ମହାଶିବରାତ୍ରୀ : ୧୧୭ ବର୍ଷ ପରେ ହେଉଛି ଏକ ମହା ସଂଯୋଗ , କୃପା ପାଇବାକୁ ରାଶିଙ୍କର ଅନୁସାରେ କରନ୍ତୁ ଏହି ଉପାୟ…
ଆଜି ହେଉଛି ସେହି ପାର୍ବଣ ଦିନ ମହାଶିବରାତ୍ରୀ ବା ଜାଗର ଅମାବାସ୍ୟା , ଏହି ମହାନ୍ ପର୍ବ ସବୁ ବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀରେ ପାଳିତ୍ ହୋଇଥାଏ , ଏହି ତିଥି ଏହିଥର ୨୧ ଫେବୃୟାରି ମାନେ ଆଜିର ଦିନରେ ପଡୁଛି , ଏହି ଚତୁର୍ଦଶୀ ତିଥୀର ପ୍ରାରମ୍ଭ ସଂନ୍ଧ୍ୟା ୫,୨୦ ରେ ଆରମ୍ଭ ହେବ , ଓ ୨୨ ଫେବୃୟାରୀ ସଂନ୍ଧ୍ୟା ୭,୦୨ ମିନିଟ୍ ସମୟ ଯାଏଁ ରହିବ , ପୁଜା ମୁହୁର୍ତ୍ତ କଥା କହିଲେ ତେବେ ରାତ୍ରୀ ୧୨,୦୯ ମିନିଟ୍ ରୁ ରାତି ୧,୦୦ ଟଙ୍କାଯାଏଁ ରହିବ , ଏଇ ମଧ୍ୟରେ ଶିବଙ୍କର ପୁଜା କରି ସାନିଧ୍ୟ ଲାଭ କରିପାରିବେ , ଆପଣଙ୍କୁ କହିଦେବୁ କି ଯେବେ ସୂର୍ଯ୍ୟ କୁମ୍ଭ ରାଶି ରେ ତଥା ଚନ୍ଦ୍ର ମକର ରଶିରେ ବିରାଜିତ ହୋଇଥାନ୍ତି , ତେବେ ଫାଲଗୁନ ମାସର କୃଷ୍ଣ ପକ୍ଷ ମାନେ ଆଜି ଚତୁର୍ଦଶୀ ତିଥିର ରାତ୍ରୀରେ ଏହି ମହାନ୍ ପର୍ବ ପାଳିତ ହୋଇଥାଏ ।
ଏହି ବର୍ଷ ଏହି ମହାନ୍ ଶିବରାତ୍ରି ୧୧୭ ବର୍ଷ ପରେ ଏକ ମହାନ୍ ସଂଯୋଗ ନେଇଆସିଛି , ଏହି ଥର ଶନି ନିଜେ ନିଜରାଶି ମକର ରେ ଅଛନ୍ତି , ଯେବେ କି ଶୁକ୍ର ନିଜ ହାଇ ଲେବୁଲ୍ ମୀନରାଶିରେ ଅଛନ୍ତି , ଏହି ପରି ଦୁର୍ଲଭ ସଂଯୋଗ୍ ପୁରା ୧୧୭ ବର୍ଷ ପରେ ଫଲଗୁନ ମାସ୍ କୃଷ୍ଣ ପକ୍ଷ ଚତୁର୍ଦଶୀରେ ବନାଯାଇଛି , ଆପଣଙ୍କୁ ଏହି ସଂଯୋଗ ବିଷୟରେ ଜଣାଇବୁ ଯାହା ଦ୍ୱାରା ଆପଣ ଏହି ଦୁର୍ଲଭ ସଂଯୋଗର ଲାଭ ଉଠାଇପାରିବେ ।
୧) ମହାଶିବରାତ୍ରୀରେ କରନ୍ତୁ ଏହି ବିଶେଷ କାମ : ସରକାରୀ କାମରେ ସଫଳତା ହାସିଲ୍ କରିବାପଇଁ ସୁର୍ଯ୍ୟଙ୍କୁ ମଜବୁତ୍ କରିବାପାଇଁ ତମ୍ବାର ଲୋଟାରେ ଜଳ ଦ୍ୱାରା ଶିବଲିଙ୍ଗରେ ଜଳ ଅଭିଷେକ କରନ୍ତୁ ।
୨) ଦାମ୍ପତ୍ୟ ଜୀବନରେ ସୁଖି ହେବାପାଇଁ ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗେ ଶିବଲିଙ୍ଗରେ ଜଳ ଅଭିଷେକ କରନ୍ତୁ ।
୩) ଯେଉଁ ବ୍ୟକ୍ତିର କୁଣ୍ତଳୀରେ ମଙ୍ଗଲ ଅଛି , ସେମାନେ ହଲଦି ବାଲା ଜଳ ଶିବଲିଙ୍ଗ ଉପରେ ଜଳାଭିଷେକ କରିବେ ।
୪) ଯଦି ଆପଣଙ୍କ କୁଣ୍ତଳୀରେ ବୁଧ ଦୋଷ ଅଛି , ତେବେ ଶିବ ପାର୍ବତୀଙ୍କ ପୁଜା କରିବା ଓ କନ୍ୟାଙ୍କ ଭୋଜନ୍ କରାଇବା ବାଧେୟ ।
୫) କୁଣ୍ତଳୀରେ ଶୁକ୍ରଙ୍କର ସ୍ଥିତି ମଜବୁତ୍ କରିବା ଓ ଶିବଲିଙ୍ଗରେ ଅଭିଷେକ କ୍ଷିର ଓ ଦହିରେ କରିବା ଉଚିତ୍ ହେବ ।
୬) ଯେଉଁ କୁଣ୍ତଳୀରେ ଶନି ଭାରି ଅଛନ୍ତି , ଶିବଲିଙ୍ଗରେ ଅଭିଷେକ ରେ ସୋରିଷ ତେଲ ବ୍ୟବହାର କରନ୍ତୁ ।
୭) ରାହୁ ଗୃହ ମଜବୁତ୍ ପାଇଁ ସାତଟି ଜଉ ଦାନାରେ ଜଳ ମିଶାଇକରି ଶିବଙ୍କୁ ଜଳ ଅଭିଷେକ କରନ୍ତୁ ,
୮) ଜଳରେ ମହୁ ମିଶାଇକରି ଶିବଲିଙ୍ଗରେ ଚଢାଇଲେ କେତୁ ଗ୍ରହ ମଜବୁତ୍ ହୋଇଥାଏ ।
୯) କଞ୍ଚା କ୍ଷୀର ଶିବଲିଙ୍ଗରେ ଚଢାଇଲେ , କୁଣ୍ତଳୀରେ ଚନ୍ଦ୍ରମାଙ୍କ ସ୍ଥିତି ମଜବୁତ୍ ହୋଇଥାଏ ।
୧୦ ) ଗୁରୁ ଗୃହ ମଜବୁତ୍ ବନାଇବାର ହେଲେ , କେସରରେ ମିଶାଯାଇଥିବ ଜଳକୁ ଶିବଙ୍କ ପାଖରେ ଜଳ ଅଭିଷେକ କରନ୍ତୁ , ଓ ୧୦୮ ଥର ଓମଃ ନମଃ ଶିବାୟ ଜପନ୍ତୁ ।
ମହାଶିବରାତ୍ରି ପାବନ ଦିନରେ ନିଜ ରାଶିର ଅନୁରୁପ ଉପାୟ କରିପାରିବେ , ମେଷ ରାଶିର ଲୋକେ ବେଲପତ୍ର ଚଢାଇବା ଉଚିତ୍ , ବୃଷ ରାଶିର ଲୋକେ କ୍ଷୀର ଜଳର ମିଶ୍ରଣ ଦେବା ଉଚିତ୍ , ମିଥୁନ ରାଶିରେ ଦହି ଓ ଜଳ ମିଶ୍ରିତ କରି ଅର୍ପଣ କରିବା ଉଚିତ୍ , କର୍କଟ ରାଶିର ଲୋକେ ଚନ୍ଦନର ଇତ୍ର ଚଢାଇବାରେ ଲାଭ ହେବ , ସିଂହ ରାଶି : ଘିଅର ଦିପ ଲଗାଇବା ଉଚିତ୍ ,
କନ୍ୟା ରାଶି ;: କଳା ରାଶି ଏବଂ ଜଳ ମିଶ୍ରଣରେ ଜଳ ଅଭିଷେକ କରନ୍ତୁ , ତୁଳା ରାଶି : ଜଳରେ ଧଳା ଚନ୍ଦନ ମିଶାଇକରି ଚଢାନ୍ତୁ , ବିଛା ରାଶି : ଜଳ ଓ ବେଲପତ୍ର ଚଢାଈକରି ଶିବଙ୍କର ଆରାଧନା କରନ୍ତୁ , ଧନୁ ରାଶି : ଅଭିର ଓ ରଙ୍ଗ ଚଢାଈପାରିବେ , ମକର ରାଶି : ଭାଙ୍ଗ ଓ ଦୁଦୁରା ଫୁଲ ଚଢଇବା ଉଚିତ୍ , କୁମ୍ଭ ରାଶି : ଫୁଲ ଅର୍ପଣ କରିବା ଉଚିତ୍ , ମୀନ ରାଶିର ଲୋକେ ଆଖୁର ରସ ଓ କେସର ମିଶାଈକରି ଶିବଙ୍କୁ ଅଭିଷେକ କରିପାରିବେ ।