ବର୍ତମାନ ର ବଡ ଖବର – ଟ୍ରାଫିକ ନିୟମ ଆଉ ୩ ମାସ କୋହଳ ହେଲା – ଡିସେମ୍ବର ୧ ରୁ ଆଉ ୩ମାସ ହେଲା କୋହଳ – କିନ୍ତୁ ଏହି ଲୋକଙ୍କୁ ଲାଗିବ ଫାଇନ…
ବର୍ତମାନ ସାରା ଓଡ଼ିଶାରେ ନୂଆ ଟ୍ରାଫିକ ନିୟମ କୁ ନେଇ ଖୁବ ଡର ଲାଗିରହିଥିଲା | ବର୍ତମାନ ଏହି ନିୟମ କୁ ସମସ୍ତେ ପ୍ରାୟ ଡ଼ରିକି ଥିଲେ | ଏହି ନିୟମ ପାଇଁ ସରକାର ପୂର୍ବରୁ ୩ ମାସର ସମୟ ସୀମା ଦେଇଥିଲେ | ତେବେ ଵେଶୀ ସମୟ ସୀମା କୁ ବଢେଇବା ପାଇଁ ସରକାରଙ୍କୁ ସାଧାରଣ ଜନତା ଓ ନେତା ମାନେ ମଧ୍ୟ ବାରମ୍ବାର ଦାବି କରିଆସୁଥିଲେ |ତେବେ ଏହାକୁ ନେଇ ବର୍ତମାନ ଏକ ଖୁସି ଖବର ଆସିଛି |ବର୍ତମାନ ରାଜ୍ୟସରକାର ଏହି ଦାବି କୁ ମାନିଛନ୍ତି ଓ ଆଗାମୀ ୩ ମାସ ପର୍ଯ୍ୟନ୍ତ ଏହି ଟ୍ରାଫିକ ନିୟମ କୁ କୋହଳ କରିବା ପାଇଁ ଆଜି ସୂଚନା ଦେଇଛନ୍ତି |
ତେବେ ବହୁତ ଲୋକ ଆବେଦନ କରିବା ସହ ଲାଇସେନ୍ସ ଓ ପ୍ରଦୂଷଣ ସାର୍ଟିଫିକଟେ ପାଇନଥିବା ନେଇ ଅନେକ ଅସୁବିଧା ଉପୁଜୁଥିଲା ଏହାର ମୁଖ୍ୟ କାରଣ ହେଉଛି ରାଜ୍ୟରେ କାମ RTO ଅଫିସ ଥିବାରୁ ଏହି ଅସୁବିଧା ଉପୁଜୁଥିବା ଅଭିଯୋଗ ହେଇଥିଲା |ତେବେ ଏସବୁ କୁ ଆଖି ଆଗରେ ରଖି ସରକାର ପୂର୍ବରୁ ୩ ମାସ କୋହଳ କରିଥିବା ବେଳେ ବର୍ତମାନ ଆଉ ୩ ମାସ ଏହି ଟ୍ରାଫିକ ନିୟମ କୁ କୋହଳ କର ଯାଇଛି |
ତେବେ ଏଠାରେ କହିରଖୁ ଏହା ହେବ ସତ୍ୱେ ମଧ୍ୟ କିଛି ଲୋକଙ୍କୁ ଫାଇନ ବ୍ୟବସ୍ତା ଲାଗୁହେବ | ତେବେ ଯେଉଁମାନେ ମଦ ପିଏଇକି ଗାଡି ଚଲେଇବା | ହେଲମେଟ ନ ପିନ୍ଧି ଗାଡି ଚଲେଇବା ଓ ଯେଉଁମାନେ ଟ୍ରାଫିକ ନିଆୟମ କୁ ଭାଙ୍ଗିବେ ସେମାନଙ୍କ କ୍ଷେତ୍ର ରେ ଏହି ନିୟମ କଡା କଡା ଲାଗୁହେବ ଓ ନିୟମ ଅନୁସାରେ ଧାର୍ଯ୍ୟ କରାଯାଇଥିବା ଫାଇନ ଆଦାୟ କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି |ତେବେ ଆଜି ମଧ୍ୟ ଅନେକ RTO ଅଫୁସ ରେ ପ୍ରବଳ ଗହଳି ଦେଖିବା ପାଇଁ ମିଳିଥିଲା ,ଏହାର ମୁଖ୍ୟ କାରଣ ଡିସେମ୍ବର ୧ ରୁ କଡା ଫାଇନ ଆଦାୟ ପାଇଁ ନିଷ୍ପତି ନିଆଯାଇଥିଲା |
ତେବେ ଏହି ନୂଆ କୋହଳ ପାଇଁ ବର୍ତମାନ ସାରା ଓଡ଼ିଶାର ଲୋକ ଖୁବ ଖୁସି ହେଇଛନ୍ତି କାରଣ ସେମାନେ ନିଜର ତ୍ରୁଟି ସୁଧାରିବା ପାଇଁ ସେମାନଂକୁ ଆଉ ୩ ମାସ ସମୟ ମିଳିଛି | ତେବେ ଏଥିରେ ଆପଣଙ୍କ ମତାମତ କଣ ଓ ଏହି ଖବର ସମସ୍ତଙ୍କ ପାଖେ ପହଞ୍ଚେଇବା ପାଇଁ ନିଶ୍ଚୟ ସେୟାର କରିବେ