December 26, 2024

Odia Express

Leading Odia News Portal of Odisha

ସବୁଦିନ ଘରୁ ଆଣିଥିବା ଟିଫିନ ଭିକାରୀକୁ ଦେଇଦେଉଥିଲା ସ୍ଵାମୀ, ପତ୍ନୀ ସତ୍ୟତା ଜାଣିବା ପରେ ଛାଡପତ୍ର ଦେଇ ଭିକାରିକୁ ବିବାହ କରିନେଲା ଆଉ ତାପରେ…

ପ୍ରତି ଘରେ ଏଭଳି ପ୍ରାୟ ଦେଖିବାକୁ ମିଳେ ଯେ ଯଦି ପୁଅର ମାଆ ସବୁଦିନ ତାଙ୍କୁ ଲାଉ ତରକାରି ଖାଇବାକୁ ଦିଅନ୍ତି ତ ସେହି ପୁଅ ଶେଷରେ ଦିନେନାଦିନେ କହିଦିଏ ଯେ କଣ ମାଆ ପ୍ରତିଦିନ ଲାଉ! ତ ସେହି ସମୟରେ ମାଆ ତାକୁ ବିବାହ ପରର ଟିପ୍ପଣୀ ଦେବାରେ ଲାଗନ୍ତି ଓ କୁହନ୍ତି ଯେ ତୋର ଯଦି ଏହି ଖାଦ୍ୟ ପସନ୍ଦ ନୁହେଁ ତ ବାହା ହେଇ ସ୍ତ୍ରୀ ନେଇ ଆସେ । କିନ୍ତୁ ବିବାହପରେ ପୁଅଙ୍କର କଣ ଅବସ୍ଥା ହୋଇଥାଏ ତାହା ପୁଅମାନେ ହିଁ ଭଲଭାବରେ ବୁଝିପାରିବେ କାରଣ ତାପରେ ସବୁ ନଖରା ଶେଷ ହୋଇଯାଇଥାଏ ଓ ତାସହ ଦାୟିତ୍ଵ ମଧ୍ୟ ବଢିଯାଏ । କିନ୍ତୁ ଆଜି ଯେଉଁ ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ମଧ୍ୟ ଲାଉ ତରକାରୀ ସହ ଜଡିତ ଅଟେ । କିନ୍ତୁ ଏହି ମାମଲା ୟୁପିର ଅଟେ ଯେଉଁଠାରେ ଶ୍ରାବସ୍ତି ନାମକ ଜଣେ ମହିଳା ରୁହନ୍ତି ତାଙ୍କର ସ୍ଵାମୀ ଆଶୀଷଙ୍କ ସହିତ ।

ସେ ପ୍ରତିଦିନ ସକାଳେ ଟିଫିନ ନେଇ ମୂଲ ଲାଗିବାକୁ ବାହାରିଯାଏ । ମୁଖ୍ୟ କଥା ଏହା ଯେ ପତ୍ନୀ ପ୍ରତିଦିନ ତାକୁ ଟିଫିନରେ ଲାଉ ତରକାରୀ ଦେଉଥିଲେ । କିନ୍ତୁ ତଥାପି ସେ କିଛି କହୁନଥିଲା ତ ତାକୁ ସନ୍ଦେହ ହେଲା । ପ୍ରକୃତରେ ସ୍ଵାମୀକୁ ପ୍ରତିଦିନ 20ଦିନ ହେବ ଲାଉ ତରକାରୀ ମିଳୁଥିଲା କିନ୍ତୁ ସ୍ଵାମୀ ରାସ୍ତାରେ ଅଫିସ ଯିବା ସମୟରେ ଟିଫିନ ଡବା ଏକ ଭିକାରିକୁ ଦେଇଦେଉଥିଲା ।

ଦିନେ ତାହାର ପତ୍ନୀ ସନ୍ଦେହ ହେବାରୁ ତାହାର ପିଛା କଲା ଓ ସତ କଣ ଜଣା ପଡିଗଲା ଯାହାଦ୍ୱାରା ତାହାର ପତ୍ନୀ ତାକୁ ସେହି ସମୟରେ ଧରିପକେଇଲା । ଏହା ପୂର୍ବରୁ କି ଆଶୀଷ କିଛି କହିଥାନ୍ତା ସେତେବେଳକୁ ଭିକାରି ଉପରକୁ ଆକାଶକୁ ଦେଖି ରୋମାଣ୍ଟିକ ହୋଇ ନିଜର ଫେସବୁକ ଟାଇମ ଲାଇନ ରୁ ଦୁଇଚାରିପଦ ଶାୟରୀ ଗାଇଦେଲା ଓ ତାପରେ ଆଉ କଣ ଥିଲା ।

ଆଶୀଷ ର ପତ୍ନୀକୁ ଲାଗିଲା ଯେ ଯେପରି ତାକୁ ତାହାର ପିଲା ବେଳର ପ୍ରେମ ମିଳିଗଲା ଯାହାକୁ ସେ କେବେ ହରେଈ ଦେଇଥିଲା । ସେହି ସମୟରେ ଶ୍ରାବସ୍ତି ଆଶୀଷକୁ ଛାଡପତ୍ର ଦେଇ ଭିକାରି ସହିତ ମନ୍ଦିରରେ ବିବାହ କରିନେଲା ଓ ଏବେ ସେହି ମନ୍ଦିର ବାହାରେ ବସି ଦୁଇଜଣ ଭିକ ମାଗୁଛନ୍ତି । କଣ ଆପଣ କେବେ ଶୁଣିଛନ୍ତି ଯେ ପ୍ରେମ ଏଭଳି ମଧ୍ୟ ହୋଇଥାଏ କିନ୍ତୁ ଜଣେଇଦେବୁ ଯେ ଏହି ଦୁନିଆରେ କିଛି ମଧ୍ୟ ସମ୍ଭବ ଅଟେ। ଏହି କାହାଣୀ ସତ୍ୟ ଅଟେ ।

 

Leave a Reply

Your email address will not be published. Required fields are marked *