September 19, 2024

Odia Express

Leading Odia News Portal of Odisha

ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଟିମ୍ ଇଣ୍ତିଆରେ ଡେବ୍ୟୁ କରିଥିବା ଏହି ୫ ଜଣ ଖେଳାଳୀ କ୍ରିକେଟ ଖେଳରୁ ସନ୍ୟାସର ଘୋଷଣା କରିସାରିଛନ୍ତି

ଟିମ୍ ଇଣ୍ତିଆକୁ ୩ ଥର ବିଜୟ ଲାଭ କରାଇଥିବା ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ନେବା ଏକ ପହେଲି ହୋଇଯାଇଛି , ଅସଲରେ ଆଇସିସି ବିଶ୍ୱକପ୍ ୨୦୧୯ ର ସେମିଫାଇନାଲ୍ ରେ ଧୋନୀ ଶେଷ ଥର ଜର୍ସିରେ ନଜର ଆସିଥିଲେ , ଯେଉଁଠି ସେ ୫୦ ରନର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । ଏହାପରେ ଏମ୍ ଏସ୍ ଧୋନୀ ଅଚାନକ ମ୍ୟାଚ୍ ବାହାରେ ଅଛନ୍ତି , ଆରମ୍ଭରୁ ଦିଗଜ୍ ଖେଳାଳୀ ୨ ମାସର ବ୍ରେକ୍ ଘୋଷଣା କରିଥିଲେ,  କିନ୍ତୁ ତେବେ ଠାରୁ ଏବେ ପର୍ଯ୍ୟନ୍ତ ସେ ଭାରତୀୟ କ୍ରିକେଟ୍ ଟିମ୍ ରେ ଫେରିଆସିପାରିନାହାନ୍ତି , ଏହାକୁ ନେଇ କ୍ରିକେଟ୍ ଜଗତରେ ସନ୍ୟାସର କଥା ଶୁଣିବାକୁ ମିଳୁଛି । କିନ୍ତୁ ଧୋନୀ ଆଧିକାରିକ ବୟାନ୍ ଦେଇନାହାନ୍ତି , ସେମିତି ଟିମ୍ କୁ ଫେରିବାକୁ ପ୍ଲାନ୍ କରୁଥିବା ବେଳେ ସନ୍ୟାସ ନେବା କଥା କେତେ ଦୂର ସତ୍ୟ ଏହା କିଛି ଜଣାପଡୁନାହିଁ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଧୋନୀଙ୍କ ପରେ  ଟିମ୍ ରେ ଏଣ୍ଟ୍ରି କରିଥିବା ବହୁତ ଖେଳାଳି ଏବେ ସନ୍ୟାସ ନେଇ ସାରିଛନ୍ତି , ତେବେ ଆସନ୍ତୁ ଜାଣିବା ସେହି ୫ ଜଣ ଖେଳାଳୀଙ୍କ ବିଷୟରେ ଯାହାଙ୍କ ପରେ ଧୋନୀ ଟିମ୍ ଇଣ୍ତିଆରେ ପାଦ ରଖିଥିବା ଏବେ ସେହି ଖେଳାଳୀ ସନ୍ୟାସ ନେଇସାରିଛନ୍ତି ।

୧) ଅମ୍ବାତି ରାଇଡୁ : ଭାରତୀୟ ଟିମ୍ ରେ ଅମ୍ବାତୀ ରାଇଡୁ ୨୦୧୩ ରେ ନିଜର ଡେବ୍ୟୁ କରିଥିଲେ,  ଆଇସିସି ବିଶ୍ୱକପ୍ ୨୦୧୯ ପୁର୍ବରୁ ଟିମ୍ ମ୍ୟାନେଜମେଣ୍ଟ ଏହି କଥାର ଘୋଷଣା କରିଦେଲେ କି ରାଇଡୁ ବିଶ୍ୱକପ୍ ୨୦୧୯ ରେ ଟିମ୍ ପାଇଁ ନମ୍ବର ୪ ରେ ବ୍ୟାଟିଙ୍ଗ୍ କରିବେ , କିନ୍ତୁ ଯେବେ ଟିମ୍ ର ଘୋଷଣା ହେଲା ତେବେ ରାଇଡୁ ୧୫ ଜଣିଆ ଟିମ୍ ସଦସ୍ୟରୁ ଭାଗରେ ନଥିଲେ,  ଓ ତାଙ୍କୁ କଭର୍ ପ୍ଲେୟାର୍ ରଖାଯାଇଥିଲା , କିନ୍ତୁ ଯେବେ ଟିମ୍ ଇଣ୍ତିଆ ସଲାମୀ ବ୍ୟାଟିଙ୍ଗ୍ ଶିଖର ଧବନ ଅଲରାଉଣ୍ତର ବିଜୟ ଶଙ୍କର ଇଂଡର୍ଡ ହେଇ ଭାରତ ଫେରିଲେ ତ ରାଇଡୁଙ୍କୁ ଇଂଲଣ୍ତ ପଠା ହୋଇନଥିଲା , ଏହି ପରି ଲଗାତାର ଦୁଇଥର ଅଣଦେଖା କରାଗଲା , ରାୟଡୁ ବିଶ୍ୱକପ୍ ସମୟରେ ସନ୍ୟାସ ନେବାର ଘୋଷଣା କରିଦେଲେ,  ଏହାପରେ ସେ ନିଜ ଘରୋଇ ହାଇଦ୍ରାବାଦ ଟିମ୍ ପାଇଁ ଖେଳିକରି କ୍ରିକେଟ୍ କୁ ଫେରିଲେ , କିନ୍ତୁ ଏବେ ସେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରେ ଆଉ ଖେଳୁନାହାନ୍ତି ।

୨) ପ୍ରଜ୍ଞାନ ଓଝା : ଭାରତୀୟ କ୍ରିକେଟ୍ ଟିମ୍ ରେ ସ୍ପିନ୍ ବୋଲର୍ ପ୍ରଜ୍ଞାନ ଓଝା ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୦୦୮ ରେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରେ ନିଜର ଡେବ୍ୟୁ କରିଥିଲେ , କିନ୍ତୁ ପ୍ରଜ୍ଞାନ ଓଝା ନିଜ କ୍ୟାରିୟରରେ ଅଧିକା ଲମ୍ବା ମ୍ୟାଚ୍ ଖେଳିପାରିନଥିଲେ,  ସେ ଭଲ ଫର୍ମରେ ନଥିବା ଯୋଗୁଁ ଟୀମ୍ ରୁ ବାହାରେ ରହିଥିଲେ,  ଯଦି ଓସତର କଥା କହିବା ତେବେ ସେ ୨୪ ଟି ଟେଷ୍ଟ ମ୍ୟାଚରୁ ୩୦,୨୭ ଓସତ ସହ ୧୧୩ ଟି ୱିକେଟ୍ ହାସିଲ୍ କରିଛନ୍ତି , ଏହି ଖେଳାଳୀ ୭ ଥର ଗୋଟେ ପାରିରେ ୫ ଟି ୱିକେଟ୍ ନେବାର କାରନାମା କରିଥିଲେ,  ଯେବେ କି ୧୦ ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ,  ୧୮ ଟି ୱାନ୍ ଡେ ମ୍ୟାଚରେ ୩୧,୦୫ ଓସତରେ ସେ ୨୧ ଟି ୱିକେଟ୍ ହାସିଲ୍ କରିଥିଲେ । ପ୍ରଜ୍ଞାନ ଓଝା ମାତ୍ର ୪,୪୭ ଇକୋନୋମିରେ ରନ୍ ଦେଇଛନ୍ତି , ୬ ଟି ଟେଣ୍ଟି ମ୍ୟାଚରେ ସେ ୧୩,୨ ଓସତରେ ୧୦ ଟି ୱିକେଟ୍ ଦେଇଛନ୍ତି , ଯେବେ କି ୬,୨୯ ଶାନଦାର୍ ଇକୋନୋମିରେ ରନ୍ ଦେଇଛନ୍ତି , ୨୦୧୩ ରୁ ଟିମ୍ ରୁ ବାହାରେ ଥିବା ପ୍ରଜ୍ଞାନ ଓଝା ୨୧ ଫେବୃୟାରୀ ୨୦୨୦ କୁ ସନ୍ୟାସ ନେବାର ଘୋଷଣା କଲେ ,

୩) ମୁନାଫ୍ ପଟେଲ୍ : ଭାରତୀୟ କ୍ରିକେଟ୍ ଟିମ୍ ଦ୍ରୁତ ବୋଲର୍ ମୁନାଫ୍ ପଟେଲ୍ ବି ଏହି ଲିଷ୍ଟରେ ଅଛନ୍ତି , ୩୬ ବର୍ଷୀୟ ଡାହାଣ ହାତି ବୋଲର୍ ମୁନାଫ୍ ପଟେଲ୍ ନିଜ ଅନ୍ତରାଷ୍ଟ୍ରିୟ କ୍ୟାରିୟର ୨୦୦୬ ମସିହାରେ କରିଥିଲେ , ଓ ସନ୍ୟାସ ୨୦୧୮ ରେ ନେଇଥିଲେ , ସେ ୧୩ ଟି ଟେଷ୍ଟ ଓ ୭୦ ଟି ଏକଦିବସୀୟ ମ୍ୟାଚ୍ ଓ ୩ ଟି ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି , ଓ ଏହି ସମୟରେ ତାଙ୍କର ଖାତାରେ ୩୫ ଟି ଟେଷ୍ଟ , ୮୬ଟି ୱାନ୍ ଡେ ଓ ୪ ଟି ଟିଟ୍ୱେଣ୍ଟି ୱିକେଟ୍ ଅଛି , କହିଦେବୁ କି ମୁନାଫ ପଟେଲ୍ ୨୦୧୧ ରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱ ରେ ଟିମ୍ ଇଣ୍ତିଆ ପାଇଁ ଏକଦିବସୀୟ ବିଶ୍ୱକପ୍ ଜିତ୍ ପାରିଛନ୍ତି , ଦେଶକୁ ୨୮ ବର୍ଷ ପରେ ୱାର୍ଲଡ୍ କପ୍ ଜିତାଇଥିବା ମୁନାଫ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥିଲେ । ବିଶ୍ୱକପ୍ ୯ ଟି ମ୍ୟାଚରୁ ମୁନାଫ ପଟେଲଙ୍କ ଖାତାରେ ୧୧ ଟି ଗୁରୁତ୍ୱପୁର୍ଣ୍ଣ ୱିକେଟ୍ ନେଇଥିଲେ , ମୁନାଫ ପଟେଲ୍ ନିଜ କ୍ୟାରିୟରରେ ଅଧିକାଂଶ ଆଘାତ ଯୋଗୁଁ ଚିନ୍ତିତ ରହିଥିଲେ,  କିନ୍ତୁ ବିଶ୍ୱକପ୍ ବିଜେତା ବୋଲର୍ ରୁପରେ ସେ ସବୁବେଳେ ମନେ ପକାଯାଏ ।

୪) ମନପ୍ରିତ ଗୋନି : ମନପ୍ରୀତ ଗୋନି ଅନ୍ତରାଷ୍ଟ୍ରିୟ କ୍ରିକେଟ୍ କ୍ୟାରିୟରରେ ଦରକାରରୁ ଅଧିକା ଛୋଟ ଥିଲା,  ୨୦୦୮ ରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକତ୍ୱରେ ଗୋନି ହଂକଂଙ୍ଗ ର ବିପକ୍ଷରେ କ୍ୟାରିୟର ଆରମ୍ଭ କରି ୨୫ ଜୁନ୍ କୁ କରିଥିଲେ,  ଓ ଦ୍ୱିତୀୟ ଓ ଶେଷ ମୁକାବଲା ବାଙ୍ଗଲାଦେଶ ବିପକ୍ଷରେ ୨୮ ଜୁନ୍ କୁ ଖେଳିଥିଲେ,  ଏହାପରେ ଗୋନୀଙ୍କୁ ଟିମ୍ ଇଣ୍ତିଆ ସହ ଖେଳିବାକୁ ମଉକା ମିଳିଲା ନାହିଁ, ଆଙ୍କଡା କଥା କହିଲେ ଟିମ୍ ଇଣ୍ତିଆ ପାଇଁ ଖେଳିବାରେ ସେ ୨ ଟି ମ୍ୟାଚ୍ ରେ ସେ ୩୮,୦୦ ଓସତରୁ ୨ ଟି ୱିକେଟ୍ ହାସିଲ୍ କରିଥିଲେ,  ଟିମ୍ ଇଣ୍ତିଆ ପାଈଁ ମଉକା ନ ମିଳିବାରୁ ଗୋନି ଲଗାତାର୍ ଘରୋଇ କ୍ରିକେଟ୍ ଖେଲୁଥିଲେ , ସେ ୨୦୧୯ ରେ ଘରୋଇ କ୍ରିକେଟ୍ ଓ ଜୁନ୍ ୨୦୧୯ କୁ ସନ୍ୟାସ ନେବାର ଘୋଷଣା କରିଥିଲେ , ମହଜୁଦା ସମୟରେ ଗୋନୀ ବିଦେଶୀ ଲିଗ୍ ରେ ଖେଳୁଥିବାର ନଜର ଆସିଥିଲେ ।

୫) ପ୍ରବୀଣ କୁମାର : ମହେନ୍ଦ୍ର ସିଂ ଧୋନୀ ପରେ ଭାରତୀୟ କ୍ରିକେଟ୍ ଟିମ୍ ରେ ଡେବ୍ୟୁ କରି ସନ୍ୟାସ ନେବାର ଘୋଷଣା କରିଥିଲେ , ଖେଳାଳୀଙ୍କ ଲିଷ୍ଟରେ ପ୍ରବୀଣ କୁମାର ଲୋକପ୍ରିୟ ଥିଲେ , ପ୍ରବୀଣ କୁମାର ୨୦୦୭ ରେ ଟିମ୍ ଇଣ୍ତିଆ ପାଇଁ ଡେବ୍ୟୁ କରିଥିଲେ,  କିନ୍ତୁ ଦ୍ରୁତ ବୋଲର୍ କ୍ରିକେଟ୍ କ୍ୟାରିୟର୍ ଅଧିକା ଦିନ ଚାଲିପାରିନଥିଲା , ପ୍ରବୀଣ କୁମାର ୩-୪ ବର୍ଷର ଅନ୍ତରାଷ୍ଟ୍ରିୟ କ୍ରିକେଟ୍ କ୍ୟାରିୟରରେ ୬ ଟି ଟେଷ୍ଟ, ୬୮ ଏକଦିବସୀୟ ୧୦ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ଦ୍ରୁତ୍ ବୋଲର୍ କ୍ରମଶଃ ୨୭,୭୭ ୮ ୱିକେଟ୍ ନିଜ ନାଁରେ କରିଥିଲେ । ପ୍ରବୀଣ ନିଜ ଶେଷ ଅନ୍ତରାଷ୍ଟ୍ରିୟ ମ୍ୟାଚ୍ ୨୦୧୨ ରେ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିଥିଲେ,  ଏହାପରେ ସେ ଟିମ୍ ଇଣ୍ତିଆ ତରଫରୁ ଖେଳିବାର ସୁଯୋଗ ପାଇନଥିଲେ,  ଉତ୍ତର ପ୍ରଦେଶର ବୋଲର୍ ୨୦୧୭ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳିଥିଲେ,  କିନ୍ତୁ ଅକ୍ଟୋବର ୨୦୧୮ ରେ ସନ୍ୟାସ ନେବାର ଘୋଷଣା କରିଦେଲେ ।

Leave a Reply

Your email address will not be published. Required fields are marked *