ଜାପାନୀ କୌଶଳରେ କେବଳ ୫ ମିନିଟରେ କମାନ୍ତୁ ପେଟର ଚର୍ବି – ଏବେ ଜାଣିରଖନ୍ତୁ ଏହି ଉପାୟ ..
ଆଜି ସାରା ଦୁନିଆରେ ପ୍ରତି 10ରୁ 5ଜଣ ବ୍ୟକ୍ତି ବଢୁଥିବା ଓଜନ ସମସ୍ୟା ଯୋଗୁ ଚିନ୍ତିତ ଅଟନ୍ତି । ଏହି ବଢୁଥିବା ଓଜନ ଯୋଗୁ ଶରୀରରେ ଅନେକ ପ୍ରକାର ରୋଗ ଆରମ୍ଭ ହେବାରେ ଲାଗେ । ଅନେକ ସମୟରେ ନିଜର ମୋଟା ପେଟ (ଥନ୍ତଲ ପେଟ) ଯୋଗୁ ଆପଣଙ୍କୁ ଲୋକଙ୍କ ମଧ୍ୟରେ ଲଜ୍ଜା ଲାଗିଥାଏ । ଏମିତିରେ ପ୍ରତ୍ୟେକ ବ୍ୟକ୍ତି ଓଜନ ହ୍ରାସ କରିବାର ନୂତନ କୌଶଳ ଖୋଜିବାରେ ଲାଗନ୍ତି । ଆପଣ ମାନେ ମଧ୍ୟ ଓଜନ କମ କରିବାର ଅନେକ କୌଶଳ ଓ ଉପାୟ ଇଣ୍ଟରନେଟରେ ପଢିଥିବେ ।ଏହି ଉପାୟରେ ପରିଶ୍ରମ ବାଲା ବ୍ୟାୟମ , ଖାଦ୍ୟରେ କମ ବାଲା ଡାଏଟ ଓ ନାଏକ ଥର ମହଙ୍ଗା ଔଷଧ ମଧ୍ୟ ସାମିଲ ଥାଏ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଓଜନ କମ କରିବାର ଯେଉଁ କୌଶଳ ବିଷୟରେ ଜଣେଇବୁ ସେଥିରେ ନାଆ ତ ଆପଣଙ୍କୁ କୌଣସି କଷ୍ଟକର ବ୍ୟାୟମ କରିବାକୁ ହେବ, ନା ହିଁ ନିଜର ରେଗୁଲାର ଡାଏଟରେ କୌଣସି କାଟ କରିବାକୁ ହେବ ଓ ନା ହିଁ କୌଣସି ମହଙ୍ଗା ଔଷଧ ଖାଇବାକୁ ପଡିବ । ଏହି କୌଶଳ ବହୁତ ସହଜ ଓ ଶସ୍ତା ଅଟେ ଯାହା ଆପଣ ନିଜେ ଘରେ ଆପଣେଇ ପାରିବେ। ଏହି କୌଶଳ ନିମନ୍ତେ ଆପଣଙ୍କୁ ପ୍ରତିଦିନ କେବଳ 5ମିନିଟର ସମୟ ଦେବାକୁ ହେବ ଓ ଦେଖୁଦେଖୁ ଆପଣଙ୍କ ପେଟର ଚର୍ବି କମିବାରେ ଲାଗିବ ।
ଜାପାନୀ କୌଶଳ ଦ୍ଵାରା କମାନ୍ତୁ ପେଟର ଚର୍ବି – ପ୍ରକୃତରେ ଓଜନ କମ କରିବାର ଏହି କୌଶଳ ଜାପାନୀଙ୍କ ଦ୍ଵାରା ଅନେକ ବର୍ଷରୁ ଗ୍ରହଣ କରାଯାଇଛି । ଏହି କୌଶଳର ଆବିଷ୍କାର ସର୍ବପ୍ରଥମେ ଜାପାନୀ ଡାକ୍ତର ତୋଷିକି ପୁକୁତ୍ସୁ କରିଥିଲେ। ତୋଷିକି ଏହି କୌଶଳ ବିଷୟରେ ଗୋଟିଏ ପୁସ୍ତକ ଲେଖିଛନ୍ତି । ଏହି ପୁସ୍ତକରେ ସେ କହିଛନ୍ତି ଯେ କିପରି ଆପଣ ଏକ ସହଜ କୌଶଳ ଜରିଆରେ ନିଜର ପିଠିର ସମସ୍ୟା ଦୂର କରିପାରିବେ। ମାଂସପେଶୀକୁ ଶକ୍ତ କରିପାରିବେ ଓ ତାସହ ପେଟର ଚର୍ବି ମଧ୍ୟ କମ କରିପାରିବେ । ତାଙ୍କର ଲିଖିତ ଏହି ପୁସ୍ତକ ସାରା ଏସିଆରେ ବହୁତ ଲୋକପ୍ରିୟ ହୋଇଛି । ଏପର୍ଯ୍ୟନ୍ତ ଏହି ପୁସ୍ତକକୁ 60 ଲକ୍ଷରୁ ଅଧିକ ଲୋକ କ୍ରୟ କରିସାରିଛନ୍ତି ।
କଣ କରିବାକୁ ହେବ? – ଏହି ଜାପାନୀ କୌଶଳ ଦ୍ଵାରା ଓଜନ କମ କରିବା ନିମନ୍ତେ ଆପଣଙ୍କୁ ପ୍ରତିଦିନ କେବଳ 5ମିନିଟ ସମୟ ଦେବାକୁ ହେବ । ଏହାକୁ କରିବା ପାଇଁ ଆପଣାକୁ କେବଳ ଏକ ସାଧାରଣ ଟାୱେଲ ବ୍ୟବହାର କରିବାକୁ ହେବ । ଗୋଟିଏ ଟାୱେଲକୁ ନେଇ ତାହାକୁ ଭାଙ୍ଗ କରି ଗୁଡେଇ ଦିଅନ୍ତୁ । ଭାଙ୍ଗିବା ପରେ ଏହାର ଲମ୍ବ 15ଇଞ୍ଚ ଓ ଚଉଡା 4ଇଞ୍ଚର ହେବା ଉଚିତ । ଏବେ ଏହି ଫୋଲଡିଙ୍ଗ କରାଯାଇଥିବା ଟାୱେଲକୁ ରଶିରେ ବାନ୍ଧି ଦିଅନ୍ତୁ ଯଦ୍ୱାରା ଏହା ନଖୋଲି ଟାଇଟ ରହିବ।
ଏବେ କୌଣସି ଶକ୍ତ ସ୍ଥାନ ଯେପରିକି ଭୂମି କିମ୍ବା ବେଡ ଉପରେ ଏହି ଫୋଲ୍ଡ ଟାୱେଲକୁ ନିଜର ନାଭି ସିଧାରେ ବେକ ତଳେ ରଖନ୍ତୁ ଓ ସିଧା ଶୋଇଯାଆନ୍ତୁ । ଏବେ ନିଜର ବାହୁର ଚଉଡା ଯେତିକି ନିଜର ଦୁଇ ପାଦକୁ ଖୋଲି ଦିଅନ୍ତୁ ଓ ପାଦର ଆଙ୍ଗୁଠିକୁ ପରସ୍ପର ଛୁଅନ୍ତୁ। ଏବେ ହାଥକୁ ମୁଣ୍ଡ ପଛକୁ ନେଇଯାନ୍ତୁ ଓ ହାତର କନିଷ୍ଠ ଅଙ୍ଗୁଳିକୁ ଯୋଡି ଭୂମି ଉପରେ ଚାପ ଦିଅନ୍ତୁ। ଏବେ ଆପଣାକୁ ଏହି ପୋଜିସନରେ 5ମିନିଟ ପର୍ଯ୍ୟନ୍ତ ରହିବାକୁ ହେବ । ଯଦି ଏହା ଆପଣଙ୍କ ନିମନ୍ତେ କଷ୍ଟ ହେଉଥିବ ତେବେ 1ମିନିଟରୁ ଆରମ୍ଭ କରନ୍ତୁ ଓ ଧୀରେଧିରେ 5ମିନିଟ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ ।