December 23, 2024

Odia Express

Leading Odia News Portal of Odisha

ଏବେ ଏବେ : ଅମ୍ବାନି JIOର ସମସ୍ତ ଗ୍ରାହକଙ୍କୁ ପୁଣି ଦେଲେ ଖୁସିଖବର, ନୂଆ ମୂଲ୍ୟ ଜାଣିଲେ ଆପଣ ଖୁସି ରେ ନାଚି ଉଠିବେ …

ନୂଆଦିଲ୍ଲୀ- ରିଲାଏନ୍ସ ଜିଓ ୱେଲକମ ଅଫର ଶ୍ରେଣୀରେ ପ୍ରାୟ ଏକବର୍ଷ ପର୍ଯ୍ୟନ୍ତ ମୁକ୍ତ ସେବା ଦେଇ ଟେଲିକମ ଇଣ୍ଡଷ୍ଟ୍ରିରେ କମ୍ପନ ସୃଷ୍ଟି କରିଛି । ଅଫର ଅନୁଯାୟୀ ରିଲାଏନ୍ସ ତରଫରୁ ଜିଓ ସିମ ଉପଭୋକ୍ତାଙ୍କୁ ପ୍ରାୟ ଏକବର୍ଷ ପର୍ଯ୍ୟନ୍ତ ଫ୍ରୀ ସର୍ଭିସ ଦିଆଯାଇଥିଲା । ମାନେ ଆମେ କହିପାରିବୁ ଯେ ଜିଓ ଆସିବାମାତ୍ରେ ନିଜର ସମସ୍ତ ଉପଭୋକ୍ତାଙ୍କୁ ଉତ୍ତମ ସେବାମାନ ଦେଇଛି । ଜିଓର ଆସିବାର କାରଣରୁ ଯେଉଁ ଡାଟା ପ୍ରଥମେ ଆମେ ପ୍ରାୟ 300ଟଙ୍କାରେ 1ଜିବି ମିଳୁଥିଲା ଏବେ ତାହା ପ୍ରାୟ 1ଜିବି ପ୍ରତିଦିନ ମିଳୁଛି ଓ ଏଥିପାଇଁ 70ଦିନକୁ କେବଳ 300ଟଙ୍କା ଦେବାକୁ ପଡୁଛି । କୁହାଯାଇପାରେ ଯେ ଜିଓ ମୋବାଇଲ ଗ୍ରାହକଙ୍କୁ ବହୁତ ଶସ୍ତ ସେବାମାନ ଉପଲବ୍ଧ କରେଇଛି । ଜିଓ ସବୁବେଳେ ନିଜର ମୂଲ୍ୟ କମ ଟଙ୍କାରେ ଉପଲବ୍ଧ କରାଉଥିଲା। ଜିଓର ସମସ୍ତ ସେବା ଆଜି ମଧ୍ୟ ସବୁଠାରୁ ଶସ୍ତାଅଟେ । ଟେଲିକମ ଅପରେଟର ଜିଓ ଅନ୍ୟ ସବୁଙ୍କ ତୁଳନାରେ ଗ୍ରାହକଙ୍କ ନିମାନେ ଅନେକ ଉତ୍ତମ ଅଫର ଦେଇଛି । ଏବେ ରିଲାଏନ୍ସ ଜିଓର 399ର ରିଚାର୍ଜ ଉପରେ 3300 ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ପରେ ଏବ ନୂଆ ପ୍ଳାନ ଉପସ୍ଥାପନ କରିଛି, ଯାହାକୁ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ ।

ଆପଣଙ୍କୁ ଜଣେଇଦେବୁ ଯେ ରିଲାଏନ୍ସ ଜିଓ ଏଥର ନିଜର 4ପ୍ଳାନର ମୂଲ୍ୟରେ 50ଟଙ୍କାର ରିହାତି ଦେଇ ନିଜର ଉପଭୋକ୍ତାଙ୍କୁ ବଡ ଖୁସିଖବର ଦେଇଛି । ତାସହ ଏବେ ଆପଣଙ୍କୁ ପ୍ରତିଦିନ 1ଜିବି ଡାଟା ବଦଳରେ 1.5 ଜିବି ଡାଟା ପ୍ରତିଦିନ ମିଳିବ। ମାନେ ଆପଣଙ୍କୁ ପ୍ରଥମ ମୂଲ୍ୟ ଉପରେ ଅଧିକ ଡାଟା ମିଳିବ। ଯଦି ଆପଣ ଏହି ରିଚାର୍ଜ MyJio ଆପ୍ପରେ 399କିମ୍ବା ତାଠାରୁ ଅଧିକର କରନ୍ତି ତେବେ ଆପଣଙ୍କୁ 3300ଟଙ୍କାର କ୍ୟାଶବ୍ୟାକ ମିଳିବ। ଏହି କ୍ୟାଶବ୍ୟାକରେ କିଛି ସର୍ତ୍ତ ମଧ୍ୟ ରହିଛି। ଯେପରିକି ଆପଣଙ୍କୁ ଜିଓ ଆପ୍ପ 50ଟଙ୍କାର 8କୁପନ ମିଳିବ। ଯାହା ଆପଣ ଭିନ୍ନଭିନ୍ନ ରିଚାର୍ଜରେ ବ୍ୟବହାର କରିପାରିବେ ।

ଆପଣଙ୍କୁ ଜଣେଇ ଦେବୁ କି ରିଲାଏନ୍ସ ଜିଓ ସିମ ଉପଭୋକ୍ତାଙ୍କୁ ଦିଆଯାଉଥିବା ୱେଲକମ ଅଫର ଶେଷ ହେବା ପରେ ମଧ୍ୟ ଲଗାତାର ଉତ୍ତମ ଅଫର ମିଳୁଛି । ଯଦିଓ, ଜିଓ ସିମ ର ଫ୍ରୀ ଅଫରକୁ ଲାଇଫଟାଇମ ପର୍ଯ୍ୟନ୍ତ ବୃଦ୍ଧି କରିବାର ଏକ ଟ୍ରିକ ମଧ୍ୟ ଭାଇରାଲ ହେଉଛି । ଏହି ଟ୍ରିକରେ ଦେଖାଯାଉଛି ଯେ କିପରି ଜିଓ ସିମର 4g ଇଣ୍ଟରନେଟ ଓ କଲିଙ୍ଗକୁ ଲାଇଫ ଟାଇମ ନିମନ୍ତେ ଫ୍ରୀ କରିପାରେବ । ଆପଣଙ୍କୁ ଜଣେଇଦେବୁ କି ଏବେ 199ଟଙ୍କାର ରିଚର୍ଜ ପ୍ୟାକ 149ଟଙ୍କାରେ କରାଯାଇପାରିବ । ଏହି ଅଫର ପ୍ରାୟମ ମେମ୍ବରସିପ ଥିବା ଗ୍ରାହକଙ୍କ ନିମନ୍ତେ ଅଛି ଯାହାର ବୈଧତା ଏକ ବର୍ଷ ଅଟେ । ନୂଆ ଅଫର ଅନୁଯାୟୀ ରିଲାଏନ୍ସ ଜିଓର 399ଟଙ୍କାର ରିଚାର୍ଜ ପ୍ଳାନରେ ମଧ୍ୟ କମ୍ପାନୀ 20ପ୍ରତିଶତ ଅତିରିକ୍ତ ଡାଟା ଦେବ ଯାହାର ସମୟ 84ଦିନ ନିମନ୍ତେ ରହିବ ।

Leave a Reply

Your email address will not be published. Required fields are marked *