December 23, 2024

Odia Express

Leading Odia News Portal of Odisha

ଟ୍ରମ୍ପ ଭାରତ ଆସିବାର ୧୦ ଦିନ ପୁର୍ବରୁ ଆସିଥିଲା ତାଙ୍କର ଖାସ୍ କାର୍ , ଏହି ସବୁ ବୈଶିଷ୍ଟତା ସହ ଥିଲା ତାଙ୍କର ଏହି କାର୍ , ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ…

ଯେବେ କେଉଁ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କେଉଁ ଅଲଗା ଦେଶର ଗ୍ରସ୍ତରେ ଯାଇଥାନ୍ତି ତେବେ ସେହି ଦେଶ ପାଇଁ ଅତିଥି ଙ୍କ ସୁରକ୍ଷା ଉପରେ ଅଧିକା ଧ୍ୟାନ ଦେବାକୁ ପଡିଥାଏ , ଯେବେ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ସପଥ ଗ୍ରହଣ କରିଛନ୍ତି ତେବେ ଭାରତର୍ ଅନ୍ୟ ଦେଶ ସହ ସଂବନ୍ଧରେ ବହୁତ ସୁଧାର ହୋଇଛି , ଏବେ ଆସୁଥିବା କିଛି ଦିନରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗ୍ରସ୍ତରେ ଆସିଥିଲେ । ଏବେ କିଛି ବର୍ଷରେ ଭାରତ ଓ ଆମେରିକା ମଧ୍ୟରେ ସଂମ୍ପର୍କରେ ବହୁତ ସୁଧାର ଆସିଛି , ଏଥିପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଏହି ଗ୍ରସ୍ତ ବହୁତ ମହତ୍ତ୍ୱପୁର୍ଣ୍ଣ ମାନାଯାଇଛି , ଡୋନାଲ୍ଡ ଟ୍ରମ୍ପ୍ ଙ୍କ ଗ୍ରସ୍ତକୁ ନେଇକରି ବହୁତ ଅଧିକା ଉତ୍ସୁକତା ଅଛି  ସୁରକ୍ଷାର ବ୍ୟବସ୍ଥା ବି କଡାକଡି କରାଯାଇଛି ,

ଆମେରିକା ରାଷ୍ଟ୍ରପତି ଆସିବା ପୁର୍ବରୁ ତାଙ୍କର କାର୍ ଭାରତ ଆସିସାରିଛି  ଡୋନାଲ୍ଡ ଟ୍ରମ୍ପ୍ ଏହି ଗାଡି କେଉଁ ଯୁଦ୍ଧଭୁମିରେ କାମ ଆସୁଥିବା ଟ୍ୟାଙ୍କ୍ ରୁ କମ୍ ନୁହେଁ , ଆମେରିକା ରାଷ୍ଟ୍ରପତି ୨୪-୨୫ ଫେବୃୟାରୀକୁ ଭାରତ ଗ୍ରସ୍ତରେ ଆସିଥିଲେ , ଓ ନିଜ ଭାରତ ଗ୍ରସ୍ତ ସମୟରେ ସେ ନିଜ କାର୍ ରେ ସବୁଆଡେ ପରିଭ୍ରମଣ କରିଥିଲେ । ଆମେରିକା ରାଷ୍ଟ୍ରପତିଙ୍କ ଏହି କାର୍ କୁ ବିଷ୍ଟ୍ କୁହାଯାଏ , ଓ ବର୍ତ୍ତମାନ ଏହି କାର୍ ଆମେରିକା ରାଷ୍ଟ୍ରପତିଙ୍କ ଆଧିକାରିକ କାର୍ ଅଟେ , ସେହି ଗାଡିର ନିର୍ମାଣ କାର୍ କମ୍ପାନୀ ଚେଭରୋଲେଟ୍ କରିଛନ୍ତି , ୧୯୩୦ ରେ ଆମେରିକା ଫେଡେରାଲ୍ ଦ୍ୱାରା ଦିଆଯାଇଥିବା ଏକ ନିର୍ଦ୍ଧେଶାନୁସାରେ ଆମେରିକା ରାଷ୍ଟ୍ରପତି କେବଳ ସେହି ଗାଡିର ଉପଯୋଗ କରାଯିବ ଯିଏ ଆଡଭାନ୍ସ କମ୍ପୁନିକେସନ୍ ଇକ୍ୟୁପମେଣ୍ଟ୍ସ , ଆର୍ମର ପ୍ଲାଣ୍ଟିଙ୍ଗ୍ ଓ ଆଡଭାନ୍ସ ଡିଫେନ୍ସ ଇକ୍ୟୁପମେଣ୍ଟ ସହ ଥିବ ।

ବିଷ୍ଟ୍ କାର୍ ର ବିଶେଷତା : ଏହି କାର୍ ର ଦାମ୍ କଥା କହିଲେ ଏହାର ଦାମ୍ ୧୨ କୋଟି ଅଟେ । ବିଷ୍ଟର ଗତି କଥା କହିଲେ ଏହା କେବଳ ୧୫ ସେକେଣ୍ତରେ ୬୦ କିମି ପ୍ରତିଘଣ୍ଟାର ବେଗରେ ଯାଇପାରେ,  ରାଷ୍ଟ୍ରପତିଙ୍କ ଛଡା ଏଥିରେ ୭ ଟି ଲୋକ ତାଙ୍କ ସହ ବସିପାରିବେ , ଏହି ଗାଡିରେ କେବଳ ଆମେରିକା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଗାଡି ଚଲାଇବେ , ଓ ଏହି ଗାଡି ଚଲାଇବା ପୁର୍ବରୁ ତାଙ୍କୁ ଏକ ଟେଷ୍ଟ ପାସ୍ କରିବାକୁ ହୋଇଥାଏ । ଏହି ଗାଡିର ସିଧା ସଂମ୍ପର୍କ ମିଲିଟ୍ରି ସ୍ୟାଟେଲାଇଟ୍ ସହ ହୋଇଥାଏ ,

ଏହି ଗାଡିରେ ୮ ଇଞ୍ଚର ମୋଟା ପ୍ଲେଟିଙ୍ଗ୍ ଲାଗିଛି , ଏହି ଗାଡିର ଡୋର୍ ର ଓଜନ ବୋଇଙ୍ଗ୍ ୭୫୭ ଏୟାରକ୍ରାଫ୍ଟ ଡୋର୍ ବରାବର ହୋଇଥାଏ , ଏହି ଗାଡିର ଝରକା ୫ ଇଞ୍ଚର ମୋଟା ବୁଲେଟ୍ ପ୍ରୁଫ୍ ଲେୟାର୍ ଦ୍ୱାରା ନିର୍ମିତ , ଏହି ଗାଡି କେଉଁ କେଉଁ ହତିଆର ଦ୍ୱାରା ଲେସ୍ ହୋଇଛି ଏହା କେବଳ ଆମେରିକାର ସିକ୍ରେଟ୍ ଏଜେଣ୍ଟଙ୍କୁ ଜଣାହୋଇଥାଏ , ଡ୍ରାଇଭର୍ ପାଖରେ ସଟ୍ ଗନ୍ ହୋଇଥାଏ , ଓ ବିଷ୍ଟ୍ ଫ୍ୟୁଏଲ୍ ଟ୍ୟାଙ୍କ୍ ରେ ଆର୍ମର୍ ପ୍ଲେଟ୍ ଲାଗିଛି , ଏହାର ମତଲବ ଏହା କି ଯଦି ଗାଡିରେ ଆକ୍ରମଣ ହୁଏ ତେବେ ଫ୍ୟୁଏଲ୍ ଟ୍ୟାଙ୍କ୍ ଉପରେ କିଛି ବି ପ୍ରଭାବ ପଡିବ ନାହିଁ , ଓ ଗାଡି ବ୍ଲାଷ୍ଟ୍ ହେବ ନାହିଁ ।

Leave a Reply

Your email address will not be published. Required fields are marked *