September 19, 2024

Odia Express

Leading Odia News Portal of Odisha

ପ୍ରଥମ ଫିଲ୍ମ “ମୈନେ ପ୍ୟାର୍ କିୟା” ରୁ ସୁପରହିଟ୍ ହୋଇଥିବା ଭାଗ୍ୟଶ୍ରୀ ଏବେ ଦେଖାଯାଉଛନ୍ତି ଆହୁରି ସୁନ୍ଦର, ଫଟୋ ଦେଖିଲେ ଆପଣ ବି ଦ୍ୱିୱାନା ହୋଇଯିବେ…

ବଲିଉଡ୍ ଏପରି ଏକ ଦୁନିଆଁ ଅଟେ ଯାହାର ସାଜସଜ୍ଜା ଦ୍ୱାରା କେତେ ଷ୍ଟାର୍ ଆସନ୍ତି , କିନ୍ତୁ ସେଥିରୁ କିଛି ଏପରି ହୋଇଥାନ୍ତି  ଯିଏ ଅଧିକା ଦିନ ଯାଏଁ ସ୍ଥାୟୀ ହୋଇଯାଆନ୍ତି , ତେବେ କେତେ ନା କେତେ ଅଭିନେତା ଅଭିନେତ୍ରୀ ଅଛନ୍ତି ଯିଏକି ନିଜ ପାଦ ଥାପିଲେ ଓ ସଫଳ ବି ହେଲେ କିନ୍ତୁ ତାପରେ ସତ୍ତ୍ୱେ ବି ଏହି ଇଣ୍ତଷ୍ଟ୍ରିରେ କିଛି ଦିନ ପରେ ଗାୟବ୍ ହୋଇଗଲେ , ଓ ଲୋକଙ୍କୁ ଏହା ବିଷୟରେ ଚିହ୍ନ ବର୍ଣ୍ଣ ବି ରହିଲା ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଅଭିନେତ୍ରୀଙ୍କୁ ସାକ୍ଷାତ କରାଇବୁ , ଯିଏ ରାତାରାତି ଷ୍ଟାର୍ ହୋଇଗଲେ କେବଳ ଗୋଟିଏ ଫିଲ୍ମର କାରଣରୁ , ପ୍ରଥମ ଫିଲ୍ମ କରି ଏହି ଅଭିନେତ୍ରୀ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହେଲେ , ସେ ନିଜର ପ୍ରଥମ ଫିଲ୍ମରୁ ଦର୍ଶକଙ୍କୁ ନିଜର ଦିୱାନା କରିଲେ , କିନ୍ତୁ ହିରୋଇନ ଜଣଙ୍କ ଗୋଟିଏ ଦୁଇଟି ଫିଲ୍ମ କରିକି ଗାୟବ ହିଁ ହୋଇଗଲେ  ।

କହିଦେବୁ କି ବଲିଉଡ୍ ର ଏହି ସୁନ୍ଦର ଅଭିନେତ୍ରୀ ନା କେବଳ ଗୋଟିଏ ସୁପରହିଟ୍ ଫିଲ୍ମରେ କାମ କରିବାପରେ ପ୍ରାୟ ସବୁ ଫିଲ୍ମରୁ ଦୂରତା ବନାଇନେଲେ , ଓ ଏହି ଫିଲ୍ମ ଥିଲା ମୈନେ ପ୍ୟାର୍ କିୟା , ଏହି ଫିଲ୍ମର ଜରିଆରେ ଭାଗ୍ୟଶ୍ରୀ ଲକ୍ଷାଧିକ ଦର୍ଶକଙ୍କର ହୃଦୟରେ ବସିଗଲେ , ୧୯୮୯ ରେ ରିଲିଜ୍ ହୋଇଥିଲା ଏହି ଫିଲ୍ମରେ ଦୁହେଁଙ୍କୁ ରାତାରାତି ଷ୍ଟାର୍ କରିଦେଲା , ଏହି ଫିଲ୍ମ ପାଇଁ ଭାଗ୍ୟଶ୍ରୀଙ୍କ ବେଷ୍ଟ୍ ଫିଲ୍ମଫେୟାର୍ , ବେଷ୍ଟ ଫିମେଲ୍ ଡେବ୍ୟୁ ଆୱାର୍ଡରେ ସମ୍ମାନିତ କରାଗଲା ,

ଏହାପରେ ସେ କୈଦ ମୈ ବୁଲବୁଲ୍, ତ୍ୟାଗି, ପାୟଲ୍ ,ଘର ଆୟା ପରଦେଶୀ ପରି ଫିଲ୍ମରେ ନଜର ଆସିଥିଲେ,  କିନ୍ତୁ ଗୋଟିଏ ଦୁଇଟି ଫିଲ୍ମ ଛାଡିକରି ତାଙ୍କର ଜାଦୁ ଦର୍ଶକଙ୍କ ଉପରେ ଆଉ ଚାଲିଲା ନାହିଁ । ବଲିଉଡ୍ ରେ ଦବାଙ୍ଗ୍ ମାନେ ସଲମାନ ଖାନ୍ ଙ୍କ ସହ ଭାଗ୍ୟଶ୍ରୀ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ, ଏମିତି ସମୟ ଥିଲା , ଯେବେ ଭାଗ୍ୟଶ୍ରୀ କେବଳ ନିଜର ସୁନ୍ଦରତା ପାଇଁ ନୁହେଁ ବରଂ ଫିଲ୍ମ ପାଇଁ ଜଣାଯାଉଥିଲେ ।

କିନ୍ତୁ କିଛି ଫିଲ୍ମରେ କାମ କରିବାପରେ ସେ ଏହି ବଲିଉଡ୍ ରୁ ଦୂରେଇ ଗଲେ,  ସଲମାନ ଓ ଭାଗ୍ୟଶ୍ରୀଙ୍କ ପ୍ରଥମ ଫିଲ୍ମ ମୈନେପ୍ୟାର୍ କିୟା ଥିଲା, ଏହି ଫିଲ୍ମରେ ଭାଗ୍ୟଶ୍ରୀ ଏକ ନିରିହ ଝିଅ ସୁମନ୍ ରୋଲ୍ ନିଭାଇଥିଲେ । କିନ୍ତୁ ଏବେ ଭାଗ୍ୟଶ୍ରୀ ଫିଲ୍ମ ଇଣ୍ତଷ୍ଟ୍ରିରୁ ପୁରା ଦୁରେଇ ଯାଇଛନ୍ତି , ତାଙ୍କର ଫ୍ୟାନ୍ସ ପତ୍ତା ଲଗାଇପାରୁନାହାନ୍ତି କି ସେ କେଉଁଠି ଅଛନ୍ତି , ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଭାଗ୍ୟଶ୍ରୀଙ୍କ ସହ ଯୋଡି ହୋଇଥିବା କିଛି ସୁଚନା ଦେବୁ ,

କହିଦେବୁ କି ଭାଗ୍ୟଶ୍ରୀ ଏବେ ୪୯ ବର୍ଷୀୟ ମହିଳା ହୋଇସାରିଲେଣି , ଓ ସେ ଏବେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ନିଜର ଫିଟନେସ୍ ରୁ ବଡ ବଡ ମଡେଲ୍ ଓ ଅଭିନେତ୍ରୀଙ୍କୁ ଟକ୍କର୍ ଦେଉଛନ୍ତି , ଭାଗ୍ୟଶ୍ରୀ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି , ଓ ଆସିବା ଦିନରୁ ତାଙ୍କର ଫଟୋ ସବୁ ସେୟାର୍ କରୁଛନ୍ତି ।

ବଲିଉଡ୍ ରୁ ଦୂରେଇ ଯିବାପରେ ଭାଗ୍ୟଶ୍ରୀ ଏକ ରୟାଲ୍ ଲାଇଫ୍ ବଞ୍ଚୁଛନ୍ତି , ୧୯୯୦ ରେ ଭାଗ୍ୟଶ୍ରୀ କାରୋବାରୀ ହିମାଳୟ ଦାସାନୀଙ୍କ ସହ ବିବାହ କରିନେଲେ , ଆଜି ଭାଗ୍ୟଶ୍ରୀ ୨ ଟି ଛୁଆଙ୍କ ମା ହୋଇଛନ୍ତି , ତାଙ୍କର ଜଣେ ୨୩ ବର୍ଷୀୟ ପୁଅ ଅଛି , ଯାହାର ନାଁ ଅଭିମନ୍ୟୁ ଅଟେ, ଓ ୨୧ ବର୍ଷୀୟ ଝିଅ ଅଛି , ଯାହାଙ୍କ ନାଁ ଅବନ୍ତିକା ଅଟେ ।

Leave a Reply

Your email address will not be published. Required fields are marked *