September 19, 2024

Odia Express

Leading Odia News Portal of Odisha

ଭଉଣୀ ଅର୍ପିତ ଜଣେ ପୁଅ କୁ ଜନ୍ମ ଦେଲେ ତ ସଲମାନ ଖାନ ଙ୍କ ହୃଦୟ ତରଳି ଉଠିଲା – କହିଲେ “ଏବେ ମୋତେ ବାପା ହେବା ପାଇଁ…

ସଲମାନ ଖାନ ବାପା ମା ଙ୍କ ଛଡା ଯଦି ଆଉ କାହାକୁ ସବୁଠୁ ଅଧିକ ଭଲ ପାନ୍ତି ସେ ହେଉଛନ୍ତି ତାଙ୍କ ଭଉଣୀ ଅର୍ପିତ | କାଲି ଡିସେମ୍ବର ୨୭ ରେ ସଲମାନ ଙ୍କ ଭଉଣୀ ମା ହେଇଛନ୍ତି | ସବୁଠୁ ଆଶ୍ଚର୍ଯ୍ୟ କଥା ଯେ କାଲି ସଲମାନ ଙ୍କ ଜନ୍ମ ଦିନ ମଧ୍ୟ ଥିଲା | ଏପରି ତାଙ୍କ ଜନ୍ମ ଦିନରେ ତାଙ୍କ ଭଣଜା ଜନ୍ମ ହେଇଛନ୍ତି | ତେବେ ଆପଣାକୁ କହିରଖିବୁ ଯେ ଏହା କୌଣସି ସଂଯୋଗ ନୁହଁ | ତାଙ୍କ ଭଉଣୀ ଓ ଭିଣେଇ ନିଜ ପୁଅ କୁ ଜନ୍ମ ଦେବା ପାଇଁ ଏହା ପୂର୍ବରୁ ପ୍ଲାନିଂ କରିଥିଲେ |ସେ ଏହି ପ୍ଲାନ କରିଥିଲେ ଯେ ତାଙ୍କ ପିଲା ଯେପରି ସଲମାନ ଙ୍କ ଜନ୍ମ ଦିନରେ ଜନ୍ମ ହେଉ

ତେବେ ବର୍ତମାନ ସମୟରେ ସଲମାନ ଖାନ ମାମୁଁ ବନିଯାଇଛନ୍ତି | କହିରଖିବୁ କି ଏହା ପୂର୍ବରୁ ଅର୍ପିତ ଙ୍କ ଏକ ପୁତ୍ର ମଧ୍ୟ ଜନ୍ମ ହେଇଥିଲା |ତାଙ୍କ ପୂର୍ବ ପୁଅ ଙ୍କ ନାମ ଅହିଲ ଅଟେ | ସଲମାନ ଅହିଲ ଙ୍କୁ ନିଜ ଜୀବନ ଠୁ ଅଧିକ ଭଲ ପାନ୍ତି | ତେବେ ତାଙ୍କର ବର୍ତମାନ ଜଣେ ନୂଆ ଭଣଜା ଜନ୍ମ ନେଇଛନ୍ତି | ତାଙ୍କୁ ବହୁତ ପ୍ରେମ ମିଳିବ ଏକଥା ନିଶ୍ଚୟ | ଅର୍ପିତା ଙ୍କ ମା ହେବା ପରେ ସୋସିଆଲ ମିଡ଼ିଆ ରେ ତାଙ୍କୁ ଲୋକ ଅନେକ ଶୁଭକାମନା ଦେଇଛନ୍ତି | ତେବେ ସଲମାନ ମାମୁ ହେବା ପରେ କିପରି ଲାଗୁଚି ବୋଲି ତାଙ୍କ ମନ କଥା ସମସ୍ତେ ଜାଣିବା ପାଇଁ ଚେଷ୍ଟା କରୁଥିଲେ | ତେବେ ସଲମାନ ଏଭଳି କଥା କହିଛନ୍ତି ଯେ..

ତେବେ ମୁମ୍ବାଇ ର ଗୋଟିଏ Studio ରେ ସଲମାନ ନିଜର ଜନ୍ମ ଦିନ ପାଳନ କରିଥିଲେ | ଏହି ସମୟରେ ମିଡ଼ିଆ ତାଙ୍କୁ କିଛି ପ୍ରଶ୍ନ କରିଥିଲେ | ସଲମାନ ଏହି ଅବସର ତାଙ୍କ ଫିଲ୍ମ ସହ ଅନ୍ୟ ଫିଲ୍ମ ବିଷୟରେ ଆଲୋଚନା କରିଥିଲେ | ତେବେ ଯେବେ ସେ ମାମୁଁ ହେବାର କଥା ର ପତିକ୍ରିୟା ଦେଲେ ତେବେ ସମସ୍ତେ ଚକିତ ହେଇଗଲେ |ଯେବେ ସଲମାନ ଙ୍କୁ ଦ୍ୱିତୀୟ ଥର ମାମୁ ହେବାର କିପରି ଲାଗୁଚି ପଚାରିଲେ ତେବେ ଉତ୍ତର ଶୁଣି ସମସ୍ତେ ଚକିତ ହେଇଗଲେ | ସଲମାନ କହିଲେ “ଏବେ ହେଇଗଲି ମାମୁ ,ଦାଦା ହେଇଗଲି ,ଏବେ କେବଳ ବାପା ହେବା ବାକି ଅଛି ” ସଲମାନ ଙ୍କ ଏହି ଜବାବ ଶୁଣି ସମସ୍ତେ ହସିବାକୁ ଲାଗିଲେ | ସଲମାନ ନ କହିବାର ଅର୍ଥ ଥିଲା କି ଭାଇ ଙ୍କ ପିଲା ର ସେ ଦାଦା ହେଇଗଲେ ଓ ଭଉଣୀ ପୁଅ ର ସେ ମାମୁ ହେଇଗଲେ ଏବେ କେବଳ ବାପା ହେବା ପାଇଁ ବାକି ଅଛି |

ଅର୍ପିତା ଙ୍କ ପୁଅ ର ନାମ କଣ ରଖାଯିବ ସେ ବିଷୟରେ ସଲମାନ କହିଛନ୍ତି ତାଙ୍କ ପାଖରେ ଦୁଇଟି ନାମ ଅଛି | ସେ କହଲେ ସିଫାର ଓ ଆୟତ୍ତ ତାଙ୍କ ନାମ ରଖାଯିବ |ଅର୍ପିତା ଆୟତ ନାମ କୁ ବାଛିଛନ୍ତି |ତେବେ କହିବାକୁ ଗଲେ ସଲମାନ ଙ୍କ ଫିଲ୍ମ ବର୍ତମାନ ହଲ ରେ ପଡିଛି | ଅବଶ୍ୟ ଏହା ସେତେଵ ଭଲ ବ୍ୟବସାୟ କରି ପାରିନି | ତେବେ ବର୍ତମାନ ତାଙ୍କୁ ଖୁସି ଖବର ମାମୁ ହେଇକି ମିଳିଛି

Leave a Reply

Your email address will not be published. Required fields are marked *