September 12, 2024

Odia Express

Leading Odia News Portal of Odisha

ଏହି ଗୋଟିଏ ଜିନିଷ ନିଜର ସାମ୍ପୁରେ ମିଶେଇ କେଶରେ ଲଗାନ୍ତୁ ଓ ଏକ ସପ୍ତାହ ଭିତରେ ଲମ୍ବା, ଗହଳିଆ ଓ ସିଲ୍କି କେଶ ପାଆନ୍ତୁ…

ଆମ ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ ଆମ ଶରୀରର ସମସ୍ତ ଅଙ୍ଗର ସୁନ୍ଦର ହେବା ଅତ୍ୟଧିକ ଆବଶ୍ୟକ ଅଟେ କିନ୍ତୁ ଆମ ସୁନ୍ଦରତାରେ ଆମର କେଶର ଯୋଗଦାନ କିଛି ଅଧିକ ହୋଇଥାଏ । ପ୍ରକୃତରେ ଆପଣଙ୍କ କେଶ ଆପଣଙ୍କ ମଥାର ମୁକୁଟ ହୋଇଥାଏ ଓ ଏଥିପାଇଁ ସେମାନଙ୍କର ଯେତେ ଯତ୍ନ କରିବେ କେଶ ସେତେ ଲମ୍ବା , ଗହଳିଆ ଓ ଚମକ ଓ କୋମଳ ରହିବେ ଓ ଯାହାଦ୍ଵାରା ଆପଣଙ୍କ ସୁନ୍ଦରତା ଆହୁରି ଅଧିକ ବୃଦ୍ଧି ହେବ । କେଶ ପ୍ରତି ଆମେ ସବୁ ସମୟରେ ସଜାଗ ରହିବା ଆବଶ୍ୟକ କରଣ ଆଜିର ସମୟରେ ଏହି ପ୍ରଦୂଷିତ ବାତାବରଣରେ ପ୍ରଦୂଷଣ ଆମ କେଶକୁ ସବୁଠାରୁ ଅଧିକ ସହିବାକୁ ହୋଇଥାଏ । ଏସମୟରେ ଯଦି ଆମେ ନିଜର କେଶର ସଠିକ ଯତ୍ନ ନକରିବା ତେବେ ସେମାନେ ଝଡିବାରେ ଲାଗିବେ । ତାସହ ରୁପି ଶୁଷ୍କତା ନିର୍ଜୀବ ଆଦି ସମସ୍ଯା ହୋଇପାରେ ଓ ଆପଣଙ୍କ କେଶ ଝଡିବା ସମସ୍ୟା ବଢିଯାଏ ।

ଆମେ ନିଜ କେଶ କୁ ଢୋଇବା ପାଇଁ ପ୍ରକାର ପ୍ରକାର ସାମ୍ପୁ ବ୍ୟବହାର କରୁଚେ । କେବେକେବେ ତ ଏହି ସାମ୍ପୁର ଆମ କେଶ ଉପରେ ସାଇଡଇଫେକ୍ଟ ମଧ୍ୟ ନଜର ଆସିଥାଏ ଯେଉଁ କାରଣରୁ ଆମର କେଶ ଝଡିବା, କେଶ ରୁକ୍ଷତା ଭଳି ସମସ୍ୟା ଆସିଥାଏ। ସାମ୍ପୁ ଦ୍ଵାରା ଆମର କେଶ ସହିତ ଆମର ଖପୁରି ମଧ୍ୟ ପ୍ରଭାବିତ ହୋଇଥାଏ। ଅନେକ ସମୟରରେ ତ ତ୍ଵଚା ମୃତ ହୋଇଯାଏ । ଫଳସ୍ଵରୂପ ଖଣ୍ଡିଆ ହେବା ଫଳିଯିବା ଭଳି ସମସ୍ୟା ହୋଇଯାଇଥାଏ ।

ଯେଉଁଭଳି ଆଜିର ସମୟରେ ପ୍ରତ୍ୟେକ ନିଜର ସୁନ୍ଦରତାକୁ ନେଇ ବହୁତ ସଜାଗ ହୋଇଗଲେଣି ପଛକେ ସେ ପୁଅ ହୁଅନ୍ତୁ ବା ଝିଅ ଓ ସୌନ୍ଦର୍ଜ୍ୟ ବୃଦ୍ଧି ପାଇଁ ଆମର କେଶ କଳା ଓ ଗହଳିଆ ଓ ସୁନ୍ଦର ହେବା ନିହାତି ଜରୁରୀ ଅଟେ ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଉପଚାର ଆଣି ଆସିଛୁ ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ମଧ୍ୟ ଦୀର୍ଘ, ଗହଳିଆ ଓ କୋମଳ କେଶ ହୋଇଯିବେ ତାହା ମଧ୍ୟ ବିନା କୌଣସି ପାର୍ଶ୍ଵପ୍ରତିକ୍ରିୟା ବିନା ।

ତେବେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ। ଯାହାକି ଆମେ ନିଜର କେଶ ଧୋଇବା ପାଇଁ କୌଣସି ନା କୌଣସି ସାମ୍ପୁର ବ୍ୟବହାର କରୁଛେ ତ ଆଜି ଆମେ ଆପଣଙ୍କୁ ସେହି ସାମ୍ପୁରେ ଏକ ଏଭଳି ଜିନିଷ ମିଶେଇବା ପାଇଁ କହିବୁ ଯାହାକୁ ସାମ୍ପୁ ସହିତ ମିଶେଇ ଲଗେଇଲେ ଆପଣଙ୍କ କେଶ ଦୃଢ, ରେଶମୀ ଓ ଗହଳିଆ ହୋଇଯିବ ତେବେ ଆସନ୍ତୁ ଜାଣିବା ଯେ ସେହି ଜିନିଷଟି କଣ ଅଟେ…

ଆପଣଙ୍କୁ ଜଣେଇଦେବୁ ଯେ ଆପଣ ନିଜର କେଶକୁ ଧୋଇବା ପାଇଁ ଯେଉଁ ସାମ୍ପୁ ବ୍ୟବହାର କରନ୍ତି ସେହି ସାମ୍ପୁକୁ ଆପଣ ଗୋଟିଏ ପାତ୍ରରେ ରଖିବେ ଓ ତାପରେ ସେଥିରେ ଆପଣଙ୍କୁ ଏକ ଚାମଚ ମହୁ ମିଶେଇବାକୁ ହେବ ତାପରେ ଭଲଭାବରେ ଗୋଳେଇ ଦେବେ ଓ ଏବେ ଏହି ସାମ୍ପୁକୁ ଆପଣ ନିଜର କେଶରେ ଲଗେଇ ଭଲ ଭାବରେ ଧୋଇନିଅନ୍ତୁ । ଏହି ପ୍ରକ୍ରିୟା ଆପଣଙ୍କୁ ସପ୍ତାହରେ ଅତି କମରେ 3ଥର ନିଶ୍ଚିତ ରୂପେ କରିବାକୁ ହେବ ଓ ଏଭଳି କରିବା ଦ୍ଵାରା ଆପଣ ଦେଖିବେ ଯେ କିଛି ଦିନ ମଧ୍ୟରେ ଆପଣଙ୍କ କେଶ କଳା, ଲମ୍ବା, ଗହଳିଆ ଓ ରେଶମୀ ହୋଇଯିବ ଓ ଏହାଦ୍ବାରା ଆପଣଙ୍କୁ କୌଣସି ପ୍ରକାର କ୍ଷତି ହେବନାହିଁ ।

ଅନ୍ୟ ଗୋଟିଏ ଜିନିଷ ଆମେ ଆପଣଙ୍କୁ ଏଠାରେ କହିବାକୁ ଚାହୁଁ ଯେ କେଶ ଦୀର୍ଘ କରିବାର କୌଣସି ଉପାୟକୁ ଗ୍ରହଣ କରିବା ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଓ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବେ କରଣ ଏହାଦ୍ବାରା ଆପଣଙ୍କ କେଶ ଉପରେ ବହୁତ ଅଧିକ ଭଲ ପ୍ରଭାବ ପଡିବ । ଜୀବନ ଶୈଳୀରେ ଆପଣ ସଠିକ ମାତ୍ରାରେ ପାଣି ପିଆନ୍ତୁ, 8ଘଣ୍ଟାର ନିଦ୍ରା ଯାଆନ୍ତୁ, ଚାପରୁ ଦୂରେଇ ରୁହନ୍ତୁ ଓ ଜଙ୍କ ଫୁଡରୁ ଦୂରେଇ ରୁହନ୍ତୁ। ଆହାରରେ ସଠିକ ମାତ୍ରାରେ ଫଳ ଓ ପାରିବ ଖାଆନ୍ତୁ ଓ ପ୍ରୋଟିନ ମଧ୍ୟ ଉଚିତ ମାତ୍ରାରେ ଗ୍ରହଣ କରନ୍ତୁ ।

Leave a Reply

Your email address will not be published. Required fields are marked *