September 12, 2024

Odia Express

Leading Odia News Portal of Odisha

ଗୋଟେ ଚୋର ଓ ତାହାର ପୁଅର କାହାଣୀ : ଜୀବନରେ ଇମାନଦାରୀ ହିଁ ସବୁଠାରୁ ବଡ ଧନ ହୋଇଥାଏ – ପଢିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ…

ନରେଶ ନାମକ ଏକ ବ୍ୟକ୍ତି ନିଜ ପୁଅ ସହ ରହୁଥିଲା,  ନିଜ ପୁଅର୍ ପାଠପଢା ଖର୍ଚ୍ଚ ଉଠାଇବାପାଇଁ ନରେଶ ଚୋରୀ କରୁଥିଲା, ନରେଶ ନିଜ ପୁଅର ଦାଖିଲା ବହୁତ ବଡ ସ୍କୁଲ୍ ରେ କରାଇବାକୁ ଚାହୁଁଥିଲା ଯାହା ଦ୍ୱାରା ତା ପୁଅକୁ ଭଲ ଶିକ୍ଷା ମିଳିପାରୁ , କିନ୍ତୁ ପଇସାର ଅଭାବ କାରଣରୁ ନରେଶ ନିଜ ପୁଅକୁ କେବଳ +୨ ଯାଏଁ ପଢାଇପାରିଲା,  +୨ ପାସ୍ କରିବାପରେ ନରେଶର ପୁଅ ଚାକିରି ଖୋଜିବାରେ ଲାଗିଗଲା , କିନ୍ତୁ କମ୍ ପାଠପଢା କାରଣରୁ ଓ ବାପା ଚୋର ହୋଇଥିବା କାରଣରୁ କିଛି ବି ଚାକିରି ମିଳିପାରିଲା ନାହିଁ । ଚାକିରି ନ ମିଳିବା କାରଣରୁ ନରେଶର ପୁଅ ବହୁତ ଦୁଃଖି ହେବାକୁ ଲାଗିଲା,  ଓ ସବୁବେଳେ ଉଦାସ ବସୁଥିଲା,

ନିଜ ପୁଅର ବେରୋଜଗାର ଦେଖି କରି ନରେଶ ଭାବିଲା କି କାହିଁକି ମୋ ପୁଅକୁ ଚୋରୀ କରିବା ବିଦ୍ୟା ଶିକ୍ଷା ଦେଇଦେବି , ନରେଶ ନିଜ ପୁଅକୁ କହିଲା ତୁ ମୋର ସହ ଆଜି ରାତିରେ ଚୋରୀ କରିବା ପାଇଁ ଚାଲେ , ମୁଁ ତୋତେ ଚୋରୀ କରିବା ସିଖାଇଦେବି , ଚୋରି କରିବାରେ ଯାହା ବି ପଇସା ମିଳିବ , ତାହା ଆମର୍ ଗୁଜୁରାଣ ମେଣ୍ଟିଯିବ । ନରେଶ ପୁଅ ନିଜ ବାପା ସହ ଚୋରି କରିବାରେ ରାଜି ହୋଇଗଲା,  ରାତି ହେବାପରେ ନରେଶର ପୁଅ ସହ ସେ ଚୋରୀ କରିବାରେ ବାହାରିପଡିଲା,  ନରେଶ ନିଜ ପୁଅ ସହ ସେହି ଘରକୁ ନେଇଗଲା ଯେଉଁଠି ସେ ବହୁତଥର ଚୋରି କରିଛି , ନରେଶ ନିଜ ପୁଅକୁ ଏହା କହୁଥିଲା କି ଯେଉଁ ଘରେ ଲାଇଟ୍ ଜଳୁଛି ସେହି ଘରେ ମୁଁ ଯାଇକରି ବହୁତ ଚୋରି କରିଛି , ମୁଁ ଯେବେ ଘରେ ଚୋରି କରେ ତେବେ ମୋତେ ବହୁତ ସାରା ପଇସା ମିଳେ , ଏହି ଘରରେ କେବେ ପଇସାର ଅଭାବ ହୁଏ ନାହିଁ,

ଏହି କଥା ଶୁଣିବାପରେ ନରେଶର ପୁଅ ସେହି ଘରକୁ ଅନେଇବାକୁ ଲାଗିଲା , କିଛି ସମୟ ପରେ ସେ ନିଜ ପୁଅକୁ କହିଥାଏ,  ସବୁ ଲୋକ ଶୋଇପଡୀଛନ୍ତି , ଏବେ ଆମ ଘରକୁ ଯାଇ ଚୋରୀ କରିପାରିବା , କିନ୍ତୁ ନରେଶର ପୁଅ କେଉଁ ଗଭୀର ଚିନ୍ତାରେ ବୁଡି ରୁହେ ଓ ସେ ନିଜ ବାପାଙ୍କ କଥାକୁ ଧ୍ୟାନ ଦିଏ ନାହିଁ  , ତେବେ ନରେଶ ନିଜ ପୁଅକୁ ପଚାରେ କି ତୁ କେଉଁ ଭାବନାରେ ବୁଡି ରହିଛ,  ତେବେ ସେ ନିଜ ବାପାକୁ କହେ କି ଆପଣ କେତେଥର ଏହି ଘରେ ଚୋରି କରିଛନ୍ତି , କିନ୍ତୁ ଆଜି ଏହି ଘର୍ ଆଲୁଅ ଅଛି,  ଆପଣଙ୍କ ଚୋରି କରିବା ଦ୍ୱାରା ଏହି ଘରେ କେବେ ବି ଆଲୁଅର କମି ହୋଇନି ,

କାରଣ ଏହି ଘରର ଲୋକେ ନିଜ ପରିଶ୍ରମ ବଳରେ ଧନ ଉପାର୍ଜନ କରନ୍ତି , ଯେବେ କି ବେଇମାନିର କାରଣରୁ ଆମର ଘର ଅନ୍ଦକାରରେ ରହୁଛି , ଓ ଆଜି ବି ଆମେ ସେହି ଅନ୍ଧକାରରେ ଚଳୁଛେ , ମୁଁ ଆଜି ଠୁ ଆଉ ଚୋରି କରିବି ନାହିଁ , ନିଜ ଜୀବନରେ ଇମାନଦାରିରୁ ପରିଶ୍ରମ କରି ପଇସା କମାଇବି , ନିଜ ପୁଅର ଏହି କଥାଶୁଣିକରି ନରେଶ ନିଜ ଭୁଲର ପଶ୍ଚାତାପ କରିଲା,  ଓ ସେ ବୁଝିପାରିଲା କି ଜୀବନରେ ପରିଶ୍ରମ ଓ ଇମାନଦାରି ଦ୍ୱାରା କମେଇଥିବା ପଇସା ବଡ ହୋଇଥାଏ,  ଯେଉଁ ବ୍ୟକ୍ତି ପରିଶ୍ରମକରିଥାଏ,  ସେ ନିଜ ଜୀବନରେ ସଫଳତା ଅର୍ଜନ କରିଥାଏ ।

Leave a Reply

Your email address will not be published. Required fields are marked *