ଭୁଲ୍ ରେ ବି କବାଟ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ – ହୋଇପାରନ୍ତି ଆପଣ ହଇରାଣ…..
ଘରର ମୁଖ୍ୟ ଦ୍ୱାର ଏମିତି ତ ଘରର କବାଟ ବାସ୍ତବିକ ଭାବେ ଘରର ମୁଖ୍ୟ ଦ୍ୱାର ବୋଲି ଜଣାଯାଏ । ଏମିତିରେ ଶାସ୍ତ୍ରର ଅନୁସାରେ ଯଦି ଆପଣଙ୍କ ଘରେ ଦେବାଦେବୀଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ଏହାର ଶୁଦ୍ଧତା ଉପରେ ଧ୍ୟାନ ଦେବାକୁ ହେବ , କାରଣ ଏହି ଦ୍ୱାର ଦେଇ ମହାଲକ୍ଷ୍ମୀ ପ୍ରବେଶ କରନ୍ତି , ଏହି କବାଟ ଦେଇ ସକରାତ୍ମକ ଉର୍ଜା ଆପଣଙ୍କ ଘରେ ପ୍ରବେଶ କରିଥାଏ , ସେଥିପାଇଁ ଭୁଲ୍ ରେ କବାଟ ପାଖରେ ଏମିତି କେଉଁ ଜିନିଷ ରଖିବା ଉଚିତ୍ ନୁହେଁ ଯାହା ଆପଣଙ୍କ ଭାଗ୍ୟ ପାଇଁ କ୍ଷତିକାରକ ହୋଇଥିବ , ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହା କବାଟ ପାଖରେ ରଖିବା ଉଚିତ୍ ନୁହେଁ ।
୧) ସବୁଠାରୁ ପ୍ରଥମେ କହିଦେବୁ କି ଘରର ମୁଖ୍ୟଦ୍ୱାର ନିକଟରେ କଣ୍ଟକିତ ଗଛ ରଖିବା ଅନୁଚିତ୍ , ଏମିତି ଗଛ ଘରେ ନକରାତ୍ମକ ଉର୍ଜାର ପ୍ରବେଶ କରାନ୍ତି , ଯଦି ଆପଣ ଏମିତି ଜିନିଷ ଘରର ମୁଖ୍ୟ ଦ୍ୱାର ନିକଟରେ ରଖୁଛନ୍ତି ତେବେ ଆପଣଙ୍କ ଘରେ କେବେ ବି ସକରାତ୍ମକ ଉର୍ଜାର ପ୍ରବେଶ ହୋଇପାରିବ ନାହିଁ , ଏହା ସହ ଦେବୀଦେବତାଙ୍କ କୃପା ବି ମିଳିପାରିବ ନାହିଁ , ଏହା ଛଡା ଘରକୁ କିଏ ଆସୁଥିଲେ ଏହାର କଣ୍ଟକିତ ଅଂଶ ଶରୀରକୁ ଆଘାତ ଦେଇପାରେ , ଏଥିପାଇଁ କଣ୍ଟାଯୁକ୍ତ ଗଛ ଘରର ମୁଖ୍ୟ ଦ୍ୱାର ନିକଟରେ ରଖିବା ଅନୁଚିତ୍ ।
୨)ଏହା ଛଡା ଯଦି ଆପଣଙ୍କ କେଉଁ ବ୍ୟକ୍ତି ଘରେ ପ୍ରବେଶ କରିଥାଏ , ତେବେ ସବୁଠାରୁ ପ୍ରଥମେ ବସିବାପାଇଁ ଚେୟାର୍ ଦେଖିଥାଏ , ଏମିତିରେ ଯଦି କବାଟ ପାଖରେ କେଉଁ ଭଙ୍ଗା ଚେୟାର୍ ,କିମ୍ବା କୌଣସି କାଠରେ ନିର୍ମିତ ଫର୍ଣ୍ଣିଚର , କିମ୍ବା ପଲଙ୍କ ଅଛି ତେବେ ଏହା ଦ୍ୱାରା ବ୍ୟକ୍ତି ବସିବା ମାତ୍ରେ ଗଳିପଡିପାରେ , ଏଥିପାଇଁ କବାଟ ପାଖରେ କୌଣସି ବି ଭଙ୍ଗା ଚେୟାର୍ କିମ୍ବା ଆସବାବପତ୍ର ରଖିବା ଅନୁଚିତ୍ , ଏହା ଛଡା ଏହା ସଂବନ୍ଧିତ ଏକ ମାନ୍ୟତା ଅଛି , କି କବାଟ ପାଖରେ କେଉଁ ଭଙ୍ଗା ପଲନ୍ଙ୍କ କିମ୍ବା ଫର୍ଣ୍ଣିଚର ରଖିଲେ ଘରେ ଅଶାନ୍ତି ଆସିଥାଏ , ଏହା ସହ ଘରେ ବାଦବିବାଦ ବି ହୋଇପାରେ , ଓ ଏଥିରେ ଘରେ ସକରାତ୍ମକ ଉର୍ଜା ପ୍ରବେଶ କରିପାରେ ନାହିଁ ।
୩) ଏହା ଛଡା ଆମେ ବହୁତ ଘର ଦେଖିଛେ , ଯେଉଁମାନେ କେଉଁ ଘରେ ବାସନ ଭାଙ୍ଗିଯାଏ , ତେବେ ତାକୁ ଅଲଗା କରି ଘରର କେଉଁ କୋଣରେ ପକାଇଦିଅନ୍ତି , କହିଦେବୁ କି ଘରେ ଭଙ୍ଗା ବାସନ ରଖିବା ଅଶୁଭ ସଙ୍କେତ ଦେଇଥାଏ , ଏଥିପାଇଁ ଏହାକୁ ତୁରନ୍ତ ବାହାରେ ପକାଇଦେବା ଉଚିତ୍ , ଏହା ସହ ଯଦି ଆପଣ ଭଙ୍ଗା ବାସନ ଘରର ମୁଖ୍ୟ ଦ୍ୱାର ନିକଟରେ ରଖୁଛନ୍ତି ତେବେ ଏହାର ପ୍ରଭାବରେ ଦେବିଦେବତା ଘରେ ପ୍ରବେଶ କରିବାକୁ ମନ କରନ୍ତି ନାହିଁ , ଓ ତାହା ସହ ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହେବ । କହିଦେବୁ କି ଏଥିରେ ନକରାତ୍ମକ ଶକ୍ତି ସ୍ଥାୟୀ ରୁପରେ ଘରେ ନିଜର ଡେରା ପକାଇଦେବେ , ଯାହାକୁ ନେଇ ଭାଗ୍ୟ ସଂବନ୍ଧି ବହୁତ ଯାତନା ଭୋଗିବାକୁ ପଡିପାରେ , ଏଥିପାଇଁ ଆପଣ ଯଦି ଭାଗ୍ୟ ସଂବନ୍ଧି ବାଧାକୁ ଦୂର କରିବାକୁ ଚାହୁଁଛନ୍ତି , ତେବେ ଏହି ସବୁ ଜିନିଷ ଘରୁ ବାହାର କରିଦିଅନ୍ତୁ ।