ଶୀତ ଦିନରେ ଏହି ତରିକାକୁ ଆପଣାଇ ଗୋଟେ ମାସରେ କମ୍ କରନ୍ତୁ ୧୦ କିଲୋ ଓଜନ , ସହଜ ଓ କାରଗର ଅଟେ ଏହି ଉପାୟ…
ଆଜି ଆମେ ଏହି ଆର୍ଟିକିଲ୍ ରେ ଶୀତଦିନରେ ଗୋଟିଏ ଏପରି ତରିକା ଦ୍ୱାରା ନିଜ ଶରୀରରୁ ୧୦କିଲୋ ଓଜନ କମ୍ କରିପାରିବେ ସେହି ବିଷୟରେ ଆଳୋଚନା କରିବୁ , ଆସନ୍ତୁ ଜାଣିବା ସେହି ବିଷୟରେ । ଆପଣ ଦିନର ଆରମ୍ଭ କରନ୍ତୁ ଜିରା ଜୁସ୍ ର ସହ , ଏହାକୁ ବନାଇବାକୁ ହେଲେ ଆପଣଙ୍କୁ ଗୋଟେ ଚାମଚ ଜିରା ଗୋଟେ ଗିଲାସ ପାଣିରେ ରାତି ସାରା ବତୁରାଇ ରଖିଦିଅନ୍ତୁ , ଏହି ପାଣିର ମିଶ୍ରଣକୁ ଆପଣ ପିଇଲେ ଫାଈଦା ହେବ , ଏହାପରେ ଆପଣ ଖାଇବାପାଇଁ ଚିଲ୍ ପ୍ରସ୍ତୁତି କରିନିଅନ୍ତୁ , ଏହା ଚିଲ୍ ଆପଣ ଟମାଟର୍ , ପିଆଜ , ଗାଜର , ଧନିଆଁ , ଏକ କଞ୍ଚା ଲଙ୍କା ଓ ଏକ ଓଟ୍ସ ଭଲ ଭାବେ ପେଷିଦିଅନ୍ତୁ , ଏଥିରେ ହଲଦି ଓ ହିମାଳୟନ ସାଲଟ୍ ମିଶାଈଦିଅନ୍ତୁ । ଏବେ ଦ୍ୱିପହର ପାଇଁ ଆପଣ ପାଳଙ୍ଗ ର ସ୍ମୁଦି ବନାନ୍ତୁ , ଏହାପାଇଁ ଆପଣ ପାଳଙ୍ଗ ନିଅନ୍ତୁ ଓ ତା ସହ ଷ୍ଟେବେରୀ ଓ ଟିକିଏ ସେଓ ନିଅନ୍ତୁ , ବଡ ବାଦାମର କ୍ଷୀର ମାନେ ଆଲମଣ୍ତ ମିଲ୍କ ବି ନିଅନ୍ତୁ ,ଡାଲଚିନି ପାଉଡର୍ ଓ ମହୁ , ଏବେ ଏହି ସବୁ ଜିନିଷ ଗ୍ରାଇଣ୍ତର ମିଶାଈକରି ଏହାର ଏକ ସ୍ମୁଦି ପ୍ରସ୍ତୁତ କରିଦିଅନ୍ତୁ ।
ଏବେ ସଂନ୍ଧ୍ୟା ଚାହା ପାଇଁ ଗ୍ରୀନ୍ ଟି ପ୍ରସ୍ତୁତ କରିଦିଅନ୍ତୁ , ଏଥିରେ ଏକ କପ୍ ପାଣି କୁ ଗରମ କରିବାପାଇଁ ରଖନ୍ତୁ , ଓ ସେଥିରେ ଡାଲଚିନିର ଏକ ଖଣ୍ତ ରଖିଦିଅନ୍ତୁ , ଏବେ ଏହି ମିଶ୍ରଣ କୁ ଗରମ ହେବାପାଈଁ ୨-୩ ମିନିଟ୍ ଛାଡିଦିଅନ୍ତୁ , ଏହି ଗ୍ରୀନ୍ ଟିକୁ କେଉଁ ଫଳ କିମ୍ବା ଡ୍ରାଇ ଫ୍ରୁଟ୍ ସହ ନେଇପାରିବେ ।
ରାତିରେ ଆପଣ ଚିକେନ୍ ସୁପ୍ ବନାଇନିଅନ୍ତୁ , ଏହାପାଇଁ ଆପଣ ନିଜ ହିସାବରେ ଏକ କୁକୁରରେ ଚିକେନ୍ ନେଇ ସେଥିରେ ହଳଦି ପକାଇଦିଅନ୍ତୁ , ଗୋଟେ ପିଆଜ, ଦୁଇଟି ଟମାଟର , ଓ କଞ୍ଚା ଲଙ୍କା ସେଥିରେ ପକାନ୍ତୁ , ଟିକିଏ ଟିକିଏ ଅଦା ଓ ରସୁଣ ବି ପକାନ୍ତୁ , ଏଥିରେ ଟିକିଏ ଲୁଣ ବି ପକାନ୍ତୁ , ଟିକିଏ କଳା ଲଙ୍କା ପାଉଡର୍ ବି ନିଅନ୍ତୁ , ଏଥିରେ ପାଣି ପକାଇକରି ଏହାକୁ ଘୋଡଣୀ ପକାଇ ୨ ଟି ସିଟି ରେ ଲଗାଇଦିଅନ୍ତୁ , ଏହାକୁ ବାହାର କରି ବ୍ଲେଣ୍ତ କରିଦିଅନ୍ତୁ , ଏବେ ଏହି ମିଶ୍ରଣକୁ ଗରମ କରନ୍ତୁ , ଓ ଏଥିରେ ସିଝାଇକରି ଚିକେନ୍ ଖଣ୍ତକୁ ଯେଉଁ ସୁପ୍ ସହ ବାହାର କରିଦିଅନ୍ତୁ ଟିକିଏ ଗରମ କରନ୍ତୁ ଓ ଏବେ ସୁପ୍ ପ୍ରସ୍ତୁତ ହୋଇଯିବ ।