December 24, 2024

Odia Express

Leading Odia News Portal of Odisha

କଣ ଆପଣ ଜାଣିଛନ୍ତି କି ରେଲୱେ ଚାଳକ ୧୧ ପ୍ରକାରର ହର୍ଣ୍ଣ ବଜାଇଥାଏ , ସବୁ ହର୍ଣ୍ଣର ରହିଥାଏ ଏକ ଖାସ୍ ମତଲବ ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ..

ଛୁଆବେଳରେ ଆମେ ଖେଳକୁଦରେ ନାନାପ୍ରକାରର ହର୍ଣ୍ଣର ଆବାଜ୍ ବାହାରକରୁଥିଲେ । କିନ୍ତୁ ବୋଧେ ଆମେ କେବେ ଭାବିନଥିଲେ କି ଟ୍ରେନର ହର୍ଣ୍ଣର ବି କିଛି ମତଲବ ରହିଥାଏ , ଏହା ସମ୍ଭବ ଅଟେ କି ଆଜି ପର୍ଯ୍ୟନ୍ତ ଟ୍ରେନ୍ ରେ ଯାତ୍ରା କରିନଥିବେ କିନ୍ତୁ ଏହା ନୁହେଁ କି ଆପଣ ଟ୍ରେନର ହର୍ଣ୍ଣ ଆବାଜ୍ ଶୁଣିନଥିବେ , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭାରତୀୟ ରେଲୱେ ରେ ୧୧ ପ୍ରକାର ହର୍ଣ୍ଣ ଆବାଜ୍ ବ୍ୟବହାର କରାଯାଏ , ଓ ଏହି ହର୍ଣ୍ଣର ଅଲଗା ଅଲଗା ମତଲବ ହୋଇଥାଏ , ଆଜି ଆମେ ଆପଣଙ୍କୁ ଟ୍ରେନର ଅଲଗା ଅଲଗା ହର୍ଣ୍ଣର ବ୍ୟବହାର କେଉଁ କାର୍ଯ୍ୟ ପାଇଁ କରାଯାଏ ଓ ଟ୍ରେନ ଚାଳକ କିପରି ଅନ୍ୟ ଟ୍ରେନ ଚାଳକ ସହ ତାଳମେଳ ବସାଇଥାନ୍ତି ସେହି ବିଷୟରେ ଜାଣିବା ।

୧) ଯଦି ଟ୍ରେନ୍ ଚାଳକ କିଛି ସେକେଣ୍ତ ପାଇଁ ଏକ ଛୋଟ ହର୍ଣ୍ଣ ବଜାଇଥାଏ ତେବେ ଏହାର ମତଲବ ହୋଇଥାଏ କି ଗାଡି ଯିବାପାଇଁ ପ୍ରସ୍ତୁତ ରହିଛି । ଓ ତାହାର ଆଗାମୀ ଯାତ୍ରା ପାଇଁ ତାହାର ସଫାଇ କାର୍ଯ୍ୟ ପୁରା ହୋଇଯାଇଛି ।

୨) ସେମିତି ଯଦି ଚାଳକ ଦୁଇଥର ଛୋଟ ହର୍ଣ୍ଣ ବଜାଇଥାଏ ତେବେ ଏହାର ମତଲବ ହୋଇଥାଏ କି ଚାଳକ ଟ୍ରେନ୍ ଛାଡିବାର ସଙ୍କେତ ମାଗୁଛି , କହିଦେବୁ କି ଏହି ହର୍ଣ୍ଣ ଲୋକୋପାଇଲଟ୍ ର ଇଞ୍ଜିନ୍ ଗାର୍ଡ ଟ୍ରେନ୍ ଚାଲୁକରିବାପାଇଁ ସିଗନେଲ୍ ପାଇଁ ବଜାଇଥାଏ ।

୩) ଯଦି ଟ୍ରେନ୍ ଚଳାଉଥିବା ସମୟରେ ଚାଳକ ତିନିଥର ଛୋଟ ହର୍ଣ୍ଣ ବଜାଇଥାଏ ତେବେ ଏହାର ମତଲବ ହୋଇଥାଏ କି ଗାଡି ନିଜ ନିୟନ୍ତ୍ରଣ ହରାଇବସିଛି , ଓ ଏହା ଗାର୍ଡକୁ ଏହା ସଙ୍କେତ ଦେଉଛି କି ସେ ନିଜ ଡବାରେ ଲାଗିଥିବା ଭ୍ୟାକୁମ୍ ବ୍ରେକ୍ ବ୍ୟବହାର ଜଲଦି କରିଦେଉ , ସେମିତି ତିନୋଟି ଛୋଟ ହର୍ଣ୍ଣ କେବଳ ଆପତ୍ତକାଳିନ ସ୍ଥିତିରେ ବ୍ୟବହାର ହୋଇଥାଏ ।

୪) ଏହା ଛଡା ଯଦି ଗାଡି ଚଲାଉଥିବା ସମୟରେ ଚାଳକ ଟ୍ରେନକୁ ଅଟକାଇଦିଏ ଓ ଏମିତିରେ ଚାଳକ ଚାରୋଟି ଛୋଟ ହର୍ଣ୍ଣ ବଜାଇଥାଏ ତେବେ ବୁଝିନେବେ କି ଇଞ୍ଜିନ୍ ରେ କିଛି ତ୍ରୁଟିଆସିଯାଇଛି , ଓ ଗାଡି ଆଗକୁ ଯାଇପାରିବ ନାହିଁ , କିମ୍ବା କେଉଁ ଦୁର୍ଘଟଣା ହୋଇଛି ।

୫) ସେମିତି ଚାଳକ ଏକ ଲମ୍ବା ହର୍ଣ୍ଣ ବଜାଇଲେ ଓ ତାପରେ ଏକ ଛୋଟ ହର୍ଣ୍ଣ ବଜାଇଲେ ଏହା ଗାର୍ଡକୁ ଏହା ସଙ୍କେତ ଦେଇଥାଏ କି ଟ୍ରେନ୍ ଆରମ୍ଭ ହେବା ପୁର୍ବରୁ ପ୍ରଥମେ ବ୍ରେକ୍ ପାଇପ୍ ସିଷ୍ଟମ୍ ଯାଞ୍ଚ କରିନିଅନ୍ତୁ ।

୬) ଦୁଇଟି ଛୋଟ ଓ ଦୁଇଟି ଲମ୍ବା ହର୍ଣ୍ଣ ବଜାଇବାର ମତଲବ ଏହା ହୋଇଥାଏ କି ମୋଟରମ୍ୟାନ୍ ଇଞ୍ଜିନ୍ ନିୟନ୍ତ୍ରଣ ପାଇଁ ଗାର୍ଡକୁ ସିଗନେଲ୍ ଦିଆଯାଏ ।

୭) ସେମିତି ଯଦି ଚାଳକ ବାରମ୍ବାର ଲମ୍ବା ହର୍ଣ୍ଣ ଦିଏ ତେବେ ଏହାର ମତଲବ ହୋଇଥାଏ କି ଗାଡି ବିନା କେଉଁ ଷ୍ଟେସନରେ ଅଟକି ଷ୍ଟେସନ ପାର୍ କରିପାରିବ ।

୮) ଯେବେ ଟ୍ରେନ୍ ର ଚାଳକ ଅଟକି ଅଟକି ହର୍ଣ୍ଣ ବଜାଏ ତେବେ ବୁଝିଯିବେ କି ରେଲୱେ କ୍ରସିଙ୍ଗ୍ ପାଖାପାଖି ହେବାର ଅଛି , ଓ ଆଖପାଖ ଲୋକ ଠିଆ ହୋଇଥିଲେ ହଟିଯାଆନ୍ତୁ ।

୯) ଯଦି ଟ୍ରେନର୍ ଚାଳକ ଦୁଇଟି ଛୋଟ ଓ ଏକ ଲମ୍ବା ହର୍ଣ୍ଣ ବଜାଇଥାଏ ତେବେ ଏହାର ଦୁଇଟି ମତଲବ ହୋଇଥାଏ ପ୍ରଥମତଃ କିଏ ଜଣେ ଚେନ୍ ପୁଲିଙ୍ଗ୍ କରିଛି , ଓ ଦ୍ୱିତୀୟ ମତଲବ ହୋଇଥାଏ କି ଗାର୍ଡ ଭ୍ୟାକୁମ୍ ବ୍ରେକ୍ ଲଗାଇଛି ।

୧୦) ଯଦି ଟ୍ରେନ୍ ବିଭାଜିତ ହେଉଛି ତେବେ ଚାଳକ ଏକ ଲମ୍ବା ଓ ଛୋଟ ହର୍ଣ୍ଣ ଦେଇଥାଏ ।

୧୧) ଏହା ଛଡା ରେଲୱେ ଚାଳକ ଯଦି ୬ ଟି ଛୋଟ ହର୍ଣ୍ଣ ଦେଇଥାଏ , ତେବେ ତାକୁ କେଉଁ ବିପଦର ଆଭାଷ ହୋଇଥାଏ । ଏମିତିରେ ଏହି ପରି ହର୍ଣ୍ଣ ବଜାଇଲେ ତେବେ ଟ୍ରେନରେ ବସିଥିବା ଯାତ୍ରୀ ସତର୍କ ହୋଇଯାଇଥାନ୍ତି।

Leave a Reply

Your email address will not be published. Required fields are marked *