ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ହୋଲାଷ୍ଟକ, ଏହି ଦିନ ମାନଙ୍କରେ ଭୁଲରେ ମଧ୍ୟ ନକରନ୍ତୁ କୌଣସି ଶୁଭ କାର୍ଯ୍ୟ….
ହୋଲାଷ୍ଟକ ହୋଲିର ପୂର୍ବର ଆଠ ଦିନକୁ କୁହାଯାଇଥାଏ । ଏହି ବର୍ଷ ହୋଲାଷ୍ଟକ 02ମାର୍ଚରୁ ପ୍ରାରମ୍ଭ ହେଉଛି, ଯାହା 09ମାର୍ଚ ମାନେ ହୋଲିକା ଦହନ ପର୍ଯ୍ୟନ୍ତ ରହିବ। ଫାଲଗୁନ ମାସର ଶୁକ୍ଳ ପକ୍ଷର ଅଷ୍ଟମୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ତିଥି ପର୍ଯ୍ୟନ୍ତ ହୋଳାଷ୍ଟକ ପାଳନ ହୁଏ । 09ମାର୍ଚରେ ହୋଲିକା ଦହନ ପରେ ଆସନ୍ତା ଦିନ 10ମାର୍ଚରେ ରଙ୍ଗର ଉତ୍ସବ ହୋଲି ଧୂମ୍ଧାମରେ ପାଳିତ ହେବ । ହୋଲାଷ୍ଟକର 8ଦିନରେ ମାଙ୍ଗଳିକ କାର୍ଯ୍ୟ କରିବା ନିଷେଧ ହୋଇଥାଏ। ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ କରିବା ଅଶୁଭ ମାନ୍ୟତା ଅଟେ । ହୋଲାଷ୍ଟକକୁ କାହିଁକି ଅଶୁଭ କୁହାଯାଏ – ହିନ୍ଦୁ ଧର୍ମ ଅନୁଯାୟୀ, ରାଜା ହିରଣ୍ୟକଶିପୁ ନାରାୟଣ ଭକ୍ତିରେ ଲୀନ ପ୍ରହ୍ଲାଦର ଭକ୍ତି ଦେଖି କ୍ରୋଧିତ ହୋଇଗଲେ ଓ ହୋଲି ପୂର୍ବର 8ଦିନ ପର୍ଯ୍ୟନ୍ତ ପ୍ରହ୍ଲାଦକୁ ଅନେକ ପ୍ରକାର କଷ୍ଟ ଦେଲେ। ସେହି ସମୟରୁ ଏହି 8ଦିନକୁ ହିନ୍ଦୁ ଧର୍ମରେ ଅଶୁଭ କୁହାଯାଏ ।
ଜ୍ୟୋତିଷାଚାର୍ଜ୍ୟଙ୍କ ଅନୁଯାୟୀ, ଏହି 8ଦିନ ଗ୍ରହ ନିଜର ସ୍ଥାନରେ ପରିବର୍ତ୍ତନ କରନ୍ତି, ଏହି କାରଣରୁ ଗ୍ରହଙ୍କ ଚଳନ ଯୋଗୁ ହୋଲାଷ୍ଟକ ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରାଯାଏ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏହି ସମୟରେ ଶୁଭ କାର୍ଯ୍ୟ କରିବା ଦ୍ଵାରା ବ୍ୟକ୍ତିଙ୍କର ଜୀବନରେ କଷ୍ଟ, ପୀଡାର ପ୍ରବେଶ ହୋଇଥାଏ। ଯେପରିକି ଏହି ସମୟରେ ଯଦି ବିବାହ କରିନିଆଯାଏ ତ ଭବିଷ୍ୟରେ କଳହର ଶିକାର କିମ୍ବା ସମ୍ବନ୍ଧରେ ଫାଟ ପଡିଯାଏ ।
କଣ କରିବେ ଓ କଣ ନକରିବେ – ଭଗବାନଙ୍କ କୃପା ପାଇବାକୁ ହେଲେ ହୋଲାଷ୍ଟକରେ ବ୍ରତ କରିବାକୁ କୁହାଯାଇଛି । ଯଦି ତାହା କରି ନପାରିବେ ତେବେ ନିଜର ଇଚ୍ଛା ଅନୁଯାୟୀ ଦାନ କରନ୍ତୁ, ଏଥିରେ ବସ୍ତ୍ର କିମ୍ବା ସଶ୍ୟ କିମ୍ବା ଧନ ମଧ୍ୟ ଦେଇପାରିବେ। ଅଶୁଭ ସମୟରେ ବିବାହ, ଗୃହ ପ୍ରବେଶ, ନିର୍ମାଣ, ନାମକରଣ, ଆଦି ଶୁଭ କାର୍ଯ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ, ତାସହ କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।