December 22, 2024

Odia Express

Leading Odia News Portal of Odisha

ତେବେ ଏହି କାରଣରୁ ନିଜ ବାପାଙ୍କର ଅନ୍ତିମ ସଂସ୍କାର କରିବାକୁ ଯାଇପାରିନଥିଲେ ବିରାଟ କୋହଲି – ପୁରା କାହାଣୀ ପଢିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ…

ଏହା ତ ସମସ୍ତେ ଜାଣିଛନ୍ତି କି ବିରାଟ କୋହଲି ନିଜ ବାପାଙ୍କର ବହୁତ ପାଖାପାଖିଥିଲେ , ଏମିତି ତାଙ୍କ ବାପାଙ୍କ କଥା ସବୁବେଳେ ତାଙ୍କୁ ମନେ ପଡୂଥିବ , କିନ୍ତୁ ଆଜି ଆମେ ଯେଉଁ ଖବର କହିବାକୁ ଯାଊଛୁ ତାହାକୁ ଜାଣିଲାପରେ ବିରାଟ କୋହଲିଙ୍କ ପାଇଁ ଆପଣଙ୍କ ମନରେ ଆହୁରି ଭଲ ପାଇବା ଆସିଯିବ , ଆଜି ଆମେ କହିବାକୁ ଯାଊଛୁ ୧୮ ଡିସେମ୍ବର ୨୦୦୬ ର ସେହି ଦିନ ଯେବେ ଦିଲ୍ଲୀର ଫିରୋଜଶାହ କୋଟଲା ମଇଦାନରେ ଦିଲ୍ଲୀ ଓ କର୍ଣ୍ଣାଟକ ମଧ୍ୟର୍ ରଣଜୀ ମ୍ୟାଚ୍ ଖେଳାଯାଇଥିଲା , ଏହି ମ୍ୟାଚର ସମୟରେ ୧୮ ବର୍ଷର ଯୁବକ କିଛି ଏପରି କରିଦେଖାଇଲେ , ଯାହା ତାଙ୍କ ଟିମ୍ ନୁହେଁ ବରଂ ବିପକ୍ଷୀ ଟିମ୍ ବି ଚମକିଗଲେ , ଏଥିପାଇଁ କୌଣସି ବି ସନ୍ଦେହ ନାହିଁ କି ଏହି ଘଟଣା ଫିରୋଜଶାହ କୋଟଲା କ୍ରିକେଟ୍ ମଇଦାନରେ ଇତିହାସର ଏକ ସ୍ୱର୍ଣ୍ଣମୟୀ ସ୍ମୃତି ହିସାବରେ ଲେଖାଯିବ ।

କହିଦେବୁ କି କର୍ଣ୍ଣାଟକ ପୁର୍ବରୁ ଖେଳୁଥିବା ନିଜ ପ୍ରଥମଥରରେ ୪୪୬ ରନ୍ ଲକ୍ଷ୍ୟ ରଖାଯାଈଥିଲା,  ସେମିତି ସେହି ଦିନ ଦିଲ୍ଲୀରେ ବହୁତଥଣ୍ତା ପଡୂଥିଲା , ଏହା ସହ ଏହି ଲକ୍ଷ୍ୟର ସାମ୍ନା କରିବାକୁ ଦିଲ୍ଲୀର ଟିମ୍ ର ନିଜର ପ୍ରଥମ ପାଞ୍ଚଟି ୱିକେଟ୍ ହରାଇଥିଲେ , ଏହାପରେ ମ୍ୟାଚ୍ ବହୁତ ରୋମାଞ୍ଚକର ହୋଇଥିଲା , ଏହା ଛଡା ଏହି ମ୍ୟାଚରେ ରହିବା ସହ ନିଜ ଫଲୋ ଅନ୍ ବଞ୍ଚାଇବା ଦାୟିତ୍ୱ ଏହି ୧୮ ବର୍ଷିୟ ଯୁବକ ଉପରେ ଥିଲା,  ଯିଏ ଆଉ କିଏ ନୁହେଁ ବରଂ ବିରାଟ କୋହଲି ଥିଲେ , ସେମିତି ବିରାଟଙ୍କ ସହ ୱିକେଟ୍ କିପର୍ ପୁନିତ୍ ବିଷ୍ଟ ବ୍ୟାଟିଙ୍ଗ୍ କରୁଥିଲେ , ଦ୍ୱିତୀୟ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ବିରାଟ ନିଜ ୱିକେଟ୍ ବଞ୍ଚାଇକରି ରଖିଥିଲେ , ଏମିତିରେ ସେ ୪୦ ରେ ନଟ୍ ଆଉଟ୍ ଥିଲେ ,

ସେମିତି ଦିଲ୍ଲୀର ପାଖରେ ୧୦୩ ରନ୍ ହୋଇଥିଲା ଓ ବିରାଟ୍ ୪୦ ରନ୍ କରିଥିଲେ,  ଏହାପରେ ସମସ୍ତଙ୍କ ନଜର ମ୍ୟାଚ୍ ଉପରେ ଥିଲା କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସେହି ଦିନ ବିରାଟ କୋହଲିଙ୍କ ବାପା ପ୍ରେମ କୋହଲିଙ୍କ ହୃଦଘାତ ଯୋଗୂଁ ମୃତ୍ୟୁ ହୋଇଗଲା,  ଏମିତିରେ ଏହି ଖବର ସବୁ ଆଡେ ବ୍ୟାପିଗଲା,  ଓ ଟିମ୍ ର କୋଚଙ୍କୁ ଏହି ବିଷୟରେ ଅବଗତ କରାଗଲା , ଏହାପରେ କୋଚ୍ ବିରାଟଙ୍କୁ ଏହିବିଷୟରେ ଜଣାଇଲେ , କହିଦେବୁ କି ବିରାଟ କୋହଲିଙ୍କ ପାଖରେ ଦୁଇଟି ରାସ୍ତା ଥିଲା,  ଏମିତିରେ ସେ ଆଗାମୀ ଦିନ ବାପାଙ୍କର ଅନ୍ତିମ ସଂସ୍କାର ପାଇଁ ଯାଈପାରିଥାନ୍ତେ ନହେଲେ ଦିଲ୍ଲୀ ଟିମ୍ ମ୍ୟାଚ୍ ହାରିବାରୁ ବଞ୍ଚାଇପାରିଥାନ୍ତେ ।

ସେମିତି ଆଗାମୀ ଦିନ କୋହଲୀଙ୍କ ପରେ ଚୈତନ୍ୟ ନନ୍ଦାଙ୍କୁ ବ୍ୟାଟିଙ୍ଗ୍ କରିବାକୁ କୁହାଯାଇଥିଲା  କିନ୍ତୁ ଏହା ପୂର୍ବରୁ ଚୈତନ୍ୟ ମଇଦାନକୁ ବାହାରିଥାନ୍ତେ , ବିରାଟ କୋହଲି ନିଜେ ମଇଦାନକୁ ବାହାରିଆସିଲେ , ଏହି ନଜାରା ଦେଖିକରି ସମସ୍ତେ ଚକିତ ହୋଇଗଲେ , ଏହା ସହ ବିପକ୍ଷୀ ଟିମ୍ ଙ୍କୁ ବି ବିଶ୍ୱାସ ହେଲା ନାହିଁ କି ଯେଉଁ ଯୁବକର ବାପାଙ୍କର କାଲି ଦେହାନ୍ତ ହେଲା , ସେ ମ୍ୟାଚ୍ ଖେଳିବାପାଇଁ ପ୍ରସ୍ତୁତ ଅଛି , କହିଦେବୁ କି ଏହି ମ୍ୟାଚରେ ବିରାଟ ୨୮୧ ମିନିଟ୍ ପର୍ଯ୍ୟନ୍ତ ବ୍ୟାଟିଙ୍ଗ୍ କରିଥିଲେ,  ଓ ୨୩୮ ବଲରୁ ୯୦ ରନ୍ କରିଥିଲେ,  ଏମିତିରେ ଯେବେ ବିରାଟ ଆଉଟ୍ ହେଲେ ତେବେ ଟିମ୍ ବିପଦରୁ ବାହାରି ଆସିଥିଲା

ହଁ ଆଜ୍ଞା ଦିଲ୍ଲୀ ଏବେ ଟିମ୍ ଏବେ ଫଲୋଅନ୍ ରୁ ରକ୍ଷା କରିବାର ୩୬ ରନ୍ ର ଆବଶ୍ୟକତାଥିଲା , ସେମିତି ଆଉଟ୍ ହେବାପରେ ବିରାଟ ପ୍ରାୟ ୧୨ ଟା ବେଳେ ନିଜ ଡ୍ରେସିଙ୍ଗ୍ ରୁମ୍ ରେ ପହଞ୍ଚିଲେ ,ଓ ଆଉଟ୍ ହେବାର୍ ରିପ୍ଲେ ଦେଖିଲେ , ଏହାପରେ ତୁରନ୍ତ ନିଜ ବାପାଙ୍କର ଅନ୍ତିମ ସଂସ୍କାର କରିବାକୁ ବାହାରିଆସିଲେ,  ଏହି ଘଟଣା ୧୮ ବର୍ଷୀୟ ଯୁବକଙ୍କୁ ଏକ ଗମ୍ଭୀର ଖେଳାଳୀ ଭାବେ ପେଶ୍ କଲା , ଏହାପରେ ବିରାଟ୍ କେବେ ପଛକୁ ବୁଲି ଚାହିଁନାହାନ୍ତି , ଓ ସବୁବେଳେ ଜିତ୍ ର ଇଚ୍ଚତାକୁ ଛୁଇଁ ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *