ସକାଳେ ଶୀଘ୍ର ଉଠିବାରେ ସାହାଯ୍ୟ କରିବ ଏହି ଉପଦେଶ – ଜାଣନ୍ତୁ ଶୀଘ୍ର ଉଠିବାର ଏହି ଲାଭ ଗୁଡିକ…
ଆମେ ସମସ୍ତେ ଜାଣିଛେ ଯେ ସକାଳେ ଶୀଘ୍ର ଉଠିବାର ସମସ୍ତ ଲାଭ ରହିଛି । ଶୀଘ୍ର ସଜ୍ୟାତ୍ୟାଗ ଦ୍ଵାରା ସ୍ୱାସ୍ଥ୍ୟ, ଧନୀ ଓ ବୁଦ୍ଧିମାନ ହୁଅନ୍ତି । କିନ୍ତୁ କଣ ଏପରି ହୋଇପାରୁଛି ? ହଁ ଆଜ୍ଞା ସକାଳେ ଶୀଘ୍ର ଉଠିବ ଆପଣଙ୍କୁ ଏକ କଠିନ କାର୍ଯ୍ୟ ଲାଗୁଛି । ଶିଡ୍ୟୁଲ ହିସାବରେ ନିଜକୁ ପ୍ରସ୍ତୁତ କରି ଆପଣ ପ୍ରତିଦିନ ଉଠିବାର ସମୟ ଠାରୁ ଘଣ୍ଟେ କିମ୍ବା ଦୁଇଘଣ୍ଟା ପୂର୍ବରୁ ଉଠିବ ସହଜ ନୁହେଁ ଓ ଏଥିରେ ବିଘ୍ନ ଆସେ। କିନ୍ତୁ ସତ୍ୟ ଏହା ଯେ ସକାଳେ ଶୀଘ୍ର ଉଠିବା ଦ୍ଵାରା ଅନେକ ଲାଭ ଅଛି । ଏହା ଆପଣଙ୍କ ଶାରୀରିକ ସହିତ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ ଓ ଆପଣଙ୍କୁ ଜୀବନରେ ଅଧିକ ସଫଳ କରିଥାଏ ।ନିମ୍ନରେ ସକାଳେ ଶୀଘ୍ର ଉଠିବା ନିମନ୍ତେ କିଛି ଉପଯୋଗୀ ଟିପ୍ସ ଓ ମତାମତ କହୁଛୁ ।
1- ସକାଳେ ଶୀଘ୍ର ଉଠିବ ପାଇଁ ଏଲାର୍ମ ସେଟ କରନ୍ତୁ ଏହା ଆପଣଙ୍କ ସହାୟତା କରିବ।
2- ଭବିଷ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ ସକାଳେ ଶୀଘ୍ର ଉଠିବାର ଯୋଜନା ବାସ୍ତବିକ ଦିନଠାରୁ ପ୍ରାୟ ଏକ ସପ୍ତାହ ପୂର୍ବରୁ କରନ୍ତୁ । ଏହା ମୁଖ୍ୟତଃ ଛୋଟପିଲା ଏବଂ ବିଦ୍ୟାର୍ଥୀଙ୍କ ସ୍କୁଲ ଟାଇମ ରେ ପଠେଇବାରେ ସହାୟକ ହେବ ।
3- ଦିନକୁଦିନ ପ୍ରତିଦିନ ଉଠିବା ସମୟର ଦଶ ରୁ ପନ୍ଦର ମିନିଟ ପୂର୍ବରୁ ଉଠିବାର ପ୍ରୟାସ କରନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ସହଜରେ ନୂଆ ସମୟ ସହିତ ସନଯୋଜିତ କରିବାରେ ସହାୟକ ହେବ ।
4-ଯଦି ଆଲାର୍ମ ଦ୍ଵାରା ମଧ୍ୟ ଆପଣଙ୍କୁ ଶୀଘ୍ର ଉଠିବାରେ ଆପଣଙ୍କୁ ଅସୁବିଧା ହେଉଛି ତେବେ ଚେଷ୍ଟା କରନ୍ତୁ ଯେଉଁ ସଦସ୍ୟ ଶୀଘ୍ର ଉଠୁଛନ୍ତି ତାଙ୍କୁ ଆପଣଙ୍କୁ ଉଠେଇବାକୁ କହିଦିଅନ୍ତୁ ।
5-ନିୟମିତ ଶୋଇବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ ଏପରିକି ଛୁଟିଦିନରେ ମଧ୍ୟ ଏହି ଅଭ୍ୟାସ ଆପଣଙ୍କୁ ସକାଳେ ଶୀଘ୍ର ଉଠିବାରେ ସାହାଯ୍ୟ କରିବ ।
6- ପର୍ଯ୍ୟାପ୍ତ ରୂପେ ଶୁଅନ୍ତୁ ଯାହାଦ୍ୱାରା ଆପଣ ସତେଜ ଅନୁଭବ କରିବେ, ପ୍ରତିଦିନ ପ୍ରାୟ 7-8ଘଣ୍ଟାର ନିଦ ଠିକ ଅଟେ ।ଏପରି କରିବା ଦ୍ଵାରା ଆପଣଙ୍କୁ ସକାଳେ ଶୀଘ୍ର ଉଠିବାରେ ଆଳସ୍ୟତା ରହିବ ନାହିଁ ।
7- ସକାଳେ ଶୀଘ୍ର ଉଠିବା ଆପଣଙ୍କ ଶରୀର ନିମାନେ ବହୁତ ଲାଭଜନକ ଅଟେ । ଗବେଷଣା ରୁ ଜଣା ଯାଇଛି ଯେ ସକାଳେ ଶୀଘ୍ର ଉଠୁଥିବା ଲୋକମାନେ ସାଧାରଣତଃ ଅଧିକ ସକ୍ରିୟ ଓ ଅଧି ଉତ୍ପାଦକ ହୋଇଥାନ୍ତି ।
8- ଅଧ୍ୟୟନରୁ ଏହା ଜଣା ଯାଇଛି ଯେ ସକାଳେ ଶୀଘ୍ର ଉଠୁଥିବା ଲୋକମାନେ ବାସ୍ତବରେ ରାତିରେ ଜାଗ୍ରତ ରହୁଥିବା ଲୋକଙ୍କ ଅପେକ୍ଷା ଜୀବନରେ ଅଧିକ ଖୁସିରେ ରୁହନ୍ତି ।