September 19, 2024

Odia Express

Leading Odia News Portal of Odisha

୫ ଜଣ ବ୍ୟାଟ୍ସମ୍ୟାନ୍ ଯିଏ ଯୁବରାଜ ସିଂଙ୍କ ସବୁଠୁ ଦ୍ରୁତ T-20 ରେ କରିଥିବା ୫୦ ରନ ରେକର୍ଡ ଭାଙ୍ଗି ପାରନ୍ତି – ଦେଖନ୍ତୁ କିଏ ସେ ଖେଳାଳି….

ଭାରତୀୟ ଟିମ୍ ର ପୂର୍ବ ଦିଗଜ୍ଜ୍ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ ୧୨ ଟି ବଲରେ ଟି ଟ୍ୱେଣ୍ଟି ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ , ସେ ୨୦୦୭ ର ବିଶ୍ୱକପ୍ ରେ ଇଂଲଣ୍ତର ବିପକ୍ଷରେ ଏହା କରିଥିଲେ , ଏହି ରେକର୍ଦ ହେବାର ୧୨ ବର୍ଷରୁ ଅଧିକା ହୋଇସାରିଛି , କିନ୍ତୁ ଏବେ କେଉଁ ବ୍ୟାଟ୍ସମ୍ୟାନ୍ ଏହି ରେକର୍ଡକୁ ଭାଙ୍ଗିପାରିନାହନ୍ତି , ଟି ଟ୍ୱେଣ୍ଟି ମ୍ୟାଚରେ କ୍ରିଶ୍ ଗେଲ୍ ଓ ହଜରତୁଲ୍ଲାହ ଜଜଇ ୧୨-୧୨ ବ୍ ବଲରୁ ଅର୍ଦ୍ଧଶତକ କରିଛନ୍ତି , ଆଜି ଆମେ ଆପଣଙ୍କୁ ୫ ଜଣ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ଭବିଷ୍ୟରେ ଯୁବରାଜ ସିଂଙ୍କ ରେକର୍ଡ ଭାଙ୍ଗିବାର କ୍ଷମତା ରଖନ୍ତି ।

୧) ଆନ୍ଧ୍ରେ ରସେଲ୍  ୱେଷ୍ଟଇଣ୍ତିଜ୍ ଅଲରାଉଣ୍ତର୍ ଅଟନ୍ତି , ସେ ଟି ଟ୍ୱେଣ୍ଟିରେ ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ହିସାବରେ ଜଣାଯାଆନ୍ତି , ସେ ଦୁନିଆଁର ସବୁ ଟି ଟ୍ୱେଣ୍ଟି ଲିଗ୍ ରେ ନିଜ ଖେଳ ପ୍ରଦର୍ଶନ କରିଛନ୍ତି , ତଳ କ୍ରମର ଆସିକରି ସେ ବ୍ୟାଟ୍ ରୁ ମ୍ୟାଚ୍ ର ଖେଳକୁ ନିଜ ଆଡକୁ ମୋଡିଦେଇଛନ୍ତି ମ୍, ଏହି କାରଣରୁ ତାଙ୍କୁ ଯୁବରାଜ ସିଂଙ୍କ  ରେକର୍ଡ ଭାଙ୍ଗିବାର ଆଶା କରାଯାଇପାରିବ । ତାଙ୍କର୍ ଟିଟ୍ୱେଣ୍ଟି କ୍ରିକେଟ୍ ରେ ୧୭୦,୪୨ ଷ୍ଟ୍ରାଇକ୍ ରେଟ୍ ଅଛି , ଏଥିରୁ ସଫା ଜଣାପଡେ କି ତାଙ୍କର କ୍ଷମତା କଣ ଅଛି , ରସେଲ୍ ୱେଷ୍ଟଇଣ୍ତିଜ୍ ଟିମ୍ ଭିତର ଓ ବାହାରେ ରହିବାକୁ ପଡିଥିଲା, ସେ ବହୁତ ଟି ଟ୍ୱେଣ୍ଟି ଲିଗ୍ ରେ ୱେଷ୍ଟଇଣ୍ତିଜ୍ କୁ ନାଁ ଫେରାଇଆଣିଛନ୍ତି , ଏହି ବର୍ଷ ଅଷ୍ଟ୍ରେଲିଆ ରେ ହେବାକୁ ଥିବା ବିଶ୍ୱକପ୍ ରେ ତାଙ୍କର ଖେଳିବା ତୟ ହେବ

୨) ପଲ୍ ଷ୍ଟର୍ଲିଙ୍ଗ୍ : ପଲ୍ ଷ୍ଟର୍ଲିଙ୍ଗ୍ ନାଁ ବହୁତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ । ଆୟରଲ୍ୟାଣ୍ତର ଏହି ବ୍ୟାଟ୍ସମ୍ୟାନ୍ ଟି ଟ୍ୱେଣ୍ଟି କ୍ରିକେଟ୍ ରେ ଲଗାତାର ରନ୍ ବନାଇଛନ୍ତି , ୨୯ ବର୍ଷିୟ ଷ୍ଟର୍ଲିଙ୍ଗ୍ ଟି ଟ୍ୱେଣ୍ଟି ଇଣ୍ଟରନ୍ୟାଶାନାଲ୍ ରେ ୨୦୦୦ ଏଉ ଅଧିକା ରନ୍ କରିବାରେ ସାମିଲ୍ ହୋଇଛନ୍ତି , ଏହା ସହ ସେ ଟି ଟ୍ୱେଣ୍ଟି ଲିଗ୍ ରେ ଭଲ ପ୍ରଦର୍ଶନ କରିଛନ୍ତି , ତାଙ୍କର ପ୍ରଥମ ବଲରେ ବଡ ସଟ୍ ଖେଳିବାର କ୍ଷମତା ଅଛି ।  ସେ ଟି ଟ୍ୱେଣ୍ଟି ଇଣ୍ଟରନ୍ୟାଶାନାଲ୍ ରେ ୧୭ ଟି ବଲରୁ ଅର୍ଦ୍ଧଶତକ କରିଛନ୍ତି , ସଲାମି ବ୍ୟାଟ୍ସମ୍ୟାନ୍ ଷ୍ଟର୍ଲିଙ୍ଗ୍ ଟି ଟ୍ୱେଣ୍ଟି ଇଣ୍ଟରନ୍ୟାଶାନାଲ୍ ରେ ୧୩୯,୫୯ ର ଷ୍ଟ୍ରାଇକ୍ ରେଟ୍ ରହିଛି , ତାଙ୍କର ନାଁରେ ୧୭ ଟି ଅର୍ଦ୍ଧଶତକ ଦର୍ଜ ଅଛି , ଏବେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ସେ ୪୭ ଟି ବଲରୁ ୯୫ ରନ୍ ର ବିସ୍ପୋଟକ ପାରି ଖେଲିଥିଲେ,  ସେ ଆସୁଥିବା ସମୟରେ ଯୁବରାଜ ସିଂଙ୍କ ଏହି ରେକର୍ଡ ଭାଙ୍ଗିବାର ଦକ୍ଷତା ରଖନ୍ତି ।

୩) ହାର୍ଦ୍ଧିକ୍ ପାଣ୍ତିଆ : ଭାରତୀୟ ଟିମ୍ ର ଅଲରାଉଣ୍ତର ହାର୍ଦ୍ଧିକ୍ ପାଣ୍ତିଆ ଯୁବରାଜଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ଅଛନ୍ତି , ହାର୍ଦ୍ଧିକଙ୍କ ଗଣନା ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ହିସାବରେ ଜଣାଯାଏ , ସେ ଟି ଟ୍ୱେଣ୍ଟି ଇଣ୍ଟରନ୍ୟାଶାନାଲ୍ ମ୍ୟାଚ୍ ରେ ୧୪୭,୬୧ ର ଷ୍ଟ୍ରାଇକ୍ ରେଟ୍ ରେ ରନ୍ କରିଛନ୍ତି , ସେ ୧୮ ଟି ଚଉକା ଓ ୧୯ ଟୀ ଛକା ମାରିଛନ୍ତି , ଏହା ଅହ ଆଇପିଏଲ୍ ରେ ତାଙ୍କର ପ୍ରଦର୍ଶନ ସାନଦାର୍ ରହିଛି । ଭାରତରେ ମ୍ୟାଚ୍ ରେ ବ୍ୟାଟିଙ୍ଗ୍ କରିବାକୁ ତାଙ୍କୁ ବହୁତ କମ୍ ମଉକା ମିଳିଛି , ଏହି କାରଣରୁ ସେ ଅଧିକା ରନ୍ କରିପାରିନାହାନ୍ତି , ଏହି କାରଣରୁ ପ୍ରଥମ ବଲ୍ ରୁ ସେ ବଡ ସର୍ଟ ଖେଲନ୍ତି , ଏହି କାରଣରୁ ସେ ଯୁବରାଜଙ୍କ ରେକର୍ଡ ଭାଙ୍ଗିବାର ଆଶା ଅଛି , ସେ ଆଘାତ କାରଣରୁ ବାହାରେ ଅଛନ୍ତି , ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ରେ ତାଙ୍କର ଟିମ୍ କୁ ଫେରିବାର ଆଶା ଅଛି ।

୪) ଜନି ବେରେଷ୍ଟୋ : ଇଂଲଣ୍ତର ବ୍ୟାଟ୍ସମ୍ୟାନ୍ ଜନି ବେରେଷ୍ଟୋ ବି ଯୁବରାଜଙ୍କ ରେକର୍ଡ ଭଙ୍ଗିବାରେ କ୍ଷମତା ରଖନ୍ତି । ସେ ଇଂଲଣ୍ତ ପାଇଁ ଖେଳି ବହୁତ ଦ୍ରୁତ ରନ୍ କରିଛନ୍ତି , ସେଏବେ ପର୍ଯ୍ୟନ୍ତ ୩୨ଟି ଟି ଟ୍ୱେଣ୍ଟିରୁ ୧୩୯,୪୨ ର ଷ୍ଟ୍ରାଇକ୍ ରେଟ୍ ରେ ୭୨୫ ରନ୍ କରିଛନ୍ତି , ଏଥିରେ ୪ ଟି ଅର୍ଦ୍ଧଶତକ ବି ସାମିଲ୍ ଅଛି , ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ବିସ୍ପୋଟ୍କକ ବ୍ୟାଟିଙ୍ଗ୍ କରିଥିଲେ । ସେ ସଲାମୀ ବ୍ୟାଟିଙ୍ଗ୍ କରି ନମ୍ବର ୩ ରେ ଖେଳନ୍ତି , ଟିମ୍ ରେ ସେ ଦ୍ରୁତ ରନ୍ କରିଦିଅନ୍ତି , ଆଇପିଏଲ୍ ଓ ଟି ଟ୍ୱେଣ୍ଟି ଲିଗ୍ ରେ ତାଙ୍କର ବ୍ୟାଟ୍ ବହୁତ ଭଲ ଚାଲେ , ଆଇପିଏଲ୍ ଗତ ସିଜିନ୍ ରେ ପ୍ରଥମଥର ଟୁର୍ଣ୍ଣାମେଣ୍ଟ ଖେଳିଥିଲେ,  ୧୫୭ ର ଷ୍ଟ୍ରାଇକ୍ ରେଟ୍ ରେ ସେ ୪୪୫ ରନ୍ କରିଥିଲେ,  ତାଙ୍କୁ ଆଶା କରାଯାଉଛି କି ସେ ବି ଯୁବରାଜଙ୍କ ଏହି ରେକର୍ଡ ଭାଙ୍ଗିପାରିବେ ।

୫) ଗ୍ଲେନ୍ ମ୍ୟାକ୍ସୱେଲ୍ : ଅଷ୍ଟ୍ରେଲିଆର ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ କ୍ରିକେଟ୍ ଜଗତରେ ଜଣେ ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ହିସାବରେ ଜଣାଯାଅନ୍ତି , ସେ ୱନ୍ ଡେ ମ୍ୟାଚ୍ ରେ ୧୨୩,୩୭ ର ଷ୍ଟ୍ରାଇକ୍ ରେଟ୍ ରେ ରନ୍ କରିଛନ୍ତି , ଟି ଟ୍ୱେଣ୍ଟି ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୦ ର ଅଛି , ସେ ୨୦୧୪ ରେ ପାକିସ୍ଥାନ ବିପକ୍ଷରେ ୧୮ ଟି ବଲରେ ଅର୍ଦ୍ଧଶତକ ଟି ଟ୍ୱେଣ୍ଟି ସିରିଜ୍ ରେ ଜଡିଥିଲେ , ଏବେ ତାଙ୍କର ଟିମ୍ ବାହାର ଥିବା ଯୋଗୁଁ ସେ ଜଲଦି ଫେରିପାରନ୍ତି , ତାଙ୍କର ବ୍ୟାଟିଙ୍ଗ୍ କରୁଥିବା ତରିକା ଦେଖିକରି ଯୁବରାଜଙ୍କ ରେକର୍ଡ ଭାଙ୍ଗିବାର ଆଶା କରାଯାଉଛି , ମ୍ୟାକ୍ସୱେଲଙ୍କ ଏକ ବଡ ଖାସିୟତ ହେଲା ସେ ସହଜରେ ଯେବେ ଚାହିଁବେ ଛକା ମାରିପାରିବେ , ୱାନ୍ ଡେ ମ୍ୟାଚ୍ ରେ ସେ ୧୮ ଟି ବଲରେ ଅର୍ଦ୍ଧଶତକ କରିଛନ୍ତି ।

Leave a Reply

Your email address will not be published. Required fields are marked *