INDvsAUS- ରାଜକୋଟ ଏକଦିବସୀୟ ଜିତିବା ପାଇଁ ଭାରତୀୟ ଦଳରେ 3ଟି ପରିବର୍ତ୍ତନ ନିଶ୍ଚିତ , ଜାଣନ୍ତୁ କିଏ ହେବ ବାହାର ଓ କାହାକୁ ମିଳିବ ସୁଯୋଗ…
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚର ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ ଦଳକୁ ଜବରଦସ୍ତ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ମୁମ୍ବାଇ ଏକଦିବସୀୟ ରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ବ୍ୟାଟିଂ ଓ ବୋଲିଂ ଦୁଇ ବିଭାଗରେ ପଛେଇ 10 ୱିକେଟର ଚମକପ୍ରଦ ବିଜୟ ହାସଲ କରି ସିରିଜରେ 1-0ରେ ଆଗେଇଛି ।
ରାଜକୋଟ ଏକଦିବସୀୟରେ ହୋଇପାରେ ଏହି ତିନି ବଡ ପରିବର୍ତ୍ତନ – ଭାରତୀୟ ଦଳ ବିରାଟ କୋହଲୀଙ୍କ ଅଧିନାୟକତ୍ଵରେ ଏହି ସିରିଜରେ ପଛେଇ ଯାଇଛି ଯାହାକି ରଜୋକୋଟରେ ଖେଳଯାଉଥିବା ଦ୍ଵିତୀୟ ୱାନଡେ ରେ ଯେକୌଣସି ପ୍ରକାରେ ସିରିଜ କୁ ଫେରିବା ଲକ୍ଷରେ ପଡିଆକୁ ଓହ୍ଲେଇବ ଯାହାକି ସିରିଜରେ ରୋମାଞ୍ଚ ଭରିରହିବ । ଏଥିପାଇଁ ଭାରତୀୟ ଦଳ ନିଜର ଯୋଜନାରେ ପରିବର୍ତ୍ତନ କରିପାରେ । ଦ୍ଵିତୀୟ ୱାନଡେ ମ୍ୟାଚରେ ସିରିଜ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତୀୟ ଦଳରେ କିଛି ଏପରି ପରିବର୍ତ୍ତନ କରାଯାଇ ପାରେ ଯାହା କି ଦଳର କାମରେ ଆସିବ । ଏମିତିରେ ଆପଣଙ୍କୁ ଜଣେଇଦେଉଛୁ ସେହି ତିନି ପରିବର୍ତ୍ତନ ଯାହା ରାଜକୋଟ ୱାନଡେ ମ୍ୟାଚ ରେ ଚୁଡାନ୍ତ ହୋଇପାରେ ।
ଋଷଭ ପନ୍ତ – ଭାରତୀୟ କ୍ରିକେଟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ମୁମ୍ବାଇରେ ଖେଲାଯାଇଥିବା ପ୍ରଥମ ୱାନଡେ ମ୍ୟାଚରେ ବ୍ୟାଟିଂ କରିବା ସମୟରେ ଆଘାତ ଲାଗିଛି। ଋଷଭ ପନ୍ତଙ୍କୁ ଆଘାତ ଲାଗିବା ପରେ ଯାଞ୍ଚ ନିମନ୍ତେ ପଠାଯାଇଛି ଯାହାପରେ ତାଙ୍କୁ ରାଜକୋଟ ୱାନଡେ ପାଇଁ ତାଙ୍କୁ ବାଦ ଦିଆଯାଇଛି । ୱିକେଟକିପିଙ୍ଗ ଦାୟିତ୍ଵ କେଏଲ ରାହୁଲ ସମ୍ଭାଳିବେ । କିନ୍ତୁ ଋଷଭ ପନ୍ତଙ୍କ ରାଜକୋଟ ୱାନଡେରୁ ବାହାର ହେବା ପରେ ଦଳୀୟ ମ୍ୟାନେଜମେଣ୍ଟ ଏକ ଭଲ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେଇପାରେ । ପନ୍ତଙ୍କ ସ୍ଥାନରେ ସୁଯୋଗ ପାଇବା ନିମନ୍ତେ ମନୀଷ ପାଣ୍ଡେ ଓ କେଦାର ଯାଦବ ଦୁଇ ବ୍ୟାଟ୍ସମ୍ୟାନ ଅଛନ୍ତି ଓ ଜଣାଯାଇଛି ଯେ କେଦାର ଯାଦବ ବୋଲିଂରେ ମଧ୍ୟ ଯୋଗଦାନ ଦେବାର ଲାଭ ମିଳିବ ।
ରବୀନ୍ଦ୍ର ଜଡେଜା – ଭାରତୀୟ ଦଳର ସ୍ପିନ ବୋଲର ରବୀନ୍ଦ୍ର ଜଡେଜା ପୂର୍ବ ମ୍ୟାଚରେ ନିଜର ବୋଲିଂରେ କୌଣସି ପ୍ରଭାବ ଛାଡି ପାରିନାହାନ୍ତି । ରବୀନ୍ଦ୍ର ଜଡେଜାଙ୍କର ସ୍ପିନ ବୋଲିଂ ଧାରହୀନ ଥିଲା । ସେଠାରେ କୁଳଦୀପ ଯାଦବ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରିବାରେ ସଫଳ ହୋଇଥିଲେ । କୁଳଦୀପ ଯାଦବଙ୍କ ସ୍ପିନ ବୋଲିଂ ଉପରେ କଙ୍ଗାରୁ ବ୍ୟାଟ୍ସମ୍ୟାନ ବିବ୍ରତ ଜଣାପଡୁଥିଲେ ।ଏ ସମୟରେ ଦ୍ଵିତୀୟ ୱାନଡେ ମ୍ୟାଚରେ ରବୀନ୍ଦ୍ର ଜଡେଜାଙ୍କୁ ବାହାର କରି ଯଜୁବେନ୍ଦ୍ର ଚହଳଙ୍କୁ ଫେରାଇ ଅଣାଯାଇ ପାରେ । ଯଜୁବେନ୍ଦ୍ର ଚହଳଙ୍କର ଅଷ୍ଟ୍ରେଲିଆ ବିରୋଧରେ ଭଲ ରେକର୍ଡ ଅଛି ଯିଏ କି 7ଟି ମ୍ୟାଚରେ 15ୱିକେଟ ନେଇସାରିଛନ୍ତି । ହୋଇପାରେ ଯଜୁବେନ୍ଦ୍ର ଓ କୁଳଦୀପ ଯାଦବଙ୍କ ଯୋଡି ପୁଣି ନଜର ଆସିପାରେ
ଶାର୍ଦ୍ଦୁଳ ଠାକୁର – ଭାରତୀୟ ଦଳର ଯୁବ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧ ମୁମ୍ବାଇରେ ଖେଲାଯାଇଥିଲା କିନ୍ତୁ ଶାର୍ଦ୍ଦୁଳଙ୍କ ବୋଲିଂ ପ୍ରଭାବହୀନ ଥିଲା । ଶାର୍ଦ୍ଦୁଳ ଠାକୁରଙ୍କ ବୋଲିଂ କୌଣସି କମାଲ ନଦେଖିବା ପରେ ତାଙ୍କୁ ରାଜକୋଟ ୱାନଡେରୁ ବାହାର କରାଯାଇପାରେ ।ରାଜକୋଟ ୱାନଡେରୁ ଶାର୍ଦ୍ଦୁଳଙ୍କୁ ବାହାର କରି ନବଦୀପ ସଇନିଙ୍କୁ ସୁଯୋଗ ମିଳିବା ନିଶ୍ଚିତ ଲାଗୁଛି। ନବଦୀପ ସଇନି ନିକଟରେ ଟି20ରେ ଉନ୍ନତ ବୋଲିଂର ପ୍ରଦର୍ଶନ କରିଛନ୍ତି ଓ ନିଜର ଡେବ୍ୟୁରେ ମଧ୍ୟ ୱେଷ୍ଟଇଣ୍ଡିଜ ବିରୋଧରେ ଶେଷ ଏକଦିବସୀୟ ମ୍ୟାଚରେ ଭଲ ବୋଲିଂ କରିଥିଲେ ।