December 23, 2024

Odia Express

Leading Odia News Portal of Odisha

ପୁରୁଣା ରୁ ପୁରୁଣା ବ୍ରଣ, ଦାଗ ଓ ଘାଆର ଚିହ୍ନ ଦୂରକରିବାର ଜବରଦସ୍ତ ଉପାୟ… ଚେହେରା କୁ ସମ୍ପୁର୍ନ ଗୋରା କରିଦେବ ଏହି ଉପାୟ

ଆମର କୋମଳ ଓ ବେଦାଗ ଚେହେରା ଆମର ବ୍ୟକ୍ତିତ୍ବର ପ୍ରକୃତ ପରିଚୟ ହୋଇଥାଏ । ଆପଣଙ୍କ ତ୍ଵଚାଗୋରା ହେଉ କିମ୍ବା କଳା ଏକାଥରେ କିଛି ଅଧିକ ଫରକ ପଡେନାହିଁ କିନ୍ତୁ ଯଦି ଆପଣଙ୍କ ତ୍ଵଚା କୋମଳ ଓ ଦାଗରହିତ ହୋନଥିବ ତ ଏହା ଦେଖିବାକୁ ଭଲ ଲାଗିନଥାଏ । ଆଜିର ଭୁଲ ଖାଦ୍ୟାଭ୍ୟାସ ଓ ପ୍ରଦୂଷଣର ବଢୁଥିବା ସମସ୍ୟା ଯୋଗୁ ଲୋକଙ୍କୁ ବ୍ରଣ ସମସ୍ୟା ହୋଇଯାଇଥାଏ। ଅନେକଥର ଏହି ବ୍ରଣ ଚାଲି ତ ଯାଏ କିନ୍ତୁ ତ୍ଵଚାରେ ଦାଗ ଛାଡିଯାଇଥାଏ। ଏହିପ୍ରକାର ଅନେକ ଥର ଆଘାତ ଲାଗିଯିବା କିମ୍ବା ଘାଆ ହୋଇଯିବା ଯୋଗୁ ମଧ୍ୟ ଆମର ତ୍ଵଚାରେ ଦାଗ ହୋଇଯାଇଥାଏ। ଆପଣଙ୍କ ତ୍ଵଚାଉପରେ ପଛକେ କିପରି ମଧ୍ୟ ଦାଗ ଚିହ୍ନ କିମ୍ବା ବ୍ରଣ ହୋଇଥାଉ ଆଜି ଆମେ ସେସବୁ ମୂଳରୁ ଶେଷ କରିବାର ଏକ ଉନ୍ନତମାନର ଉପଚାର ଜଣେଇବାକୁ ଯାଉଛୁ ।

ବ୍ରଣ, ଦାଗ, ଚିହ୍ନ ଦୂରକରିବାର ଘରୋଇ ଉପଚାର

ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ କେବଳ ଦୁଇଟି ଜିନିଷ ଆବଶ୍ୟକ। ପ୍ରଥମ ନଡିଆ ତେଲ ଓ ଦ୍ଵିତୀୟ କର୍ପୁର ପ୍ୟାକେଟ। ସର୍ବପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଚାମଚ ନଡିଆ ତେଲ ନିଅନ୍ତୁ । ଏବେ ଏଥିରେ କର୍ପୁରର ଏକ ଛୋଟ ପ୍ୟାକେଟ ଗୁଣ୍ଡ କରି ମିଶେଇ ଦିଅନ୍ତୁ । ଯଦି ଆପଣ ନଡିଆ ତେଲର ଚାରି ଚାମଚ ନିଅନ୍ତି ତେବେ କର୍ପୁରର ପ୍ୟାକେଟ ସେହି ଅନୁପାତରେ ଦୁଇଟି କରିଦିଅନ୍ତୁ ।

ଏବେ ଏହି କର୍ପୁର ଚୂର୍ଣ୍ଣ ଓ ନଡିଆ ତେଲକୁ ଆପଣ ଭଲଭାବରେ ମିଶେଇ ଦିଅନ୍ତୁ । ଏ କଥାର ଧ୍ୟାନ ରଖନ୍ତୁ ଯେ ଏହାକୁ ମିଶେଇବା ନିମନ୍ତେ ହାତର ବ୍ୟବହାର କରିବେ ନାହିଁ । ତାବଦଳେ ତୁଳା କିମ୍ବା ଚାମଚର ବ୍ୟବହାର କରନ୍ତୁ । ଏବେ ଏହି ମିଶ୍ରଣରେ ତୁଳା ବୁଡେଇ ଆପଣ ଏହାକୁ ନିଜର ବ୍ରଣ, ଘାଆ ଦାଗ କିମ୍ବା ଅନ୍ୟ ପ୍ରକାର ଦାଗ ଚିହ୍ନରେ ଲଗେଇ ପାରିବେ । ଆପଣ ଚାହିଁଲେ ଏହାକୁ ଆଖି ତଳର କଳା ଦାଗ ଉପରେ ମଧ୍ୟ ଲଗେଇପାରିବେ। ଏଥିମଧ୍ୟରେ ଏକଥାର ବିଶେଷ ଧ୍ୟାନ ରଖିବେ ଯେ ଆପଣଙ୍କ ହାତର ଅଙ୍ଗୁଳି ଏହି ମିଶ୍ରଣ ସହିତ ସ୍ପର୍ଶ ନହେବ । କେବଳ ତୁଳାକୁ ଭିଜେଇ ସିଧା ଏହାକୁ ଦାଗରେ ଲଗାନ୍ତୁ ।

ଏହି ମିଶ୍ରଣକୁ ତ୍ଵଚାରେ ଲଗେଇବାର ପ୍ରାୟ 1-2ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ଓ ତାପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରୟୋଗକୁ ଆପଣ ସପ୍ତାହକୁ 3ରୁ 4ଥର କରିପାରିବେ ।

କର୍ପୁର ଓ ନଡିଆ ତେଲର ଅନ୍ୟ ଲାଭ

ସ୍କିନ ପ୍ରୋବ୍ଲେମ ବ୍ୟତୀତ ଆପଣ ଏହି ମିଶ୍ରଣକୁ ନିଜର କେଶରେ ମଧ୍ୟ ଲଗେଇ ପାରିବେ। ଏହି ମିଶ୍ରଣକୁ କେଶରେ ଲଗେଇବା ଦ୍ଵାରା ରୂପୀ, କେଶ ଝଡିବା, ଉକୁଣି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଯଦି ଆପଣ ଏହାକୁ କେଶରେ ଲଗାଉଛନ୍ତି ତ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଓ ତାପରଦିନ ସାମ୍ପୁରେ ଧୋଇଦିଅନ୍ତୁ ।

 

Leave a Reply

Your email address will not be published. Required fields are marked *