September 12, 2024

Odia Express

Leading Odia News Portal of Odisha

ସାରା ଜୀବନ ପାଇଁ କେଶ ଝଡିବା ବନ୍ଦ କରିଦେବ ଏହି ସାଧାରଣ ଉପଚାର – ଆଜି ବ୍ୟବହାର କରି ଦେଖନ୍ତୁ…

ବନ୍ଧୁଗଣ ଆଜିକାଲିର ଯୁବପିଢିଙ୍କ ଥରେ କେଶ ଝଡିବା ଏକ ବହୁତ ବଡ ସମସ୍ୟା ରୂପେ ଉଭା ହୋଇଛି। ଯଦି ଆପଣ ଲକ୍ଷ୍ୟ କରିଥିବେ ତେବେ ଆଜିକାଲିର ଲୋକଙ୍କର ବହୁତ କମ ବୟସରେ ହିଁ କେଶ ଝଡିବା ଆରମ୍ଭ ହୋଇଯାଉଛି। ଏପରିକି କିଛି ଲୋକଙ୍କର ତ କେଶ ଝଡିବା କାରଣରୁ କମ ବୟସରେ ଚନ୍ଦା ହେବାରେ ଲାଗନ୍ତି। ସେଠାରେ ଝିଅଙ୍କ କଥା କହିବା ତ ସେମାନକ କେଶ ମଧ୍ୟ ଝଡିବା କାରଣରୁ ବହୁତ ପତଳା ହୋଇଯାଏ। ଏଥିପାଇଁ ଆମେ କହିପାରିବୁ ଯେ ଆଜିର ତାରିଖରେ କେଶ ଝଡିବା ଏକ ବଡ ସମସ୍ୟା ହୋଇଯାଇଛି ।କେଶର ଝାଡିବାର ଅନେକ ପ୍ରକାର କାରଣ ହୋଇପାରେ। ଏଥିମଧ୍ୟରେ ଖରାପ ଖାଦ୍ୟାଭ୍ୟାସ, ଖରାପ ଜୀବନ ଲାଇଫଷ୍ଟାଇଲ, ପୋଷକ ତତ୍ଵରେ ଅଭାବ, ଆଂଶିକ ହରମୋନସ ତ୍ଵଚା ସମ୍ବନ୍ଧିତ କୌଣସି ରୋଗ ଇତ୍ୟାଦି ଜିନିଷ ସାମିଲ ହୋଇଥାଏ।

ଏହା ବ୍ୟତୀତ କେଶରେ କେମିକାଲ ଯୁକ୍ତ ହେୟାର ପ୍ରଡ଼କ୍ଟର ବ୍ୟବହାର କରିବା ମଧ୍ୟ ହାନିକରକ ହୋଇଥାଏ। ଅନେକ ଲୋକ କେଶକୁ ଷ୍ଟ୍ରେଟ କରାଉଛନ୍ତି କିମ୍ବା ତା ଉପରେ ରଙ୍ଗ ଲଗାଉଛନ୍ତି । ଏହି ସବୁ ମଧ୍ୟ କେଶର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଆପଣନାକ କେଶ ଝଡିବାର କାରଣ ପଛକେ ଯାହା ହେଉ କିନ୍ତୁ ଯଦି ଆପଣ ଏହାରୁ ଝଡିବାର ସ୍ଥାୟୀ ରୂପରେ ବନ୍ଦ କରିବାକୁ ଚାହାନ୍ତି ତେବେ ଆପଣ ବିଲକୁଲ ସଠିକ ସ୍ଥାନକୁ ଆସିଛନ୍ତି ।

ବନ୍ଧୁଗଣ ମାର୍କେଟରେ ଏପରି ଅନେକ ଔଷଧ କିମ୍ବା ତେଲ ଉପଲବ୍ଧ ଅଛି ଯାହା କେଶର ଝଡିବା ବନ୍ଦ କରିବାର ଦାବି କରୁଛନ୍ତି। ଏମାନଙ୍କ ମଧ୍ୟରେ କିଛି ପ୍ରଡ଼କ୍ଟ କାମ ମଧ୍ୟ କରିଥାଏ। କିନ୍ତୁ ଏମାନଙ୍କ ସହିତ ସମସ୍ୟା ଏହା ଯେ ଏଗୁଡିକ ବ୍ୟବହାର ଯେପର୍ଯ୍ୟନ୍ତ କରାଯିବ ଆପଣଙ୍କ କେଶ ଝଡିବା ସେପର୍ଯ୍ୟନ୍ତ କମିଯିବ। ଯଦି ଆପଣ ଏହାର ବ୍ୟବହାର ବନ୍ଦ କରିଦେବେ ତେବେ କେଶ ଝଡିବା ପୁଣି ଆରମ୍ଭ ହୋଇଯିବ। ଏମିତିରେ ଆପଣଙ୍କୁ ଏହି ପ୍ରଡ଼କ୍ଟ ସାରା ଜୀବନ ବ୍ୟବହାର କରିବାକୁ ହୋଇଥାଏ ଯାହା ଆପଣଙ୍କ ପକେଟ ଉପରେ ଚାପ ପକେଇପାରେ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ କେଶ ଝଡିବା ସାରା ଜୀବନ ପାଇଁ ବନ୍ଦ କରିବା ନିମନ୍ତେ ଏକ ସ୍ଥାୟୀ ଉପଚାର ଜଣେଇବୁ। ଏହି ଚିକିତ୍ସାର ଖାସ କଥା ଏହା ଯେ ଏହାକୁ ଆପଣ ଘରେ ବିନା ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତ କରିପାରିବେ । ଏହି ଉପଚାରର କୌଣସି ସାଇଡ ଇଫେକ୍ଟ ମଧ୍ୟ ହୋଇନଥାଏ। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ପ୍ରସ୍ତୁତ କରିବାକୁ ହେବ ।

ପିଆଜ ଓ ଲେମ୍ବୁ ଦ୍ଵାରା କେଶ ଝଡିବା ବନ୍ଦ କରନ୍ତୁ

ଏହି ଉପଚାରକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ କେବଳ ଦୁଇଟି ଜିନିଷ ଆବଶ୍ୟକ ହେବ। ପ୍ରଥମେ ପିଆଜ ଓ ଦ୍ଵିତୀୟରେ ଲେମ୍ବୁ। ଏବେ ଯାଏଁ ଏହି ଦୁଇଟି ଜିନିଷର ଉପଯୋଗ କେବଳ ଖାଦ୍ୟର ସ୍ଵାଦ ବୃଦ୍ଧି ନିମନ୍ତେ କରି ଆସୁଥିଲେ କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଏହାଦ୍ୱାରା ଆପଣ କେଶର ଝଡିବା ମଧ୍ୟ ବନ୍ଦ କରିପାରିବେ। ଏହି ଉପଚାରକୁ ପ୍ରସ୍ତୁ କରିବା ପାଇଁ ଆପଣ ଗୋଟିଏ ପିଆଜକୁ ପେଷି ତାହାର ପେଷ୍ଟ ବନେଇ ନିଅନ୍ତୁ ଆପଣ ଚାହିଁବେ ତ ପେଷ୍ଟ ବଦଳରେ ପିଆଜ ରସର ବ୍ୟବହାର କରିପାରିବେ ।

ଏବେ ଏକ ପାତ୍ରରେ ଏକ ଚାମଚ ପିଆଜ ପେଷ୍ଟ କିମ୍ବା ରସ ନିଅନ୍ତୁ ଓ ଏଥିରେ ଏକ ଚାମଚ ଲେମ୍ବୁ ରସ ମିଶେଇ ଦିଅନ୍ତୁ। ଏବେ ଏହାକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ ଓ ନିଜର କେଶର ମୂଳରେ ମସାଜ କରି ଲଗେଇ ଦିଅନ୍ତୁ। ଅଧଘଣ୍ଟା ପର୍ଯ୍ୟନ୍ତ ଏହାକୁ କେଶରେ ରଖିବା ପରେ ଆପଣ ଆଣ୍ଟି ଡାଣ୍ଡ୍ରଫ ସାମ୍ପୁରେ କେଶ ଧୋଇଡିଅନ୍ତୁ। ଏହି ଉପଚାର ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର କରିପାରନ୍ତି। ଏହି ଉପଚାର ଦ୍ଵାରା 15 ଦିନରେ ଆପଣଙ୍କୁ ଫରକ ନଜର ଆସିବ ।

Leave a Reply

Your email address will not be published. Required fields are marked *