୁ ଘଟିଛି। ଏପ୍ରିଲ୍ 7 ରେ ଜାଫର ସରଫରାଜଙ୍କ କରୋନା ଜୀବାଣୁର ଲକ୍ଷଣ ଥିବା ଜଣାପଡିବା ପରେ ତାଙ୍କୁ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ। ସେ ପାକିସ୍ତାନର ପ୍ରଥମ ପେସାଦାର କ୍ରିକେଟର ଯିଏକି ଏହି ରୋଗରେ ସଂକ୍ରମିତ ହୋଇଥିବା ଜଣାପଡିଛି।

୫୦ ବର୍ଷୀୟ ଜାଫର ସରଫରାଜ ପେଶୱାରର ଲେଡି ରିଡିଂ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଗତ ୩ ଦିନ ଧରି ଜାଫର ସରଫରାଜ ଭେଣ୍ଟିଲେଟର ସହାୟତାରେ ଥିଲେ। ସୋମବାର ୧୩ ଏପ୍ରିଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜାଫର ସରଫରାଜ ପାକିସ୍ତାନର ପୂର୍ବତନ ଜାତୀୟ ଖେଳାଳି ଅଖତର ସରଫରାଜଙ୍କ ବଡ ଭାଇ ଥିଲେ। ଏକ ଦିନିକିଆ ଅନ୍ତର୍ଜାତୀୟସ୍ତରରେ ଅଖତର ସରଫରାଜ ପାକିସ୍ତାନର ପ୍ରତିନିଧିତ୍ୱ କରିଥିଲେ। ଗତ ବର୍ଷ ଅଖତର ସରଫରାଜଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *