December 22, 2024

Odia Express

Leading Odia News Portal of Odisha

ଏଠାରେ ଭାରତର ସବୁଠାରୁ ଶସ୍ତା କାର୍ ବଜାର ଅଛି, କେବଳ ୬୦ ହଜାରରେ ମିଳୁଛି ୬ ଲକ୍ଷର ଦାମୀ କାର୍ …

କଣ ଆପଣ ବାଇକ୍ ଚଲାଇ ଚଲାଇ ଥକିଗଲେଣି । ପରିବାର ସହ ମାର୍କେଟ୍ କରିବାପାଇଁ ଅଲଗା କାର୍ ରେ ଯାଉଛନ୍ତି , ଆପଣଙ୍କ ପାଖରେ ଏକ ଲକ୍ଷର ବଜେଟ୍ ଅଛି , କିନ୍ତୁ କିସ୍ତିରେ କାର୍ ନେବାକୁ ଚାହୁଁନାହାନ୍ତି , ତେବେ ଆମେ ଆପଣଙ୍କୁ କହିବୁ କି ନିଜ କାର୍ କିଣିବା ସମୟରେ ଦିଲ୍ଲୀର ଏକ କାର୍ ମାର୍କେଟ୍ ଅଛି ଯେଉଁଠି ଆପଣ ଚାରି ଚକିଆ ଯାନର ସ୍ୱପ୍ନ ପୁରା କରିପାରିବେ  , ସେ ବି ବଜେଟ୍ ରେ ଦିଲ୍ଲୀର କରୋଲବାଗରେ ଯେଉଁଠି ଆପଣ ସେକେଣ୍ତ ହ୍ୟାଣ୍ତ ମାରୁତି , ୱାଗନଆର୍ , କେବଳ ୬୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ।ମହଙ୍ଗା ଏହି ସମୟରେ ମଧ୍ୟମ ବର୍ଗଙ୍କ ପାଇଁ କାର୍ କିଣିବା ଏକ ସ୍ୱପ୍ନରୁ କମ୍ ନୁହେଁ , ନିଜ କମ୍ପାନୀରେ କାମ କରୁଥିବା ଯୁବା ଆଜିକାଲି କାର୍ କିଣିବାପାଇଁ କ୍ରେଜ୍ ବହୁତ ବଢିଯାଇଛି , ଭଲ ସ୍ୟାଲେରି ବାଲା ଲୋକ କାର୍ କିଛି ବର୍ଷରେ କିଣିନିଅନ୍ତି,

କିନ୍ତୁ ବଡ୍ ପରିବାର ଓ ଘରୋଇ ଖର୍ଚ୍ଚରୁ ଚିନ୍ତିତ ଲୋକ ଆଜି ନୁଆ କାର୍ କିଣିବା ପୁର୍ବରୁ ବହୁତଥର ଭାବିଥାନ୍ତି , କିନ୍ତୁ ଦେଶରେ ଏକ ମାର୍କେଟ୍ ଅଛି ଯେଉଁଠି ବାଇକ୍ ଦାମରେ କାର୍ ମିଳିଯାଉଛି । ଏମିତି ବହୁତ ସେକେଣ୍ତ ହ୍ୟାଣ୍ତ୍ ମାର୍କେଟ୍ ଅଛି , ଯେଉଁଠି ଲକ୍ଷେ ଟଙ୍କାରେ କାର୍ ମିଳିଯାଏ , କରୋଲବାଗରେ ସେକେଣ୍ତ ହ୍ୟାଣ୍ତ ମାରୁତି ୱାଗନାର୍ କେବଳ ୬୦ ହଜାର ଟଙ୍କାରେ କିଣିପାରିବେ , ଯେବେ କି ନୁଆ ୱାଗନାଆର୍ ଟପ୍ ମଡେଲ୍ ଦାମ୍ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ପାଖାପାଖି ଅଛି ।

ଦିଲ୍ଲୀର କରୋଲବାଗରେ ସେକେଣ୍ତ ହ୍ୟାଣ୍ତ ୟୁଜ୍ କାର୍ ଯାହାକି ମାରୁତି ହେଉ କି ମହିନ୍ଦ୍ରା, ଫୋର୍ଡ ଭୋକସ୍ ୱାଗେନ୍ , ହୁଣ୍ତାଇ ପରି ଦାମିକା କାର୍ ସହଜରେ ମିଳିଯାଏ , ଏହି କାର୍ କଣ୍ତିସନ୍ ଭଲ ଅଛି , ବଜାରର୍ ଏକ ଖାସିୟତ୍ ଅଛି କି ଯେତେ ମଡେଲ୍ ପୁରୁଣା ହେବ , ତାହା ସେତିକି କମ୍ ଦାମରେ ମିଳିଯିବ , ଯେପରି ୨୦୦୫ ର ୱାଗନଆର୍ କାର୍ ୬୦ ହଜାର ଟଙ୍କାରେ ମିଳେ । ଯଦି ଆପଣଙ୍କୁ ସେକେଣ୍ତ ହ୍ୟାଣ୍ତ କାର୍ କିଣିବାକୁ କିଛି ଟଙ୍କା କମ୍ ଆସୁଛି , ଏବେ ଘରେ ବସି ଏଜେଣ୍ଟ ଆପଣଙ୍କୁ ଫାଇନାନ୍ସ କରିବାକୁ ଆସିଯିବ , କାର୍ ଡିଲର୍ ମାନିଲେ ସେକେଣ୍ତ ହ୍ୟାଣ୍ତ କାର୍ ୬୦ ହଜାରରୁ ଆରମ୍ଭ ହୋଇଯାଏ , ଏହି କାର୍ ସହ ଆପଣଙ୍କ ପୁରା କାଗଜପତ୍ର କରାଯିବ , ଏମିତିରେ ଠକାମିର ଶିକାର ହୋଇପାରିବ ନାହିଁ , ଏହି ବଜାରରେ ଆପଣଙ୍କ କାର୍ ଦାମରେ ମୁଲାମୁଲି କରିପାରିବେ , କିଛି ଦୋକାନୀ ସବୁବେଳେ କାର୍ ଦାମରେ ଅଧିକା ଦାମ୍ ବଢାଇଥାନ୍ତି , ନୁଆ ଗ୍ରାହକ ଦେଖିଲେ ସେ ମହଙ୍ଗା ଦାମ୍ ରେ କାର୍ ବିକ୍ରି କରିବାକୁ ଲାଗନ୍ତି , ଏମିତିରେ କାର୍ କିଣିବା ମୁସକିଲ୍ ହୋଇଯାଏ ।

ଯଦି ଏହି ବଜାରକୁ କେବେ କାର୍ କିଣିବାକୁ ଆସିବେ ତେବେ କିଛି ସାବଧନତା ଅବଲମ୍ବନ କରିବାକୁ ହେବ , ଏଠାରେ କାର୍ କଣ୍ତିସନ୍ ଦେଖିକରି କିଣନ୍ତୁ , କାରର ସ୍ଥାୟୀ ସମସ୍ୟା ଚିହ୍ନଟ କରି କାର୍ ଏକ୍ସପର୍ଟ କିମ୍ବା ମେକାନିକ୍ ଦେଖାନ୍ତୁ , ଓ ପ୍ରଥମେ କାର୍ ଚଲାଇକରି ଦେଖନ୍ତୁ , ଗାଡିର ପାର୍ଟ୍ସ ବିଷୟରେ ସୁଚନା ନଥିଲେ ଠକାମୀରେ ପଡିଯିବେ , ଏମିତିରେ କାର୍ କିଣିବାପୁର୍ବରୁ ଭଲରେ ଚେକ୍ କରିନିଅନ୍ତୁ , କରୋଲବାଗରେ କାର ବଜାରରେ ବହୁତ ଡିଲର୍ସ ବହୁ ବର୍ଷ ହେଲା କାମ୍ କରୁଛନ୍ତି , ଗ୍ରାହକଙ୍କ ଭରସା ରଖିବାପାଇଁ କିଛି ଡିଲର୍ସ ୱାରେଣ୍ଟି ଦେଉଛନ୍ତି  ଏମିତିରେ କାର୍ ତୁରନ୍ତ ଖରାପ ହୋଇଗଲେ କିମ୍ବା ପାର୍ଟସ ନକଲି ହେଲେ , ତାହାର ଦାୟିତ୍ୱ ନେବେ , ଏହି ବିଷୟରେ କାର୍ ଡିଲର୍ସଙ୍କ ସହ କଥାବାର୍ତ୍ତା କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *