September 19, 2024

Odia Express

Leading Odia News Portal of Odisha

ବଦଳିଲା IPL 2020 ର କାର୍ଯ୍ୟସୂଚୀ – 29 ମାର୍ଚରେ ନୁହେଁ ଏବେ ଏପ୍ରିଲରେ ଏହି ଦିନ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ …

କୋରୋନା ଭାଇରସ ସମୁଦାୟ ବିଶ୍ବରେ ହାହାକାର ମଚେଇ ଦେଇଛି। ଏହାର ସବୁଠାରୁ ଖରାପ ପ୍ରଭାବ ଖେଳ ଉପରେ ପଡୁଅଛି, କାରଣ ଏହି ଭାଇରସର କାରଣରୁ ସାରା ଦୁନିଆରେ ଖେଳ ସବୁ ବିନା ଦର୍ଶକରେ ହିଁ ଆୟୋଜିତ କରାଯାଉଛି । ବନ୍ଦ ଦରଜା ପଛରେ ହିଁ ଏବେ ସାରାଦୁନିଆରେ ଖେଳ ହେଉଛି। ଆଇପିଏଲ 2020 ମଧ୍ୟ ବନ୍ଦ ଦରଜା ପଛରେ ହେବାର ଅଛି। ଏବେ ଏଥିମଧ୍ୟରେ ଆଇପିଏଲ ସହ ଜଡିତ ଏକ ଖରାପ ଖବର ଆସିଛି । 15ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ କରାଗଲା ଆଇପିଏଲ 2020

ବିସିସିଆଇ ଇଣ୍ଡିଆନ ପ୍ରିମିଅର ଲିଗ – ର ଆଗାମୀ ସିଜିନକୁ 15ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟ 29ମାର୍ଚରୁ ଆରମ୍ଭ ହେବାର ଥିଲା କିନ୍ତୁ କୋରୋନା ଭାଇରସ କାରଣରୁ ଏହାକୁ ସ୍ଥଗିତ କରିବାର ନିଷ୍ପତ୍ତି ନିଆଯାଇଛି ଓ ଏବେ ଏହାର ଆରମ୍ଭ 15ଏପ୍ରିଲରୁ ହେବ । ଫ୍ରାଞ୍ଚାଇଜିଙ୍କୁ ମଧ୍ୟ ଏହାର ସୂଚନା ଦିଆଯାଇସାରିଛି । ବିସିସିଆଇର ଜଣେ ଅଧିକାରୀ ଆଇଏନଏସକୁ କହିଲେ ଯେ “ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାର ସବୁଠାରୁ ସଠିକ ଉପାୟ ଏହା ଯେ ଏହାକୁ 15ଏପ୍ରିଲରୁ ଆରମ୍ଭ କରାଯାଉ। ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବାର ନିଷ୍ପତ୍ତି ଗୁପ୍ତ ଭାବରେ ନିଆଯାଇଛି ଓ ଏବେ ଏହି ଟୁର୍ଣ୍ଣାମେଣ୍ଟ 15 ଏପ୍ରିଲରୁ ଆୟୋଜିତ କରାଯିବ”।

ଖେଳାଳିଙ୍କର 15ଏପ୍ରିଲ ପର୍ଯ୍ୟନ୍ତ ନଆସିବା ମଧ୍ୟ ଏକ କାରଣ – ସରକର ବୁଧବାର ଦିନ କିଛି ଅଧିକାରୀଙ୍କୁ ଛାଡି ସମସ୍ତ ବିଦେଶୀ ଭିସାକୁ 15ଏପ୍ରିଲ ପର୍ଯ୍ୟନ୍ତ ନିମନ୍ତେ ରଦ୍ଦ କରିବାର ନିଷ୍ପତ୍ତି କରିଛନ୍ତି । ଏମିତିରେ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜିଙ୍କର ବିଦେଶୀ ଖେଳାଳି 15ଏପ୍ରିଲ ପର୍ଯ୍ୟନ୍ତ ଆସିବାରେ ଅସମର୍ଥ ଅଟନ୍ତି ।

ସୂତ୍ର ଅନୁଯାୟୀ ଖବର ମିଳିଛି ଯେ ବିଦେଶୀ ଖେଳାଳିଙ୍କବିନା ଦଳ ଗୁଡିକ ଖେଳିବାକୁ ରାଜିନଥିଲେ । ଏମିତିରେ ବିସିସିଆଇ 15ଏପ୍ରିଲରୁ ଆଇପିଏଲ ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି । ଏହା ବିସିସିଆଇର ଏକ ଉତ୍ତମ ନିଷ୍ପତ୍ତି ଲାଗୁଛି, କାରଣ 15ଏପ୍ରିଲ ପର୍ଯ୍ୟନ୍ତ ଦେଶରେ ବହୁତ ଗରମ ଅନୁଭୂତ ହେବ ଓ ଗରମରେ ଭାଇରସଙ୍କର ଶେଷ ହେବାର ଅନେକ ସମ୍ଭାବନା ରହିଛି ।

ସମସ୍ତ ତିଥିରେ ପରିବର୍ତ୍ତନ ସମ୍ଭବ – ପ୍ରାୟ ଏକ ମାସ ପୂର୍ବରୁ ଆଇପିଏଲ 2020ର କାର୍ଯ୍ୟସୂଚୀ ଜାରି କରଯାଇଥିଲା। ଦୁନିଆର ସବୁଠାରୁ ଲୋକପ୍ରିୟ ଟି-20 ଲିଗର ଆରମ୍ଭ 29ମାର୍ଚରୁ ହେବାର ଥିଲା। ପ୍ରଥମ ମୁକାବିଲା ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସଙ୍କ ମଧ୍ୟରେ ଖେଳାଯିବାର ଥିଲା। ତାସହ ଆଇପିଏଲ 2020ର ଫାଇନାଲ ମୁକାବିଲା 24ମେ ରେ ଖେଳାଯିବାର ଥିଲା । କିନ୍ତୁ ଏବେ ଏହି ସବୁ ତିଥିରେ ପରିବର୍ତ୍ତନ ସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *