କାହିଁକି ଗ୍ରୀଷ୍ମରେ ସବୁଠାରୁ ଅଧିକ ଝଡିଥାଏ କେଶ ? ଏହାକୁ ଝଡିବାରୁ ରୋକିବା ନିମନ୍ତେ କରନ୍ତୁ ଏହି ବିଶେଷ ଉପାୟ..
ବନ୍ଧୁଗଣ ଗ୍ରୀଷ୍ମ ଋତୁ ଅଶୀସରିଛି। ଘରୁ ବାହାରକୁ ବାହାରିବା ମାତ୍ରେ ଗ୍ରୀଷ୍ମ ପ୍ରଭାବ ଆମ ଉପରେ ପଡିଥାଏ। ଆପଣ ଗୋଟିଏ କଥା ଲକ୍ଷ୍ୟ କରିଥିବେ ଯେ ଗ୍ରୀଷ୍ମରେ ଆମର କେଶ ଅନ୍ୟ ଋତୁ ତୁଳନାରେ ଅଧିକ ଝଡିଥାଏ। ଏହି ଦିନମାନଙ୍କରେ କେଶ ମଧ୍ୟ ବହୁତ ଶୁଷ୍କ ହୋଇଯାଏ। ଏମିତିରେ ଗ୍ରୀଷ୍ମରେ କେଶ ଅଧିକ ଝଡିଯିବା ଏକ ଖାସ କାରଣ ଥାଏ। ଆଜି ଆମେ ଆପଣଙ୍କୁ ଏହି କାରଣ ସହିତ ପରିଚିତ କରେଇବୁ ।
ଏହି କାରଣରୁ ଝଡେ ଗ୍ରୀଷ୍ମରେ କେଶ – ପ୍ରକୃତରେ ଏବେ ଉତ୍ତପ୍ତ ସୂର୍ଯ୍ୟ କିରଣ ଆମ ଉପରେ ପଡିଥାଏ ତ ଶରୀରରୁ ବହୁତ ଝାଳ ବାହାରିଥାଏ। ଏହି ଝାଳ ହିଁ ଆମର କେଶ ଝଡିବାର କାରଣ ହୋଇଥାଏ। ଏହି ଝାଳ କାରଣରୁ ଆମର କେଶ ଗୋଟେ ଗୋଟେ ହୋଇ ଝଡିଯାଏ। ଏବେ ଆପଣ ଭାବୁଥିବେ ଯେ ଏହି ଝାଳ ଓ ଆମର କେଶ ଝଡିବାର ପରସ୍ପର ମଧ୍ୟରେ ସମ୍ବନ୍ଧ କଣ? ଝାଳ ଯୋଗୁ କେଶ ଝଡିବ କିପରି? ତେବେ ଆସନ୍ତୁ ଆପଣଙ୍କ ମନର ଏହି ଦ୍ଵିଧା ମଧ୍ୟ ଦୂର କରିଦେବୁ ।
ପ୍ରକୃତରେ ଝାଳ ଭିତରେ ଲାକଟିକ ଏସିଡର ମାତ୍ରା ଅଧିକ ଥାଏ। ଏହି ଏସିଡ କାରଣରୁ ମୁଣ୍ଡର ଚର୍ମରେ ଥିବା ଛୋଟ ଛୋଟ ଛିଦ୍ର ବନ୍ଦ ହୋଇଯାଏ। ଏହି କାରଣରୁ କେଶର ବାହାର ପରସ୍ତ ଦୁର୍ବଳ ହୋଇଯାଏ। ଏହି କାରଣ ଅଟେ ଯେ ଦୁର୍ବଳ ହୋଇ କେଶ ଶୀଘ୍ର ଉପୁଡି ଯାଏ । ତାସହ ଏହି ଝାଳ ମୁଣ୍ଡରେ କଣ୍ଡୁ ହେବାର କାରଣ ହୋଇଥାଏ।
ଏପରି କରନ୍ତୁ ରକ୍ଷା – ଯଦି ଆପଣ ମଧ୍ୟ ଗ୍ରୀଷ୍ମରେ କେଶ ଝଡିବାର ଶିକାର ହେଉଛନ୍ତି ତେବେ ଟେନସନ ନିଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏପରି ଟିପ୍ସ ଜଣେଇବାକୁ ଯାଉଛୁ ଯାହାର ଉପଯୋଗ ଦ୍ଵାରା ଆପଣ ଗ୍ରୀଷ୍ମରେ ନିଜର କେଶର ଝଡିବା ରୋକିପାରିବେ । ଆପଣଙ୍କୁ କେବଳ ଗ୍ରୀଷ୍ମର ଦିଆନରେ କେଶ ସମ୍ବନ୍ଧିତ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ । ଏଥିପାଇଁ ଏହି ସାବଧାନତାକୁ ଧ୍ୟାନର ସହିତ ପଢନ୍ତୁ ଓ ଏସବୁକୁ ଭଲ ଭାବରେ ଫଲୋ କରନ୍ତୁ । ଆପଣଙ୍କ କେଶର ଝଡିବା ବନ୍ଦ ହୋଇଯିବ
– ଗ୍ରୀଷ୍ମ ଦିନମାନଙ୍କରେ କେଶରେ ଝାଳ ଆସିବା କାରଣରୁ ଏହା ଉପରେ ଧୁଳିକଣା ଓ ମାଟି ଅଧିକ ଲାଖିଯାଏ। ଏମିତିରେ ଗ୍ରୀଷ୍ମରେ କେଶ ଶୀଘ୍ର ଅପରିଷ୍କାର ହୋଇଯାଏ। ଏଥିପାଇଁ ଗ୍ରୀଷ୍ମର ଦିନଗୁଡିକରେ କେଶକୁ ବିଲକୁଲ ଅପରିଷ୍କାର ହେବାକୁ ଦିଅନ୍ତୁ ନାହିଁ । ଏହାକୁ ସମୟ ସମୟରେ ଧୋଇବା ଉଚିତ । ଏଥିପାଇଁ ଆମର ପରାମର୍ଶ ଏହା ହେବ ଯେ ଆପଣ ଗ୍ରୀଷ୍ମ ଦିନ ମାନଙ୍କରରେ କମ ସେ କମ ଦୁଇ ରୁ ତିନିଥର କେଶକୁ ଧୁଅନ୍ତୁ। ଏପରି କରିବା ଦ୍ଵାରା କେବଳ କେଶର ଅପରିଷ୍କାର ବାହାରି ଯିବ ଓ ତାସହ କେଶର ଅତିରିକ୍ତ ତେଲ ମଧ୍ୟ ବାହାରିଯିବ ।
– ଗ୍ରୀଷ୍ମରେ ପ୍ରତି ଦିନେ ଛାଡି ଦିନେ କେଶକୁ ତେଲରେ ମାଲିଶ କରନ୍ତୁ । ଏପରି କରିବା ଦ୍ଵାରା ମୁଣ୍ଡର ରକ୍ତ ସଂଚାଳନ ଭଲ ହୋଇଥାଏ ଏବଂ କେଶ ମଧ୍ୟ ମଜବୁତ ହୋଇଠେ। ତାସହ ଏହି ଉପାୟରେ କେଶ ଶୀଘ୍ର ଲମ୍ବା ହୋଇଥାଏ।
– ଗ୍ରୀଷ୍ମର ଦିନମାନଙ୍କରେ ନିଜର କେଶକୁ ଅଧିକ ଚାପିକରି ବାନ୍ଧନ୍ତୁ ନାହିଁ । କେଶକୁ ଟାଇଟ ବାନ୍ଧିବା ଦ୍ଵାରା ମୁଣ୍ଡରୁ ବାହାରୁଥିବା ଝାଳ କେଶ ମଧ୍ୟରେ ରାହିଜାଏ ଓ ଏହାକୁ କ୍ଷତି ପହଞ୍ଚେଇବ ।
– ଆପଣ ଯେବେ ମଧ୍ୟ ବ୍ୟାୟମ କରିବେ ତେବେ କେଶକୁ ଭଲ ଭାବରେ ଧୋଇ ପରିଷ୍କାର କରିବାକୁ ଭୁଲିବେ ନାହିଁ ।
-ଗ୍ରୀଷ୍ମର ଦିନମାନଙ୍କରେ କେଶକୁ ସମୟ ସମୟ ରେ ପାନିଆ ଦ୍ଵାରା କୁଣ୍ଡେଇବେ। ଏପରି କରିବା ଦ୍ଵାରା ମୁଣ୍ଡର ଚର୍ମରେ ରକ୍ତ ସଂଚାଳନ ବୃଦ୍ଧି ହେବ ଓ ଆପଣଙ୍କ କେଶର ଅପରିଷ୍କାର ତତ୍ଵ ମଧ୍ୟ ବାହାରିଯିବ ।