September 19, 2024

Odia Express

Leading Odia News Portal of Odisha

ଛାତିରେ ଜ୍ୱଳନ ପୁରା ଭାବେ ଶାନ୍ତ କରିଦେବ ଏହି ୫ ଟି ଘରୋଇ ଉପଚାର , ଥରେ ନିଶ୍ଚିତ ଭାବେ କରିକି ଦେଖନ୍ତୁ…

ଛାତିରେ ଯେବେ ଜଳାପୋଡା ହୋଇଥାଏ ତେବେ ଯେଉଁ ଲୋକ ମାନଙ୍କୁ ହୁଏ ସେମାନେ କେବେ ନା କେବେ ଅନୁଭବ କରିଥିବେ କି ତାହା କିପରି ହୋଇଥାଏ , ଆମକୁ କେଉଁ କାମରେ ମନ ଲାଗେ ନାହିଁ , ଆମେ ଏହାଠାରୁ ମୁକ୍ତିପାଇବାକୁ ଚାହୁଁ , ବହୁତ ଲୋକ ଅଛନ୍ତି ଏହାକୁ ହାଲକାରେ ନିଅନ୍ତି , ଓ ବହୁତ ଦିନ ଯାଏଁ ଚିକିତ୍ସା କରାନ୍ତି ନାହିଁ , କିନ୍ତୁ ଆମେ ଆପଣଙ୍କୁ ଜଣେଇଦେବୁ କି ଛାତିରେ ଜ୍ୱଳନକୁ ଅଣଦେଖା କରନ୍ତୁ ନାହିଁ , ଯଦି ଆପଣଙ୍କ ଛାତି ଜଳାପୋଡା ହେଉଛି ଚିକିତ୍ସା ନ କରଇଲେ ଏହା ଆଗକୁ ଯାଇକରି ଗ୍ୟାଷ୍ଟ୍ରୋଇସୋଫେଗଲ୍ ରିଫ୍ଲକ୍ସ ଡିଜିଜ୍ ଜିଇଆର୍ ଡି ରୁପ ନେଇପାରେ , ଏହି ରୋଗ ହେଲେ ଖାଇବାରେ ଅସୁବିଧା ହୋଇଥାଏ , ତାହା ସହ ଯେବେ ବି ଶୋଇଥାଏ ତେବେ ଗଳା କିମ୍ବା ମୁହଁରେ ଜଲନ ସହ ତରଳ ପଦାର୍ଥ ଆସିଥାଏ , ଏଥିପାଇଁ ତୁରନ୍ତ ଚିକିତ୍ସା କରାଇଦିଅନ୍ତୁ । ଏଥିପାଇଁ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ,

ଯଦି ଡାକ୍ତରଙ୍କ ପାଖକୁ ଯିବାରେ ଟିକିଏ ସମୟ ଲାଗୁଛି ତେବେ ଏମିତିରେ ଘରୋଇ ଉପାୟ କରିବା ଉଚିତ୍ , ଆଜି ଆମେ ଆପଣଙ୍କୁ ସେହି ଘରୋଇ ଉପଚାରର କିଛି ଟା ଜଣାଇବୁ । ଛାତିରେ ଜଳାପୋଡା ହେବାକାରଣ ଏସିଡିଟି ଯୋଗୁଁ ହୋଇଥାଏ,  ଏହା ଛଡା ସଠିକ୍ ସମୟରେ ଖାଦ୍ୟ ନ ଖାଇଲେ ଏହା ଛାତିରେ ଜଳାପୋଡାର କାରଣ ହୁଏ , ରାତିରେ ଶୋଇବା ସମୟରେ ୩ ଘଣ୍ଟା ପୁର୍ବରୁ ଖାଦ୍ୟ ଖାଇବା ଉଚିତ୍ , ଯଦି ଆପଣଙ୍କୁ ଖାଇବା ପରେ ତୁରନ୍ତ ଶୋଇପଡୁଛନ୍ତି , ତେବେ ଆଗକୁ ଯାଇ ତାହା ଛାତି ଜଳା ପୋଡା ହେବାର କାରଣ ହୋଇପାରେ , ତାହା ସହ ମୋଟାପା ହେବା , ମସଲାଦାର୍ ଖାଦ୍ୟ ସେବନ କରିବା ଛାତିରେ ଜଳାପୋଡା ହେବାର ମୁଖ୍ୟ କାରଣ ହୋଇଥାଏ , ଖଟା ଫଳ ଖାଇବା , ଅଧିକା ଚିନ୍ତା କରିବା , ଓ ମେଡିସିନ୍ ର ସେବନ କରିଲେ ଛାତିରେ ଜଳାପୋଡା ହୁଏ ,

ସେଓ ର ସିରକା : ଅଧା ଗିଲାସ ପାଣିରେ ୧ ଚାମଚ ସେଓର ସିରକା ଓ ୧ ଚାମଚ ମହୁ ମିଶାଇ ପିଇଦିଅନ୍ତୁ , ଏହା ଦ୍ୱାରା ଛାତିର ଜଳାପୋଡା କମ୍ ହୋଇଯିବ ।

କ୍ଷିର : ସବୁଦିନ ରାତିରେ ଶୋଇବା ପୂର୍ବରୁ ଏକ ଗିଲାସ ବିନା ମିଠାବାଲା କ୍ଷୀର ପିଅନ୍ତୁ , ଏହା ଦ୍ୱାରା ଆଶ୍ୱସ୍ତି ଲାଗିବ  ।

ସୋରିଷ : ଗୋଟେ ଗ୍ଲାସ୍ ଲସିରେ ଏକ ଚୁଟକି ସୋରିଷ ପାଉଡର୍ ମିଶାଇପିଇଲେ ଛାତିର ଜଳାପୋଡାରୁ ମୁକ୍ତି ମିଳିଥାଏ ,

ଏଲୋବେରା ଜୁସ୍ : ଯେବେ ବି ଖାଦ୍ୟ ଖାଇବେ ତେବେ ଅଧା ଘଣ୍ଟା ପୂର୍ବରୁ ଆଲୋବେରା ଜୁସ୍ ର ସେବନ୍ କରନ୍ତ୍ ।

ସେଓ : ସବୁଦିନ ସେଓ ଖାଇଲେ ଛାତିର ଜଳାପୋଡା କମ୍ ହୋଇଥାଏ । ଓ ଆଶ୍ୱସ୍ତି ଲାଗେ  ।

Leave a Reply

Your email address will not be published. Required fields are marked *