September 12, 2024

Odia Express

Leading Odia News Portal of Odisha

୨୦୦ ରୁ ଅଧିକା ଗରିବ ଛୁଆଙ୍କୁ ନୁଆ ଜୀବନ ଦେଉଛନ୍ତି ଟିଭି ଦୁନିଆଁର ଏହି କୃଷ୍ଣ, ଜାଣିଲେ ଆପଣ ମଧ୍ୟ କହିବେ ସବାସ..

ଟେଲିଭିଜନ୍ ଦୁନିଆଁରେ ୯୦ ଦଶକରେ ସେ ସମୟ ଥିଲା ଯାହାକୁ କେହି ବି ଭୁଲି ପାରିବେ ନାହିଁ । ୯୦ ଦଶକରେ ରାମାନନ୍ଦ ସାଗରଙ୍କ ରାମାୟଣରୁ ନେଇକରି ଶ୍ରୀକୃଷ୍ଣା ଙ୍କୁ ଦେଖିବାପାଇଁ ରାସ୍ତା ଶୁନଶାନ୍ ହୋଇଯାଉଥିଲା,  ୯୦ ଦଶକର ରବିବାରରେ ସକାଳୁ ଦୁରଦର୍ଶନରେ ଶ୍ରୀକୃଷ୍ଣ ପ୍ରସାରଣ କରାଯାଉଥିଲା,  ଦୁରଦର୍ଶନରେ ଶ୍ରୀକୃଷ୍ଣା ପ୍ରସାରଣର ପୁର୍ବରୁ ଲୋକେ ନିଜ କାମ ଧନ୍ଦା ସାରି ଟିଭି ଦେଖିବାକୁ ବସିପଡୁଥିଲେ, ୯୦ ଦଶକରେ ପ୍ରସାରିତ ଏହି ଧାରାବାହିକ ରାମାୟଣ ବେଶୀ ଲୋକପ୍ରିୟତା କମାଇଥିଲା,  ଏହି ଧାରାବାହିକ ବହୁତ ଅଭିନେତାଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭୁମିକା ନିଭାଇଥିଲେ  ରାମାନନ୍ଦ ସାଗରଙ୍କ ଦ୍ୱାରା ଲିଖିତ ଶ୍ରୀକୃଷ୍ଣାରେ ଅଭିନେତା ସ୍ୱପ୍ନିଲ୍ ଜୋଶୀଙ୍କ ଦ୍ୱାରା ଅଭିନିତ କୃଷ୍ଣଙ୍କ ଅଭିନୟକୁ କେହି ଭୁଲିପାରିବେ ନାହିଁ , ଏହି ଧାରାବାହିକରେ ସ୍ୱପ୍ନିଲ୍ ଜୋଶି ସହ ଆଉ ଏକ ଅଭିନେତା ଶ୍ରୀକୃଷ୍ଣଙ୍କ ଭୁମିକା ନିଭାଇଥିଲେ ।

ଏହି ଅଭିନେତାଙ୍କ ନାଁ ସର୍ବଦମନ ଡି ବାନାର୍ଜୀ ଅଟେ, ମନମୋହକ ଆବାଜ୍ , ଦିବ୍ୟ ହସ, ଓ ଚେହେରାରେ ସେହି ତେଜ ଶ୍ରୀକୃଷ୍ଣଙ୍କ ଅଭିନୟରେ ସର୍ବଦମନ ଡି ବାନାର୍ଜୀ ମନମୋହିନେଇଥିଲେ,  କଣ ଆପଣଙ୍କୁ ଜଣାଅଛି କି ଆଯିର ସମୟରେ ରାମାନନ୍ଦ ସାଗରଙ୍କ କୃଷ୍ଣ କେଉଁଠି ଅଛନ୍ତି , କଣ କରୁଛନ୍ତି , ସର୍ବଦମନ ଡି ବାନାର୍ଜୀ ଙ୍କ ଜନ୍ମ ୧୯୬୫ ରେ ୧୩ ମାର୍ଚ୍ଚକୁ ଏକ ବଙ୍ଗାଳୀ ପରିବାରର ବ୍ରାହ୍ମଣ ଜାତିରେ ହୋଇଥିଲା<  ସେ ପୁଣେ ଫିଲ୍ମ ଇନଷ୍ଟିଟ୍ୟୁଡ୍ ରୁ ଅଭିନୟ କୋର୍ସ୍ କରିଥିଲେ,  ଅଭିନୟ ଦୁନିଆଁରେ ପାଦ ଦେଇଥିଲେ , ସର୍ବଦମନ ଡି ବାନାର୍ଜୀ ନିଜ କ୍ୟାରିୟରର ଆରମ୍ଭ ପୌରାଣିକ ଅଭିନୟକରୁ କରିଥିଲେ,  ସେ ଆଦି ଶଙ୍କରାଚାର୍ଯ୍ୟ, ରୁ ନେଇକରି ସ୍ୱାମୀ ବିବେକାନନ୍ଦ, ଓ ପଣ୍ତିତ ହରିପ୍ରସାଦ ପରି ଭୁମିକା ନିଭାଇଛନ୍ତି , ରାମାନନ୍ଦ ସାଗରଙ୍କ ଏହି ଧାରାବାହିକ ଶ୍ରୀକୃଷ୍ଣ ସର୍ବଦାମନ ବାନାର୍ଜୀଙ୍କ କ୍ୟାରିୟରରେ ମିଲ୍ ପଥର ପ୍ରମାଣିତ୍ ହେଲା ।

ଧାରାବାହିକ ଶ୍ରୀକୃଷ୍ଣା ରେ ଭଗବାନ କୃଷ୍ଣଙ୍କ ଭୁମିକା ନିଭାଇଥିବା କାରଣରୁ ଲୋକେ ଆଜି ବି ତାଙ୍କୁ ସେଇ ଅଭିନୟରେ ଜାଣିଥାନ୍ତି , ସର୍ବଦମନ ଡି ବାନାର୍ଜୀ ଫିଲ୍ମ ଏମ୍ ଏସ୍ ଧୋନୀରେ ଧୋନୀ ମାନେ ଶୁଶାନ୍ତ ସିଂ ରାଜପୁତ୍ ଙ୍କ କୋଚ୍ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ଅଭିନୟ କରିଥିଲେ , ଆଜିର ସମୟରେ ସର୍ବଦମନ ବାନାର୍ଜୀ ରିଷିକେଶ ରେ ରହୁଛନ୍ତି , ଏଠାରେ ସେ ନିଜ ମେଡିଟେସନ୍ ସେଣ୍ଟର୍ ଚଲାଉଛନ୍ତି । ସର୍ବଦମନ ମେଡିଟେସନ୍ ସେଣ୍ଟର୍ ନାଁ ହେଲା ମାଲିକାଡା ଏହି ମେଡିଟେସନ୍ ସେଣ୍ଟରରେ ଅଲଗା ଲୋକ ଆସିକରି ମେଡିଟେସନ୍ କ୍ୟାମ୍ପ୍ ଲଗାଇଥାନ୍ତି , ଏହା ଛଡା ସର୍ବଦମନ ବାନାର୍ଜୀ ପଙ୍ଖ ନାମକ ଏକ ଏନ୍ ଜିଓ ବି ଚଲାଉଛନ୍ତି , ଯାହାର ଅନ୍ତର୍ଗତ ସେ ୨୦୦ରୁ ଅଧିକା ଗରିବ ଛୁଆଙ୍କୁ ମାଗଣା ଶିକ୍ଷା ଓ ଉତ୍ତରାଖଣ୍ତରେ ପ୍ରାୟ ୫୦ ଟି ମହିଳାଙ୍କ ପାଇଁ ଏମିତି କାମ ଶିଖାଉଛନ୍ତି ଯାହା ଦ୍ୱାରା ସେ ରୋଜଗାର ପାଇପାରିବେ ।

ସର୍ବଦମନ କୃଷ୍ଣଙ୍କ ଭୁମିକାରେ ଚର୍ଚ୍ଚିତ ହୋଇଥିଲେ,  ତାଙ୍କର ଅଭିନୟର ତୁଳନା ଆଜି ପର୍ଯ୍ୟନ୍ତ କେହି କରିପାରିନାହାନ୍ତି , ଏକ ଇଣ୍ଟରଭ୍ୟୁ ସମୟରେ ସେ କହିଲେ କି ଯେବେ ତାଙ୍କୁ ଏହି ରୋଲ୍ ଦିଆଗଲା ତେବେ ସେ ବିଶ୍ୱାସ କରିପାରିଲେ ନାହିଁ , ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ କି ଯେବେ ସେ ତାଙ୍କୁ ଦର୍ଶନ ଦେବେ ସେ ଯାଇ ଏହି ରୋଲ୍ ନିଭାଇବେ , ଦିନେ ଯେବେ ସେ ସଂନ୍ଧ୍ୟା ସମୟରେ ଅଟୋରେ ସମୁଦ୍ର ତଟ ଆଡେ ଯାଉଥିଲେ , ତେବେ ସମୁଦ୍ରର ଲହଡିରେ ଶ୍ରୀକୃଷ୍ଣଙ୍କର ଆକୃତି ହୋଇଥିବାର ନଜର ଆସିଥିଲା,

ଏମିତି ହେବାପରେ ସର୍ବଦମନ ବାନାର୍ଜୀ ସିଧା ରାମାନନ୍ଦ ସାଗରଙ୍କ ପାଖକୁ ଗଲେ ଶ୍ରୀକୃଷ୍ଣଙ୍କ ଭୁମିକା ନିଭାଇବାପାଇଁ ହଁ କହିଦେଲେ , ଭଗବାନ ଶ୍ରୀକୃଷ୍ଣଙ୍କ ରୋଲ୍ ରେ ସର୍ବଦମନ ଏମିତି ଫିଟ୍ ହେଲେ କି ରାମାନନ୍ଦ ସାଗର ଆଉ କେଉଁ ଫିଲ୍ମରେ ତାଙ୍କୁ ନେଇପାରିଲେ ନାହିଁ , ଯେବେ ସର୍ବଦମନ ରାମାନନ୍ଦ ସାଗରଙ୍କୁ ଏହି ବିଷୟରେ ପଚାରିଲେ ତେବେ ରାମାନନ୍ଦ ସାଗର କହିଲେ କି ତୁମେ ଦେଖୁଛି ତ ମୋତେ ଭଗବାନ ଶ୍ରୀକୃଷ୍ଣ ଦେଖାଯାଉଛନ୍ତି , ଓ ତୁମ ସାମ୍ନାରେ ହାତ ଯୋଡି ଠିଆ ହୋଇଯାଉଛି , ୨୦୧୭ ରେ ଦିଆଯାଈଥିବା ଏହି ଇଣ୍ଟରଭ୍ୟୁ ସର୍ବଦମନ ଏହି କଥାର ବିଷୟରେ କହିଥିଲେ ।

Leave a Reply

Your email address will not be published. Required fields are marked *