December 23, 2024

Odia Express

Leading Odia News Portal of Odisha

ଘରେ ରଖିଥିବା ଫ୍ରିଜ୍ ବିଷୟରେ ୯୯ ପ୍ରତିଶତ ଲୋକ ଜାଣିନାହାନ୍ତି ଏହି ସତ୍ୟତା ,ଏବେ ହିଁ ଜାଣିନିଅନ୍ତୁ ନହେଲେ ଜୀବନସାରା ହଇରାଣ ହେଇପାରନ୍ତି ଆପଣ…

ଆଜି କାଲିକା ଫ୍ୟାସନ ଯୁଗରେ ଆମର ଜୀବନରେ ମେସିନ୍ ଉପକରଣର ବ୍ୟବହାର ଏତେ ପରିମାଣରେ ବହୁଳ ବ୍ୟବହାର ହୋଇସାରିଛି କି ଆମେ ଅଧିକାଂଶ କାମ ମେସିନ୍ ଉପରେ ନିର୍ଭର କରି ହିଁ କରୁଛେ , ଆଜିର ସମୟରେ ସମସ୍ତଙ୍କ ଘରେ ଫ୍ରିଜ୍ ତ ନିଶ୍ଚିତ ଅଛି , ଓ ଏହାର ବ୍ୟବହାର ଘରେ ଖାଇବାପିଇବା ଜିନିଷକୁ ସତେଜ ରଖିବାପାଈଁ କରାଯାଏ , ଫ୍ରିଜ୍ ଅର୍ଥାତ୍ ରେଫ୍ରିଜେଟର୍ ଆଜିର ମଧ୍ୟମବର୍ଗୀୟ ପରିବାରଙ୍କ ଆବଶ୍ୟକତା ହୋଇସାରିଛି , ଗରମ ଦିନରେ ଏହାର ମହତ୍ତ୍ୱ ଦୁଇଗୁଣା ବୃଦ୍ଧି ହୋଇଥାଏ ।

ଥଣ୍ତା ପାନୀୟ , ସରବତ ବନାଇବା ଆଇସକ୍ରିମ୍ ବନାଇବା , କ୍ଷୀରକୁ ଛିଡିବାରେ ରକ୍ଷା କରିବା , କିମ୍ବା ଖାଦ୍ୟକୁ ସୁରକ୍ଷିତ ରଖିବାପାଇଁ ଏହାର ବହୁତ ଉପଯୋଗୀ ହୋଇଥାଏ , ଉଚିତ୍ ଦେଖାଶୁଣା ଅଭାବ ଫ୍ରିଜ୍ ପରି ଦାମିକା ଏବଂ ଆବଶ୍ୟକ ଉପକରଣ ଶିଘ୍ର ଖରାପ ହୋଇପାରେ । ଓ ଯାହା ଦ୍ୱାରା ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ , ଏହାର ସଠିକ୍ ଉପଯୋଗ ଏହାର ବିଧିବଦ୍ଧ ସଂଚାଳନ କରିବା ଆବଶ୍ୟକ ଅଟେ , ଯାହା ଦ୍ୱାରା ଲମ୍ବା ସମୟ ଯାଏଁ ବିନା କୌଣସି ଅସୁବିଧାରେ ଏହାର ଉପକାରିତା ହୋଇପାରିବ , ଏଥିପାଇଁ ନିମ୍ନ ଲିଖିତ କଥା ଗୁଡୀକ ଧ୍ୟାନ ରଖିବା ଜରୁରୀ ଅଟେ ।

୧) ସବୁଠାରୁ ପ୍ରଥମେ ଏହି କଥାକୁ ଧ୍ୟାନ ଦେବେ କି ଫ୍ରିଜ୍ କୁ ସମତଳ ଜାଗାରେ ରଖିବେ ଯାହା ଦ୍ୱାରା ସେ କୌଣସି ହଲଚଲ ନହୁଏ । ଏହା ଦ୍ୱାରା ଫ୍ରିଜ୍ ର କମ୍ପେସର୍ ଭଲ ଭାବରେ କାମ କରିଥାଏ , ଓ ଫ୍ରିଜ୍ ଉପରେ ଅତିରିକ୍ତ ବୋଝ ପଡେ ନାହିଂ  ଓ ବ୍ୟାଲାନ୍ସ ବି ବରାବର ରହିଥାଏ ।

୨) ଆପଣ ଫ୍ରିଜ୍ କୁ ଝରକା କିମ୍ବା କବାଟ ପାଖରେ ଲଗାଇକରି ରଖନ୍ତୁ ନାହିଁ । ଏହାକୁ କେଉଁଠି ପବନ ଯିବା ଆସିବା କରୁଥିବା ସ୍ଥାନରେ ରଖିବା ଉଚିତ୍ , ପଛର କବାଟ ଦୂରତା ମିନିମମ୍ ଛଅ ଇଞ୍ଚ ତଥା ଅନ୍ୟ ଦୁହେଁ ପଟୁ ଝରକା ମିନିୟମ୍ ଚାର ଇଞ୍ଚ୍ ରହିବା ଜରୁରୀ , ଯଦି ଫ୍ରିଜ୍ କୁ କବାଟର ଏକ ଫୁଟ୍ ଦୁରତାରେ ରଖାଯାଏ , ତେବେ ଭଲ ହେବ କାରଣ ଏଥିରେ କମ୍ପେସର୍ ଗରମ ପବନ କବାଟ ସହ ବାଡେଇହୋଇ କମ୍ପେସରକୁ ଆସିନଥାଏ । ଏହା ଦ୍ୱାରା କାର୍ଯ୍ୟକ୍ଷମତା ଠିକ୍ ରହିଥାଏ , ଓ ତାପମାନ ମଧ୍ୟରେ ବଢିବା କମିବା ଦେଖାଯାଏ ନାହିଁ ।

୩) ଫ୍ରିଜ୍ କୁ କେବେ ବି ଗରମ ସ୍ଥାନରେ ରଖିବା ଉଚିତ୍ ନୁହେଁ , ଯଦି ରୋଷେଇ ଘରେ ରଖିବାକୁ ଆବଶ୍ୟକ ଭାବୁଛନ୍ତି ତେବେ ଏହା ଗ୍ୟାସ୍ ଚୁଲ୍ଲା ଠାରୁ ପାଞ୍ଚ ଫୁଟ୍ ଦୁରରେ ରଖନ୍ତୁ , ଫ୍ରିଜ୍ ରେ ଖାଇବା ପିଇବା ଜିନିଷ ଗରମ ଅବସ୍ଥାରେ ରଖିବା ଉଚିତ୍ ନୁହେଁ, ଗରମ ହୋଇଥିବା ଜିନିଷକୁ ଥଣ୍ତା କରି ରଖିପାରିବେ ,

୪) ଫ୍ରିଜ୍ ଚାଲୁ ରହିଥିବା ବେଳେ କେବେ ବି ତାର ଡୋର୍ କୁ ଖୋଲା କରି ଛାଡିବା ଉଚିତ୍ ନୁହେଁ , ଏହା ଦ୍ୱାରା ଫ୍ରିଜ୍ ମଧ୍ୟରେ ଥିବା ତାପମାନ ବୃଦ୍ଧି ହୋଇଯାଏ , ଓ ତାପରେ ଥଣ୍ତା ହେବାରେ ଅନାବଶ୍ୟକ ରୁପରେ ବିଜୁଳିର ଖର୍ଚ୍ଚ ଅଧିକା ହୋଇଥାଏ । ଫ୍ରିଜ୍ କୁ ସଙ୍ଗେ ସଙ୍ଗେ ଡୋର୍ କୁ ଟାଣି ଖୋଲିବା ଉଚିତ୍ ନୁହେଁ , ଏଥିରେ ଫ୍ରିଜ୍ ବଲ୍ବ ଖରାପ ହୋଇପାରେ , ଓ କବାଟରେ ଲାଗିଥିବା ରବର୍ ଖରାପ ହୋଇପାରେ ।

୫) ଏହା ସହ ଆଉ ଏକ କଥା ଧ୍ୟାନ ଦେବେ କି ଫ୍ରିଜରରେ ବାହାର ପ୍ରସ୍ତରରେ ବରଫ ଜମା ନ ହେଉ , ଯଦି ଜମିଯାଇଛି ତେବେ ଡିଫ୍ରୋଷ୍ଟ୍ କରିଦେବା ଉଚିତ୍ , ଜମା ହୋଇଥିବା ବରଫକୁ କେବେ କେଉଁ ଛୁରୀ କିମ୍ବା ଧାରୁଆ ଅସ୍ତ୍ରରେ ସଫା କରିବାକୁ ଚେଷ୍ଟା କରିବେ ନାହିଂ , ଏହା ଦ୍ୱାରା ଫ୍ରିଜ୍ ଖରାପ ହୋଇପାରେ , ଫ୍ରିଜ୍ ର ତାମପାନ ଏକଦମ୍ କମ୍ କିମ୍ବା ଅଧିକା ରଖିବା ଉଚିତ୍ ନୁହେଁ , ବରଂ ଧୀରେ ଧୀରେ କମ୍ କିମ୍ବା ଅଧିକା ରଖିବା ଉଚିତ୍ । ଯଦି ଫ୍ରିଜ୍ ଥଣ୍ତା ହେଉନାହିଁ ତେବେ ଏହାର ମତଲବ ଏହା କି ଫ୍ରିଜ୍ ର କମ୍ପେସରରୁ ଗ୍ୟାସ୍ ବାହାରିଯାଇଛି,  ଏହାକୁ ଭଲ ମେକାନିକ୍ କୁ ଦେଖାଇ ଗ୍ୟାସ୍ ଫିଲ୍ କରାଇନେବା ଉଚିତ୍ ।

 

Leave a Reply

Your email address will not be published. Required fields are marked *