September 12, 2024

Odia Express

Leading Odia News Portal of Odisha

T20 ସିରିଜ୍ ଜିତିବା ପରେ ଏବେ ଏହି ୪ ଜଣ ଖେଳାଳୀଙ୍କୁ ବାକି ରହିଯାଈଥିବା ଦୁଇଟି ମ୍ୟାଚରୁ ଆରାମ୍ ଦେଇପାରନ୍ତି ଅଧିନାୟକ ବିରାଟ କୋହଲି – ଦେଖନ୍ତୁ କିଏ ସେ ଖେଳାଳି..

ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲାଣ୍ତର ବିପକ୍ଷରେ ଖେଳାଯାଉଥିବା ଟି ଟେର୍ଣ୍ଟି ସିରିଜ୍ ରେ ଟିମ୍ ଇଣ୍ତିଆ ବିଜୟ ଯାତ୍ରା ଜାରି ରଖିକରି ସିରିଜ୍ କୁ ୩-୦ ରେ ଆଗୁଆ ରହିଛି , ହ୍ୟାମିଲଟନ୍ ରେ ଖେଳାଯାଈଥିବା ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ବିରାଟ ସେନା ସୁପର ଓଭର ପର୍ଯ୍ୟନ୍ତ ଚାଲିଥିବା ମୁକାବଲାରେ ବହୁତ ରୋମାଞ୍ଚକର ତରିକାରେ ଜିତ୍ ହାସିଲ୍ କରିଥିଲା , ଏବେ ସିରିଜ୍ ର ଚତୁର୍ଥ ମ୍ୟାଚ୍ ୩୧ ଜାନୁୟାରି କୁ ବେଲିଙ୍ଗଟନ୍ ରେ ଖେଳାଯିବ , ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ଲଗାତାର ମ୍ୟାଚ ଖେଳୁଥିବା କିଛି ଖେଳାଳୀଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଆରାମ ଦେଇକରି ଦ୍ୱିତୀୟ ଖେଳାଳୀଙ୍କୁ ନେଇପାରନ୍ତି , ତେବେ ଆସନ୍ତୁ ଜାଣିବା କିଏ ସେହି ଖେଳାଳୀ ।

୧) ରୋହିତ୍ ଶର୍ମା : ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳାଯାଉଥିବା ଟି ଟ୍ୱେଣ୍ଟି ସିରିଜ୍ ରେ ଟିମ୍ ଇଣ୍ତିଆର ଉପଅଧିନାୟକ ରୋହିତ୍ ଶର୍ମା ପ୍ରାରମ୍ଭିକ ୨ ଟି ଟି ଟ୍ୱେଣ୍ଟି ମ୍ୟାଚରେ ଜଲଦି ମାନେ କ୍ରମଶଃ ୭,୮ ରନ୍ କରି ଆଉଟ୍ ହୋଇଗଲେ , କିନ୍ତୁ ହ୍ୟାମଲିଟନ୍ ଖେଳାଯାଊଥିବା ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ରୋହିତ୍ ନିଜ ବିସ୍ପୋଟକ ବ୍ୟାଟିଙ୍ଗ୍ କରି ଭାରତକୁ ଜିତ୍ ଦେଇଥିଲେ ,ତୃତିୟ ଟି ଟ୍ୱେଣ୍ଟି ମ୍ୟାଚରେ ରୋହିତ୍ ପୂର୍ବରୁ ୪୦ ବଲରେ ୬୫ ରନ୍ ପାରି ଖେଳିଥିଲେ , ତାପରେ ସୁପର ଓଭର ପରେ ରୋହିତ୍ ଶେଷ ଦୁଇଟି ବଲରେ ଦୁଇଟ୍ ଛକା ଦେଇ ୧୫ ରନ୍ କରି ନ୍ୟୁଜିଲାଣ୍ତ ଟିମ୍ ର ନିର୍ଦ୍ଧାରିତ ୧୮ ରନ୍ ଟାର୍ଗେଟ୍ କୁ ପୁରା କରିପାରିଥିଲେ,  ଟି ଟ୍ୱେଣ୍ଟି ସିରିଜ୍ ପରେ ରୋହିତ୍ ଏବେ ଏକ ଦିବସୀୟ ଟେଷ୍ଟ ସିରିଜ୍ ରେ ଭାରତ ପାଇଁ ଓପନିଙ୍ଗ୍ କରିବେ , ଏବେ ସିରିଜ୍ ରେ ଜିତିସାରିଥିବା ଅଧିନାୟକ ବିରାଟ କୋହଲି ଲଗାତାର ପ୍ଲେଇଙ୍ଗ୍ ଇଲେଭେନ୍ ରେ ଭାଗ ନେଇପାରନ୍ତି , ରୋହିତ୍ ବଞ୍ଚିଥିବା ୨ ଟି ମ୍ୟାଚରେ ଆରାମ ଦେଇକରି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସାମିଲ୍ କରି କେଏଲ୍ ରାହୁଲ୍ ସହ ଓପନିଙ୍ଗ୍ ରେ ମଉକା ଦେଇପାରନ୍ତି ।

୨) ଜଶପ୍ରିତ୍ ବୁମରାହ୍ : ଦ୍ରୁତ ବୋଲିଙ୍ଗ୍ କରୁଥିବା ଜଶପ୍ରିତ୍ ବୁମରାହ୍ ଟିମ୍ ଇଣ୍ତିଆର ମ୍ୟାଚ୍ ୱିନର୍ ହୋଇଥିଲେ,  ସେ ଲଗାତାର ଶାନଦାର ପ୍ରଦର୍ଶନ କରି ଟିମ୍ ଇଣ୍ତିଆକୁ ମୁସକିଲ୍ ପରିସ୍ଥିତିରେ ବାହାର କରିଥିଲେ , ପ୍ରଥମ ଦ୍ୱିତିୟ ଟି ଟ୍ୱେଣ୍ଟି ମ୍ୟାଚରେ ବୁମରାହ୍ ନିଜ ବୋଲିଙ୍ଗ୍ ଦ୍ୱାରା ନ୍ୟୁଜିଲ୍ୟାଣ୍ତ ବ୍ୟାଟ୍ସମ୍ୟାନ୍ ଙ୍କୁ ବହୁତ ହଇରାଣ କରିଥିଲେ , ସୁପରଓଭରରେ ବୁମରାହ୍ ବୋଲିଙ୍ଗ୍ କରୁଥିବା ସତ୍ତ୍ୱେ କେନ୍ ୱିଲିଙ୍ଗସନ୍ ଓ ରସ୍ ଟେଲର୍ ୧୮ ରନ୍ ଟାର୍ଗେଟ୍ ସେଟ୍ କରିପାରିଥିଲେ ,

ଏବେ ଇଞ୍ଜୁରିପାଇ ଫେରିଥିବା ବୁମରାହଙ୍କୁ ଲଗାତାର ମ୍ୟାଚ୍ ଖେଳିବା ମହଙ୍ଗା ପଡିପାରେ , ଏଥିପାଇଁ ଅଧିନାୟକ ବିରାଟ କୋହଲି ତାଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରୁ ଆରାମ ଦେଇଛନ୍ତି , ଓ ତାଙ୍କ ଜାଗାରେ ନବଦୀପ ସୈନୀଙ୍କୁ ମଉକା ମିଳିପାରେ , ଆପଣଙ୍କୁ କହିଦେବୁ କି ଗତ କିଛି ସମୟରୁ ନବଦୀପଙ୍କୁ ଯେବେ ମଉକା ମିଳିଛି , ସେ ନିଜ ଦକ୍ଷତା ଅନୁସାରେ ପ୍ରମାଣିତ କରିଛନ୍ତି , ଏମିତିରେ ବିରାଟ ତାଙ୍କୁ ମଉକା ଦେଇକରି ବିଶ୍ୱକପ୍ ଆଉ ଏକ ଅତିରିକ୍ତ ବୋଲର୍ ପ୍ରସ୍ତୁତ କରିବାରେ ବିଚାର କରିପାରନ୍ତି ।

 

୩) ରବିନ୍ଦ୍ର ଜାଡେଜା : ଭାରତୀୟ ସ୍ପିନ୍ ବୋଲର୍ ଓ ଅଲରାଉଣ୍ତର୍ ରବିନ୍ଦ୍ର ଜାଡେଜା ଲଗାତାର ପ୍ଲେଇଙ୍ଗ୍ ଇଲେଭେନ୍ ରେ ଖେଳୁଛନ୍ତି , ଏମିତିରେ ଯେବେ ଟିମ୍ ଇଣ୍ତିଆ ଅଧିନାୟକ କୋହଲି ଜାଡେଜାଙ୍କୁ ବାହାର କରି ଯୁବା ଖେଳାଳୀ ୱାସିଙ୍ଗଟନ୍ ସୁନ୍ଦରଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସାମିଲ୍ କରିବାର ବିଚାର କରିବାର ଯୋଜନା କରିପାରନ୍ତି , ପ୍ରଦର୍ଶନର କଥା କହିଲେ ଜାଡେଜା ପ୍ରଥମ ଟି ଟ୍ୱେଣ୍ଟି ମାଚରେ ଗୋଟିଏ କିନ୍ତୁ ଦ୍ୱିତୀୟ ମ୍ୟାଚରେ ଶାନଦାର୍ ବୋଲିଙ୍ଗ୍ କରି୨ ଟି ମୁଖ୍ୟ ୱିକେଟ୍ ନେଇଥିଲେ , ତୃତୀୟ ମ୍ୟାଚରେ ଜାଡେଜା ୧ ୱିକେଟ୍ ନେଇଥିଲେ,  ଭଲ ଫର୍ମକୁ ନେଇ ଜାଡେଜା ଟି ଟ୍ୱେଣ୍ଟି ସିରିଜ୍ ପରେ ଏକ ଦିବସୀୟ ଟେଷ୍ଟ ସିରିଜ୍ ରେ ବି ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ଅଛି , ଏମିତିରେ ଯଦି କୋହଲି ଜାଡେଜାଙ୍କୁ ଆରାମ ଦେଇକରି ୱାସିଙ୍ଗଟନ୍ ସୁନ୍ଦରଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସାମିଲ୍ କରନ୍ତି ତେବେ ଟିମ୍ ପାଇଁ ଭଲ ହୋଇପାରେ ।

୪) ୟଜୁବେନ୍ଦ୍ର ଚେହେଲ୍ : ଭାରତୀୟ କ୍ରିକେଟ୍ ଟିମ୍ ର ସ୍ପିନ୍ ବୋଲର୍ ୟଜୁବେନ୍ଦ୍ର ଚେହେଲ୍ ଙ୍କୁ ଅଧିନାୟକ ବିରାଟ କୋହଲି ବହୁତ ସମୟରୁ ବେଞ୍ଚରେ ବସାଇବା ପରେ ଏବେ ନ୍ୟୁଜିଲାଣ୍ତ ଗ୍ରସ୍ତରେ ଖେଳାଯାଉଥିବା ତୃତିୟ ମ୍ୟାଚରେ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସାମିଲ୍ କରିଛନ୍ତି , ଚେହେଲ୍ ବି ଅଧିନାୟକ ବିରାଟଙ୍କ ଭରସା ରଖି ଭଲ ବୋଲିଙ୍ଗ୍ କରିଛନ୍ତି , କିନ୍ତୁ ଏବେ ଅଧିନାୟକ ବିରାଟ କୋହଲି ତୃତୀୟ ଓ ଚତୁର୍ଥ ମ୍ୟାଚରେ ପ୍ଲେଇଙ୍ଗ୍ ଇଲେଭେନ୍ ରୁ ଚେହେଲ୍ ଙ୍କୁ ବାହାର କରି ତୃତୀୟ ମ୍ୟାଚରେ ବାହାରେ ବସିଥିବା ଚାଇନାମ୍ୟାନ୍ ବୋଲର୍ କୁଲଦୀପ ଯାଦବଙ୍କୁ ଖେଳାଇପାରନ୍ତି , ଅସଲରେ କୁଲଦୀପ ଗତ କିଛି ସମୟରେ ଘରୋଇ ମାଟିରେ ଲଗାତାର ଭଲ ପ୍ରଦର୍ଶନ କରିଥିଲେ , କିନ୍ତୁ ବିଦେଶୀ ମାଟିରେ ବର୍ଷର ପ୍ରଥମ ଗ୍ରସ୍ତରୁ ଏବେ ପର୍ଯ୍ୟନ୍ତ ପ୍ଲେଇଙ୍ଗ୍ ଇଲେଭେନ୍ ରୁ ବାହାରେ ଅଛନ୍ତି , ଏଥିପାଇଁ ବିରାଟ ଏବେ ତାଙ୍କୁ ଦୁଇଟି ମ୍ୟାଚରେ ବ୍ୟବହାର କରି ଖେଳାଇବାକୁ ଯୋଜନା କରିପାରନ୍ତି  ।

Leave a Reply

Your email address will not be published. Required fields are marked *