ICC ଟେଷ୍ଟ ଚମ୍ପିୟାନଶିପ : ଇଂଲଣ୍ଡର ବିଜୟ ପରେ ପଏଣ୍ଟ ଟେବୁଲରେ ପରିବର୍ତ୍ତନ, ଭାରତ ରହିଲା ଏହି ସ୍ଥାନରେ – ଏବେ ଦେଖିନିୟନ୍ତୁ..
ଆଇସିସି ଟେଷ୍ଟ ଚମ୍ପିୟାନଶିପ ପରେ ଏକ ପ୍ରତିଯୋଗୀତାର ଆଜି ଫଳାଫଳ ଆସିଛି। ପ୍ରକ୍ତୃତାରେ, ସାଉଥ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ପୋର୍ଟ ଏଲିଜାବେଥରେ ଖେଲାଯାଇଥିବା ପ୍ରତିଯୋଗୀତାର ଫଳାଫଳ ଆସିଛି । ଇଂଲଣ୍ଡ ଦଳ ସାଉଥ ଆଫ୍ରିକାକୁ ଚାରି ମ୍ୟାଚର ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ଏକ ପାଳି ଓ 53ରନର ଅନ୍ତରରେ ହରେଈ ଦେଇଛି। ଏହି ପ୍ରତିଯୋଗୀତାପରେ ଆଇସିସି ଟେଷ୍ଟ ଚମ୍ପିୟାନଶିପର ଟେବୁଲରେ ବହୁତ ପରିବର୍ତ୍ତନ ହୋଇଛି ।ଇଂଲଣ୍ଡ ଦଳ 5ମ ସ୍ଥାନରୁ 3ୟ ସ୍ଥାନରେ ପହଞ୍ଚିଛି । – ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳ ଆଇସିସି ଟେଷ୍ଟ ଚମ୍ପିୟାନଶିପରେ 86ଅଙ୍କ ସହିତ ପଞ୍ଚମ ସ୍ଥାନରେ ଥିଲା । ଏବେ ସେ 30ଅଙ୍କ ଲାଭ ସହିତ ମୋଟ 116ଅଙ୍କ ନେଇ ନମ୍ବର-3 ସ୍ଥାନରେ ପହଞ୍ଚି ଯାଇଛି ।
ଇଂଲଣ୍ଡ ଦଳ କୁ ଲାଭ ସହିତ ଶ୍ରୀଲଙ୍କା ଓ ପାକିସ୍ଥାନର ଦଳକୁ 1-1 ସ୍ଥାନର କ୍ଷତି ଉଠେଇବାକୁ ପଡିଛି। ଦୁହେଁ ଦଳ 80-80 ଅଙ୍କ ନେଇ କ୍ରମଶଃ: ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି । ଜଣେଇଦେବୁ ଯେ ସାଉଥ ଆଫ୍ରିକା ଓ ଇଂଲଣ୍ଡର ଏହି ଚାରି ମ୍ୟାଚର ଟେଷ୍ଟ ସିରିଜ ହେଉଛି, ଏଥିପାଇଁ ମୋଟ 120ଅଙ୍କକୁ 30-30-ଅଙ୍କ ରେ ବଣ୍ଟାଯାଇଛି ।
ଭାରତ ଶୀର୍ଷରେ ରହିଛି – ଆଇସିସି ଟେଷ୍ଟ ଚମ୍ପିୟାନଶିପର ପଏଣ୍ଟ ଟେବୁଲରେ ଭାରତୀୟ ଦଳ ପ୍ରଥମ ସ୍ଥାନରେ ଉପସ୍ଥିତ ରହିଛି। ଭାରତ ନିଜର ସମସ୍ତ 7 ମ୍ୟାଚ ବିଜୟ ସହିତ ମୋଟ 360ଅଙ୍କ ହାସଲ କରିଛି। ସେଠାରେ ଅଷ୍ଟ୍ରେଲିଆର ଦଳ 296ଅଙ୍କ ସହିତ ଦ୍ଵିତୀୟ ସ୍ଥାନରେ ଉପସ୍ଥିତ ଅଛି । ଅଷ୍ଟ୍ରେଲିଆ ଓ ଭାରତ ଦୁହେଁ ଦଳ ଯାକ ଆଇସିସି ଟେଷ୍ଟ ଚମ୍ପିୟାନଶିପରେ ନିଜର 3-3 ମ୍ୟାଚ ଖେଳି ସାରିଛି ।
ନିଉଜିଲାଣ୍ଡ 60ଅଙ୍କ ସହିତ ଷଷ୍ଠ ସ୍ଥାନରେ ଅଛି । ସେଠାରେ ସାଉଥ ଆଫ୍ରିକା ଦଳ 30ଅଙ୍କ ସହିତ 7ମ ସ୍ଥାନରେ ରହିହି । ୱେଷ୍ଟଇଣ୍ଡିଜ ଓ ବାଂଲାଦେଶର ଦଳକୁ ପଏଣ୍ଟ ଟେବୁଲ ରେ ନିଜର ଖାତା ଖୋଲିବା ବାକି ଅଛି । ବର୍ତ୍ତମାନ ପଏଣ୍ଟ ଟେବୁଲ ଦେଖି ଏପରିଲ ଲାଗୁଛି ଯେ ଲର୍ଡ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆର ମୁକାବିଲା ହୋଇପାରେ । ଏଠାରେ ଦେଖନ୍ତୁ ଆଇସିସି ଟେଷ୍ଟ ଚମ୍ପିୟାନଶିପର ଅପଡେଟ ପଏଣ୍ଟ ଟେବୁଲ: