December 23, 2024

Odia Express

Leading Odia News Portal of Odisha

ରୋଷେଇ ଘରର ବାସ୍ତୁ – ଘରର ଏହି କୋଣରେ ରଖିଦିଅନ୍ତୁ ଗ୍ୟାସ୍ ଚୁଲ୍ଲା , କେବେ ଆସିବ ନାହିଁ ଦାରିଦ୍ରତା….

ବାସ୍ତୁ ଅନୁସାରେ ରୋଷେଇ ଘର ପୁରା ଘରର ଏକ ମୁଖ୍ୟ ଭାଗ ଅଟେ , ଏହା ସେହି ଜାଗା ହୋଇଥାଏ ଯେଉଁଠି ତିଆରି ହୋଇଥିବା ଖାଦ୍ୟ ଆପଣଙ୍କୁ ସବୁଦିନ କାମ କରିବାର ଉର୍ଜା ପ୍ରଦାନ କରିଥାଏ , ଏମିତିରେ ଘରର କିଚେନ୍ ରେ ସକରାତ୍ମକ ଉର୍ଜା ହେବା ବହୁତ ଜରୁରି ହୋଇଥାଏ,  ଆପଣଙ୍କ କିଚେନ୍ ରେ କେଉଁ କେଉଁ ଜିନିଷ କେଉଁଠି ରଖୁଛନ୍ତି ତାହା ଆପଣଙ୍କ ରୋଷେଇଘର ସକରାତ୍ମକ ଓ ନକରାତ୍ମକ ଉର୍ଜା ଉପରେ ଫରକ ପଡିଥାଏ , ଯଦି ଆପଣ କିଚେନ୍ ରେ ଜିନିଷ ବାସ୍ତୁ ଅନୁସାରେ ରଖିନାହାନ୍ତି ତେବେ ନେଗେଟିଭ୍ ଉର୍ଜା ଆସିଥାଏ , ଏହି ନେଗେଟିଭ୍ ଏନର୍ଜୀ ଘରେ ରୋଗ ଓ ଦାରିଦ୍ରତା ନେଇ ଆସିଥାଏ , ସେମିତି ଅନ୍ୟପଟେ କିଚେନ୍ ରେ ଜିନିଷକୁ ବାସ୍ତୁ ହିସାବରେ ଜମାଉଥିବା ପଜେଟିଭ୍ ଏନର୍ଜୀ ଆସିଥାଏ,  ଓ ଘରେ କେବେ ବି ଅନ୍ନ ଓ ଧନର ଅଭାବ ହେବାକୁ ଦିଏ ନାହିଁ ।

୧) ଗ୍ୟାସର ଚୁଲ୍ଲା : ରୋଷେଇଘର ସବୁ ଜିନିଷ ଗ୍ୟାସ ଚୁଲ୍ଲାକୁ ସବୁଠାରୁ ମୁଖ୍ୟ ଓ ଜରୁରୀ ବସ୍ତୁ ହୋଇଥାଏ , କାରଣ ଗ୍ୟାସ ଚୁଲ୍ଲାର ସିଧା ସଂବନ୍ଧ ଅଗ୍ନୀ ସହ ହୋଇଥାଏ,  ଏଥିପାଇଁ ଆଗ୍ନେୟ କୋଣ (ପୁର୍ବ-ଦକ୍ଷିଣ ଦିଗ) ରେ ରଖିବା ଉଚିତ୍ , ବାସ୍ତୁ ଅନୁସାରେ ଏହି ଦିଗ ଅଗ୍ନିଦେବଙ୍କ କୋଣ ହୋଇଥାଏ , ଏହି ଦିଗରେ ଗ୍ୟାସ ଚୁହ୍ଲା ରଖିଲେ ଘରେ ସବୁବେଳେ ସମୃଦ୍ଧି ହୋଇଥାଏ,  ତାହା ସହ ଗ୍ୟାସରୁ ନିଆଁ ଲାଗିବା ପରି ଘଟଣା ହୁଏ ନାହିଁ  ।

୨) ସିଙ୍କ୍ ଓ ପିଇବାର ପାଣି : ଗ୍ୟାସ୍ ପରେ ରୋଷେଇ ରେ ମହତ୍ତ୍ୱପୁର୍ଣ୍ଣ ଜିନିଷ ହୋଇଥାଏ ପାଣି ଓ ସିଙ୍କ୍  ଏହି ଦୁହେଁ ଜିନିଷର ସିଧା ସଂବନ୍ଧ ବହୁଥିବା ପାଣି ସହ ହୋଇଥାଏ , କାରଣ ଇଶାନ କୋଣରେ ଜଳ ତତ୍ତ୍ୱ ହୋଇଥାଏ,  ଏଥିପାଇଁ ପିଇବା ପାଣିକୁ ଘଡା କିମ୍ବା ବାସନରେ ଧୋଇବା ସିଙ୍କ୍ ଇଶାନ କୋଣ ମାନେ ପୁର୍ବ ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ , ଏମିତି କରିଲେ ଘରେ କେଉଁ ରୋଗ ମାଡିଆସେ ନାହିଁ ।

୩) ରୋଷେଇ ସାମଗ୍ରୀ ସଂରକ୍ଷଣ : ରୋଷେଇରେ ବ୍ୟବହୃତ ହେଉଥିବା ଜିନିଷ୍ ଆପଣ କେଉଁ ଦିଗରେ ରଖୁଛନ୍ତି ଏହା ଆପଣଙ୍କ ଘରର ସମୃଦ୍ଧି ଉପରେ ନିର୍ଭର କରିଥାଏ, ରୋଷେଇ ବାସ୍ତୁ ଅନୁସାରେ କିଚେନରେ ବାସନ ଓ ଅୟ ସାମଗ୍ରୀ ରଖିବାର ସଂରକ୍ଷଣ ଦକ୍ଷିଣ –ପଶ୍ଚିମ ଦିଗରେ ହେବା ଉଚିତ୍ , ଏମିତି କୁହାଯାଏ କି ଏହି ଦିଗରେ ଅନନ୍ତ ଓ ନେତ୍ରତ ଦେବତା ବାସ କରନ୍ତି , ଯାହା ଘରେ କେବେ ଅନ୍ନର ଅଭାବ କରାଇବାକୁ ଦିଅନ୍ତି ନାହିଁ ।

୪) ବିଜୁଳିର ଉପକରଣ : ରୋଷେଇରେ କାମ ଆସୁଥିବା ବିଜୁଳି ଉପକରଣ ଯେପରି ଫ୍ରିଜ୍ , ମିକ୍ସର୍ , ଟୋଷ୍ଟ ମେସିନ୍ , ମାଇକ୍ରୋୱେଭ୍ , ଓଭେନ୍ ଇତ୍ୟାଦି ଦକ୍ଷିଣ ପୁର୍ବ ଦିଗରେ ରଖିବା ଉଚିତ୍ , ଏହାର କାରଣ ହେଲା କି ଏହି ଦିଗରେ ଅଗ୍ନିଦେବଙ୍କ କୋଣ ହୋଇଥାଏ , ଏହି ଉପକରଣରୁ ହେବାକୁ ଥିବା ଦୁର୍ଘଟଣାରୁ ଆପଣଙ୍କୁ ରକ୍ଷା କରିଥାଏ , ଯଦି ଆପଣ ରୋଷେଇ ଘରେ ବାସ୍ତୁରଏହି ନିୟମ ପାଳନ କରିବେ ତେବେ ପରିବାରରେ ଅନ୍ନ, ଧନ ଓ ସ୍ୱାସ୍ଥ୍ୟ ଭଲ ରହିବ ।

 

 

Leave a Reply

Your email address will not be published. Required fields are marked *