December 22, 2024

Odia Express

Leading Odia News Portal of Odisha

୧୪ ଫେବୃଆରୀରେ ଏହି ୫ ରାଶିଙ୍କର ଚମକିବ ଭାଗ୍ୟ, ମିଳିବ ଅସଲି ପ୍ରେମ – ଜାଣନ୍ତୁ କେଉଁ ରାଶି ସବୁ ସେମାନେ –

ସାରା ବିଶ୍ବର ଇତିହାସରେ ଭାଲେଣ୍ଟାଇନ ଡେ ପ୍ରେମର ପ୍ରତୀକ ରୂପେ ପାଳନ କରାଯାଏ। ଆପଣଙ୍କୁ ଜଣେଇଦେବୁ ଯେ ପ୍ରତି ବର୍ଷ ଭଲେଣ୍ଟାଇନ ଡେ 14 ଫେବୃଆରୀ ଦିନ ପାଳନ କରାଯାଏ । ପ୍ରତିବର୍ଷ ଏହି ଦିନକୁ ପ୍ରେମୀ ଯୁଗଳ ଚାତକ ପରି ଅପେକ୍ଷା କରିଥାନ୍ତି । ଏଥିପାଇଁ ସମସ୍ତେ ଏକଥା ଜାଣିବାକୁ ବ୍ୟଗ୍ର ଯେ ଏହିଦିନ ତାଙ୍କ ନିମନ୍ତେ କିପରି ରହିବା। ତେଣୁ ଆସନ୍ତୁ ଏବେ ଜାଣିବା ସେହି 5ଟି ରାଶି ବିଷୟରେ ଯେଉଁମାନଙ୍କର ଭାଲେଣ୍ଟାଇନ ଡେ ଭଲ ରହିବ ।

ମେଷ: ଏହି ବର୍ଷ ଭାଲେଣ୍ଟାଇନ ଡେ ଦିନ ଆପଣ ବହୁତ ଖୁସି ରହିବେ। କିନ୍ତୁ ବନ୍ଧୁଗଣ ଆପଣଙ୍କୁ ଗୋଟିଏ କଥାର ଧ୍ୟାନ ରଖିବାକୁ ହେବ ଯେ ଦ୍ଵିପ୍ରହର ବେଳକୁ କିଛି ଭୁଲ ବୁଝାମଣା କାରଣରୁ ନିଜର ବନ୍ଧୁଙ୍କ ସହ ଝଗଡା ହୋଇପାରେ । ଆପଣଙ୍କୁ ନିଜର ବନ୍ଧୁଙ୍କର ଭୁଲକୁ କ୍ଷମା କରି ସବୁ ଠିକ କରିବାକୁ ହେବ ।

କର୍କଟ: ଯଦି ଆପଣ ଲଙ୍ଗ ଡ୍ରାଇଭର ପ୍ଳାନ କରୁଛନ୍ତି ତେବେ ଟିକେ ରହିଯାଆନ୍ତୁ କାରଣ ଅଧିକ ମଜାମସ୍ତି ଆପଣଙ୍କୁ ବହୁତ ଭାରି ପଡିପାରେ । ତାସହ ଆପଣ କାହାକୁ ଆବଶ୍ୟକତା ଠାରୁ ଅଧିକ ଆଶା ମଧ୍ୟ ରଖନ୍ତୁ ନାହିଁ । ହୁଏତ ଆପଣଙ୍କ ଲମ୍ବା ରୋମାନ୍ସ ପ୍ଳାନ ଆପଣଙ୍କୁ ହିଁ ଭାରି ପଡି ନଯାଉ । ଏହି ଦିନ ଆପଣ ନିଜ ପ୍ରେମର ଗଭୀରତା ଅନୁଭବ କରିବେ ।

କନ୍ୟା: ପ୍ରେମରେ ଭାସିଯାଇ ଆଜି କୌଣସି ବଡ ପ୍ରତିଜ୍ଞା କରନ୍ତୁ ନାହିଁ । କାରଣ ଆଗାମୀ ସମୟରେ ଆପଣ ଏତେ ଅଧିକ ବ୍ୟସ୍ତ ହୋଇଯିବେ ଯେ ନିଜର ପ୍ରତିଜ୍ଞା ଭୁଲିଯାଇ ପାରନ୍ତି । ଯଦିଓ ଆଜିର ଦିନ ବହୁତ ଭଲ ରହିବ । ଜୀବନରେ ଏକ ବଡ ପରିବର୍ତ୍ତନ ଦେଖିବେ । ଭାବନା ବ୍ୟକ୍ତ କରିବାକୁ ଚାହୁଁଛନ୍ତି ତ ସଫଳତା ମିଳିବ ।

ତୁଳା: ଆପଣ ନିଜର ବ୍ୟସ୍ତତା ସତ୍ବେ ଭାଲେଣ୍ଟାଇନ ଡେ ଭଲଭାବରେ ପାଳନ କରିପାରିବେ । ଆପଣଙ୍କ ପ୍ରେମ ବହୁତ ଭଲରେ କଟିବ । ତାସହ ଆପଣଙ୍କୁ ନିଜର ସାଥିଙ୍କର ସବୁ କଥା ବୁଝିବାକୁ ହେବ ଯାହାଦ୍ଵାରା ଆପଣଙ୍କର ଓ ତାଙ୍କର ସମ୍ବନ୍ଧ ଗଭୀର ହେବ, ଯଦି ଆପଣଙ୍କ ମନରେ କିଛି ଚାଲୁଅଛି ତେବେ ତାଙ୍କୁ ନିଶ୍ଚିତ ଜଣେଇ ଦିଅନ୍ତୁ ।

ମକର: ଯଦି 14ଫେବୃଆରୀକୁ ଆପଣଙ୍କୁ କେହି କିଛି ଅଧିକ କହିଦିଏ ତେବେ ତାହା ମନକୁ ଆଣନ୍ତୁ ନାହିଁ , ମୁଖ୍ୟତଃ ଝିଅଙ୍କର କଥାକୁ । ଏହିଦିନ ଲୋକମାନେ ଆପଣଙ୍କ ଠାରୁ ଆବଶ୍ୟକତା ଠାରୁ ଅଧିକ ଆଶା ରଖିବେ କିନ୍ତୁ ଏହା ଆପଣଙ୍କ ଉପରେ ନିର୍ଭର କରୁଛି ଯେ ଆପଣ କଣ ନିର୍ଣ୍ଣୟ ନେଉଛନ୍ତି । ଯଦି ଆପଣ କାହା ସହିତ ସାକ୍ଷାତ କରିବାକୁ ଯାଉଛନ୍ତି ତେବେ ସାବଧାନ ରୁହନ୍ତୁ ।

ମୀନ: ରୋମାନ୍ସ ମାମଲା ପାଇଁ ଭାଲେଣ୍ଟାଇନ ଡେ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଏହି ଦିନ ଆପଣଙ୍କ ସମସ୍ତ ସ୍ଵପ୍ନ ପୂରଣ ହେବ। ଆପଣଙ୍କ ପାଇଁ ଚେତାବନୀ ଏହା ଯେ ଆପଣ ନିଜର ପ୍ରେମୀଙ୍କ ଠାରେ କିଛି ଲୁଚେଇବେ ନାହୀନୋ ସାମ୍ନା ବାଲାଙ୍କର କଥାକୁ କେବେ ଦବେଇବାର ପ୍ରୟାସ କରିବେ ନାହିଁ ।

Leave a Reply

Your email address will not be published. Required fields are marked *