ଯଦି ଆପଣଙ୍କ ନାକ ମଧ୍ୟ ବଙ୍କାତେଢା, ତେବେ ଏହି ସହଜ ଉପାୟ ଗୁଡିକ ଦ୍ଵାରା ତାହାକୁ ସୁନ୍ଦର ଆକାର କରିପାରିବେ…
ଏମିତିରେ ତ କୌଣସି ବ୍ୟକ୍ତିଙ୍କର ସୁନ୍ଦରତାର ଅନେକ ଅଲଗା ମାପଦଣ୍ଡ ରହିଥାଏ। କିନ୍ତୁ ଏମାନଙ୍କ ଠାରୁ ସବୁଠାରୁ ଅଧିକ ପ୍ରଥମିକତା ଆପଣଙ୍କ ଚେହେରାର ଆକାରକୁ ଦିଆଯାଏ। ଆପଣଙ୍କ ରଙ୍ଗ ଗୋରା ହେଉ କିମ୍ବା କଳା ଏଥିରେ କୌଣସି ଫରକ ପଡେନାହିଁ । କିନ୍ତୁ ଯଦି ଆପଣଙ୍କ ଚେହେରାର ମୁଖାକୃତି ବିଗିଡି ଯାଇଥିବ ତେବେ ଆପଣ ସୁନ୍ଦରତାର ବିଭାଗରେ ଆସିପାରିବେ ନାହିଁ। ଚେହେରାର ଆକୃତିରେ ମଧ୍ୟ ସବୁଠାରୁ ଅଧିକ ମୂଲ୍ୟ ଆପଣଙ୍କ ନାକର ହୋଇଥାଏ। ଯେଉଁ ଲୋକଙ୍କର ନାକ ସଠିକ ଆକାରର ହୋଇଥାଏ ତାଙ୍କର ଛେର ଆପେଆପେ ସୁନ୍ଦର ଦେଖାଯାଇଥାଏ। ଅନ୍ୟପକ୍ଷରେ ଯେଉନମାନଙ୍କର ନାକ ବଙ୍କାତେଢା କିମ୍ବା ସଠିକ ଆକାରର ହୋଇନଥାଏ ଟାକର ସୁନ୍ଦରତାରେ କିଛି ଅଭାବ ରହିଯାଏ ।
ନାକ ଚେହେରାର ସୁନ୍ଦରତା ବୃଦ୍ଧି କରିବାରେ କେତେ ମହତ୍ଵପୂର୍ଣ୍ଣ ଭୂମିକା ନେଇଥାଏ ଏକଥାର ଅନୁମାନ ଆପଣ ଏଥିରୁ ଲଗେଇ ପାରିବେ ଯେ ଅନେକ ଲୋକ ତ ନିଜର ନାକର ଆକୃତି ସଠିକ କରିବା ନିମନ୍ତେ ନାକର ସର୍ଜରୀ ମଧ୍ୟ କରେଇ ଥାନ୍ତି । ଏମିତିକି ବଲିଉଡର ଅନେକ ଅଭିନେତା ମଧ୍ୟ ନିଜର ଲୁକକୁ ସଠିକ କରିବା ପାଇଁ ନାକର ସର୍ଜରୀ କରେଇସାରିଛନ୍ତି । କିନ୍ତୁ ନାକର ସର୍ଜରୀ କରିବା ଏକ କଷ୍ଟଦାୟକ ପ୍ରକ୍ରିୟା ଅଟେ। ତାସହ ଏଥିରେ ବହୁତ ଖର୍ଚ୍ଚ ମଧ୍ୟ ହୋଇଥାଏ ଯାହାକୁ ଆମଭଳି ସାଧାରଣ ଲୋକ ଖର୍ଚ୍ଚ କରିପାରିବା ନାହିଁ । ଏମିତିରେ ଯଦି ଅପନକ ନାକ ମଧ୍ୟ ବଙ୍କାତେଢା କିମ୍ବା ସଠିକ ଆକାରର ନାହିଁ ତ ଆପଣ ଟେନସନ ନିଅନ୍ତୁ ନାହିଁ। ଖୁସିଖବର ଏହା ଯେ ଆପଣ ବିନା ସର୍ଜରୀ କରି ମଧ୍ୟ ନିଜର ନାକ
ର ଆକାର ସଠିକ ବନେଇପାରିବେ। ଆଜି ଆମେ ଆପଣଙ୍କୁ ନାକର ଆକୃତି କୁ ସଠିକ ବନେଇବା ପାଇଁ କିଛି ସହଜ ଉପାୟ ସହିତ ପରିଚିତ କରେଇବୁ ।
ଘରେ ବସି ବଙ୍କାତେଢା ନାକକୁ ଏମିତି ସୁଧାରନ୍ତୁ
ଉପାୟ 1: ନିଜର ନାକକୁ ଆଙ୍ଗୁଠି ଓ ତର୍ଜନୀ ଅଙ୍ଗୁଳି(ଇଣ୍ଡେକ୍ସ ଫିଙ୍ଗର)ରେ ଧରନ୍ତୁ। ଏବେ ଏହାକୁ ଧୀରେ ଧୀରେ ଘଷି ଉପର ଆଡକୁ ଉଠାନ୍ତୁ। ଏହି ପ୍ରକ୍ରିୟା ଆପଣଙ୍କୁ ପ୍ରତିଦିନ ପାଞ୍ଚ ରୁ ଦଶ ମିନିଟ ପର୍ଯ୍ୟନ୍ତ କରିବାକୁ ହେବ। ଏହି ଉପାୟ ଦ୍ଵାରା ଆପଣଙ୍କ ଚେପେଟା, ଫୁଲାଳିଆ, ମୋଟା ଓ ବଡ ନାକ ମଧ୍ୟ ସଠିକ ପଏଣ୍ଟେଡ଼ ଆକୃତିରେ ଆସିଯିବ। ଯଦି ଆପଣ ପ୍ରତିଦିନ ନିୟମରେ ଏହି ଉପାୟକୁ କରିବେ ତେବେ ଆପଣଙ୍କୁ ଏହାର ଲାଭ କିଛି ସପ୍ତାହ ଭିତରେ ଦୃଷ୍ଟିଗୋଚର ହେବ ।
ଉପାୟ 2: ଯଦି ଆପଣ ନିଜର ନାକକୁ ତୀକ୍ଷଣ କରିବାକୁ ଚାହାନ୍ତି ତେବେ ଏହି ଉପାୟ କରନ୍ତୁ। କୌଣସି ତେଲ ଯେପରିକି ନଡିଆ ତେଲ କିମ୍ବା ଅଲିଭ ନେଇ ନିଜର ନାକର ମଳିଶ କରନ୍ତୁ। ଏହି ମଳିଶ ଆପଣଙ୍କୁ ନିଜର ଆଖିରୁ ଆରମ୍ଭ କରି ନାକର ଅନ୍ତିମ ଟିପ ପର୍ଯ୍ୟନ୍ତ କରିବାକୁ ହେବ । ମସାଜ କରିବା ସମୟରେ ଆପଣ ଅଙ୍ଗୁଳିର ଉପଯୋଗ କରନ୍ତୁ ଓ ଏହା ଉପରେ ହାତର ହାଲୁକା ଚାପ ପ୍ରୟୋଗ କରନ୍ତୁ । ଏହି ପ୍ରକ୍ରିୟା ଆପଣଙ୍କୁ ପ୍ରତିଦିନ ଥରେ କରନ୍ତୁ। ଏହାକୁ ଆପଣ କମ ସେ କମ ପାଞ୍ଚ ମିନିଟ ପର୍ଯ୍ୟନ୍ତ ନିଶ୍ଚିତ କରନ୍ତୁ ।
ଉପାୟ 3: କୁହନ୍ତି ଯେ ଯୋଗ ଦ୍ଵାରା ସବୁ ଜିନିଷର ଚିକିତ୍ସା ସମ୍ଭବ ଅଟେ। ଏହାର ମାଧ୍ୟମରେ ଆପଣ ନିଜର ନାକର ଶେପ କୁ ମଧ୍ୟ ସୁଧାରୀ ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଅନୁଲୋମ-ବିଲୋମ ପ୍ରାଣାୟମ କରିବାକୁ ହେବ । ଯେଉଁ ଲୋକଙ୍କୁ ଏହି ପ୍ରାଣାୟମ ବିଷୟରେ ଜଣାନାହିଁ ସେମାନଙ୍କୁ ଜଣେଇଦେବେ ଯେ ଏଥିରେ ଆପଣଙ୍କୁ ନିଜର ଡାହାଣ ନାକର ଛିଦ୍ରରେ ଶ୍ଵାସ ଭିତରକୁ ଟାଣିବାକୁ ହୋଇଥାଏ ଓ ବାମ ଛିଦ୍ରରେ ଶ୍ଵାସ ଛାଡିବାକୁ ହୋଇଠେ। ଏହି ସମୟରେ ଆପଣ ଯେଉଁ ନାକରେ ଶ୍ଵାସ ଟାଣୁଛନ୍ତି କିମ୍ବା ଛାଡୁଛନ୍ତି ତାହାର ବିପରୀତ ନାକକୁ ଅଙ୍ଗୁଳି ଦ୍ଵାରା ଚାପି ରଖିବାକୁ ହୁଏ। ଏହି ଉପାୟକୁ ପ୍ରତିଦିନ ପାଞ୍ଚ ମିନିଟ ପର୍ଯ୍ୟନ୍ତ କରିପାରିବେ । କିନ୍ତୁ ଏଥିରେ କିଛି ଲୋକଙ୍କୁ ଫରକ ଦେଖାଦେଇଥାଏ କିନ୍ତୁ କିଛି ଲୋକଙ୍କୁ ଦେଖାଯାଇନଥାଏ ।
ଏହି ସବୁ ଉପାୟ ନାକର ଆକାର ସୁଧାରିବା ନିମନ୍ତେ ସାହାଯ୍ୟ କରିଥାଏ କିନ୍ତୁ 100ରୁ 60-70ପ୍ରତିଶତ ଲୋକଙ୍କର ଭଲ ଫଳ ମିଳିଥାଏ। ବକିଙ୍କର କିଛି ଅନ୍ୟ କାରଣରୁ ଫଳ ମିଳିନଥାଏ। କିନ୍ତୁ ଏମାନଙ୍କୁ ଚେଷ୍ଟା କରିବାରେ କୌଣସି କ୍ଷତି ହୋଇନଥାଏ।