December 23, 2024

Odia Express

Leading Odia News Portal of Odisha

ରାଜ୍ୟସରକାର ଙ୍କ ବଡ ନିଷ୍ପତି – ଏପ୍ରିଲ ୩୦ ଯାଏ ଲକ ଡାଉନ ବଢିବା ପାଇଁ ନିଷ୍ପତି – ଦେଖନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ ….

ବର୍ତମାନ ସାରା ଦେଶ କରୋନା କୁ ନେଇ ଖୁବ ସଂଘର୍ଷ କରୁଛି | ତେବେ କେବଳ ଭାରତ କଥା ନୁହଁ ବର୍ତମାନ ସାରା ପୃଥିବୀ ଏହି କରୋନା କୁ ନେଇ ଖୁବ ଚିତିନ୍ତ | ତେବେ ଏହାର ପରିଣାମ ସବୁ କ୍ଷେତ୍ର ରେ ପଡିଛି | ଓଡ଼ିଶାରେ ପ୍ରଥିମିକ ପର୍ଯ୍ୟରେ କାମ ଆକ୍ରାନ୍ତ ଦେଖା ଦେଇଥିଲା | ତେବେ ଭୁବନେଶ୍ୱର କରୋନା ଆକ୍ରାନ୍ତ ହେବ ପରେ |ରାଜ୍ୟରେ କରୋନା ସଂଖ୍ୟା ଧୀରେ ଧୀରେ ବଢିଛି |ରାଜ୍ୟରେ ବର୍ତମାନ ସୁଦ୍ଧା ୪୪ ଜଣ କରୋନା ଆକ୍ରାନ୍ତ ହେଇ ସାରିଲେଣି ଓ ଜଣକର ମୃତ୍ୟୁ ମଧ୍ୟ ହେଇ ସାରିଛି | ତେବେ ଏହା ମଧ୍ୟ ଖୁସି ଖବର ମଧ୍ୟ ଥିଲା ଯେ ରାଜ୍ୟରେ ଆକ୍ରାନ୍ତ ହେଇଥିବା ପ୍ରଥମ ଦୁଇଜଣ କରୋନା ରୋଗୀ ସୁସ୍ତ ହେଇ ଘରକୁ ଫେରି ସାରିଛନ୍ତି

ତେବେ ସାରା ଦେଶରେ ବର୍ତମାନ ୨୧ ଦିନର ଲକ ଡାଉନ ଚାଲିଛି ଯାହାକି ଆଗାମୀ ୧୪ ତାରିଖ ଅର୍ଥାତ ଏପ୍ରିଲ ୧୪ ରେ ଶେଷ ହେବାର ଥିଲା | କିନ୍ତୁ ବର୍ତ୍ତମନ ସମୟରେ ରାଜ୍ୟସରକାର ଏ ନେଇ ବଡ ନିଷ୍ପତି ନେଇଛନ୍ତି | ଏପ୍ରିଲ ୩୦ ଯାଏ ଲକ ଡାଉନ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି | ଏ ନେଇ କ୍ୟାବିନେଟ ବୈଠକ ରେ ନିଷ୍ପତି ହେଇଥିବା ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି | ତେବେ ଏଥିରେ ସେ ଲୋକଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି | ତେବେ ସେ କହସାଇଛନ୍ତି କି ଚାଷ କାମରେ କୌଣସି ଅସୁବିଧା ନ କରିବା ପାଇଁ ଓ ଲୋକଙ୍କ ପାଇଁ ସୁବିଧା ରେ ଖାଦ୍ୟ ପହଚଁଏଇବା ପାଇଁ | ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇ ଭଉଣୀ ମାନକ ପାଇଁ ସେ ବ୍ୟବସ୍ତା କରାଯାଉଛି ବୋଲି କହିଛନ୍ତି

ତେବେ ସେ ଏକଥା ମଧ୍ୟ କହିଛନ୍ତି ଯେ ବର୍ତମାନ ଅର୍ଥନୀତି ଓ ମଣିଷ ଜୀବନ ମଧ୍ୟରୁ ଗୋଟିଏ ବାଛିବା ପାଇଁ ପଡିବ | ତେବେ ଆମକୁ ମଣିଷ ଜୀବନ ବାଛିବ ପାଇଁ ପଡିବ ବୋଲି କହିଛନ୍ତି | ଏହା ସହ ସେ କହିଛନ୍ତି ଯେ ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ବର୍ତମାନ କରୋନା କୁ ଆୟତ କରି ପାରି ନାହିଁ |କାରଣ ସେଠାରେ ସମ୍ପୂର୍ଣ ଲକ ଡାଉନ ହେଇନାହିଁ | ତେବେ ଲକ ଡାଉନ ନିୟମ ମାନିବ ପାଇଁ ସେ ଲୋକଙ୍କୁ ଅନୁରୋଧ କରିଅଛନ୍ତି

ତେବେ ଏହା ସହ ସେ କେନ୍ଦ୍ର କୁ ଅନୁରୋଧ କରିଛନ୍ତି ଯେ ଟ୍ରେନ ଓ ବିମାନ ସେବା ମଧ୍ୟ ୩୦ ଯାଏ ବାଣ୍ଡ ରଖିବା ପାଇଁ | ତେବେ ଏହାକୁ ନେଇ କ୍ୟାବିନେଟ ର ନିଷ୍ପତି ହେଇଚି | ତେବେ ରାଜ୍ୟର ସମସ୍ତ ସ୍କୁଲ କଲେଜ ଜୁନ ୧୭ ପର୍ଯ୍ୟନ୍ତ ବାଣ୍ଡ ହେବ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର

Leave a Reply

Your email address will not be published. Required fields are marked *