December 23, 2024

Odia Express

Leading Odia News Portal of Odisha

ଏହି ମାସରେ ଜନ୍ମ ହେଇଥିବା ଝିଅମାନେ ହୋଇଥାନ୍ତି ସବୁଠାରୁ ଭାଗ୍ୟଶାଳୀ, ଏମାନେ ଅଟନ୍ତି ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ..

ଆମର ଭାରତ ଦେଶରେ ସମସ୍ତ ଧର୍ମର ଲୋକ ନିବାସ କରନ୍ତି । ସମସ୍ତ ଧର୍ମରେ ହିନ୍ଦୁ ଧର୍ମର ଲୋକ ସବୁଠାରୁ ଅଧିକ ବାସ କରନ୍ତି। ହିନ୍ଦୁ ଧର୍ମରେ କନ୍ୟାଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ କୁହାଯାଏ। ନବରାତ୍ରିର ପୂଜାରେ 9କନ୍ୟାଙ୍କୁ ଭୋଗ ଲଗା ଯାଇଥାଏ ଓ ଏପରି କରିବା ଦ୍ଵାରା ମାତାରାଣୀ ଅତି ପ୍ରସନ୍ନ ହୋଇଥାନ୍ତି । ପ୍ରାଚୀନ ଶାସ୍ତ୍ରରେ ମଧ୍ୟ କନ୍ୟାଙ୍କୁ ପୂଜନୀୟ କୁହାଯାଇଛି । ଯେବେ କେଉଁ ଗୃହରେ ଝିଅର ଜନ୍ମ ହୋଇଥାଏ ତ ଲୋକ କୁହନ୍ତି ଯେ “ଲକ୍ଷ୍ମୀ ଆସିଲେ” ଓ ଏହା କହିବାର ଆପଣ ମାନେ ଦେଖିଥିବେ ଓ ଶୁଣିଥିବେ । ଜ୍ୟୋତିଷାଚାର୍ଜ୍ୟଙ୍କ ଅନୁଯାୟୀ କିଛି ମାସ ଏପରି ହୋଇଥାନ୍ତି ଯଦି ସେହି ମାସରେ କୌଣସି ଝିଅ ଜନ୍ମ ହୋଇଥାଏ ତ ସେହି ଝିଅ ବହୁତ ଭାଗ୍ୟଶାଳୀ ଓ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ସମାନ ହୋଇଥାଏ । ଏହି ମାସରେ ଜନ୍ମିତ ଝିଅମାନେ ନିଜ ସହିତ ସୁଖ ସମୃଦ୍ଧି ନେଇକରି ଆସିଥାନ୍ତି ଓ ଯେବେ ଏହି ଝିଅମାନେ ନିଜର ଶ୍ଵଶୁର ଘରକୁ ଯାଇଥାନ୍ତି ତ ଶ୍ଵଶୁରଘରେ ମଧ୍ୟ ସୁଖ ସମୃଦ୍ଧି ଓ ଧନସମ୍ପତ୍ତିର ଆଗମନ ହେବା ଆରମ୍ଭ ହୋଇଥାଏ ।

ଏହି ମାସରେ ଜନ୍ମିତ ଝିଅ ମାନେ ହୋଇଥାନ୍ତି ମାତା ଲକ୍ଷ୍ମୀଙ୍କ ସ୍ୱରୂପ

ଫେବ୍ରୁୟାରୀ: ଏହି ମାସରେ ଯେଉଁ ଝିଅମାନଙ୍କର ଜନ୍ମ ହୋଇଥାଏ ତାଙ୍କର ସ୍ଵଭାବ ବହୁତ ବିନମ୍ର ହୋଇଥାଏ ଓ ଏହି ଝିମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି। ଏହି ଝିଅ ମାନଙ୍କର ବିବାହ ପରେ ଏମାନଙ୍କୁ ଭଲ ଘର ମିଳିଥାଏ ଓ ଏହି ଜନମରୁ ହିଁ ନିଜ ସହିତ ସୁଖ ସମୃଦ୍ଧି ଆଣିଥାନ୍ତି। ଏମାନଙ୍କ ଗ୍ରହ ନକ୍ଷତ୍ରଙ୍କର ଚାଳନ ଏମାନଙ୍କୁ ଲାଭ ଦେଇଥାଏ ।

ଏପ୍ରିଲ: ଏପ୍ରିଲ ମାସରେ ଜନ୍ମ ନେଇଥିବା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଶାସ୍ତ୍ର ଅନୁଯାୟୀ ଏମାନେ ମଧ୍ୟ ବହୁତ ଶୁଭ ହୋଇଥାନ୍ତି ଏହିମାସରେ ଜନ୍ମ ନେଇଥିବା ଝିଅଙ୍କର ଗ୍ରହ ନକ୍ଷତ୍ରଙ୍କର ଚାଳନ ବହୁତ ଦ୍ରୁତ ହୋଇଥାଏ ଯେଉଁ କାରଣରୁ ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ। ଏମାନଙ୍କର ଭାଗ୍ୟ ବହୁତ ପ୍ରବଳ ହୋଇଥାଏ ।

ଜୁନ: ଏହି ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଓ କଠିନ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଏହି ମାସରେ ଜନ୍ମିତ ଝିଅମାନେ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏହି ଝିଅମାନେ ବହତୁ ପରିଶ୍ରମୀ ହୋଇଥାନ୍ତି । ଏହି ମାସରେ ଜନ୍ମିତ ଝିଅମାନେ ନିଜର ଲକ୍ଷ୍ୟ ପ୍ରାପ୍ତ କରିବା ନିମନ୍ତେ ହାଡଭଙ୍ଗା ପରିଶ୍ରମ କରିବାର ପ୍ରୟାସ କରନ୍ତି ଓ ନିଜର ଲକ୍ଷ୍ୟ ପ୍ରାପ୍ତ କରିବା ପରେ ହିଁ ଦମ ନିଅନ୍ତି ।

ସେପ୍ଟେମ୍ବର: ଏହି ମାସରେ ଜନ୍ମିତ ଝିଅଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ ଓ ଶୁକ୍ର ତିନି ଗ୍ରହଙ୍କର ମିଳନ ହୋଇଥାଏ ଯେଉଁ କାରଣରୁ ଏହି ଝିଅମାନେ ଭାଗ୍ୟଶାଳୀ ହୋଇଥାନ୍ତି ଓ ଧନବାନ ହୋଇଥାନ୍ତି। ଏହି ଝିଅମାନେ ନିଜର ଜୀବନରେ ସବୁକିଛି ହାସିଲ କରି ପାରନ୍ତି ଓ ଏମାନଙ୍କୁ କେବେ ମଧ୍ୟ କୌଣସି ଜିନିଷର ଅଭାବ ହୋଇନଥାଏ ଓ ଏହି ଝିଅଙ୍କର ବିବାହ ଯେଉଁ ପୁରୁଷ ସହିତ ହୋଇଥାଏ ସେମାନେ ବହୁତ ଧନବାନ ହୋଇଥାନ୍ତି ଏହି କାରଣରୁ ଏହି ଝିଅଙ୍କୁ ନିଜର ଜୀବନରେ କେବେ ମଧ୍ୟ ଟଙ୍କାର ଅଭାବ ହୋଇନଥାଏ ।

Leave a Reply

Your email address will not be published. Required fields are marked *