September 19, 2024

Odia Express

Leading Odia News Portal of Odisha

ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଆଜି ଏପରି ହୋଇଯାଇଛି ହାଲତ , ଯାହାକୁ ଦେଖିକରି ଆପଣ ବି ହୋଇଯିବେ ଚକିତ – କହିଲେ ଏଭଳି ହେବାର କାରଣ..

ସବୁବେଳେ ସତ୍ୟ ଘଟଣାକୁ ନେଇ ଧାରାବାହିକ ବନାଉଥିବା ରାମାନନ୍ଦ ସାଗରଙ୍କୁ ସମସ୍ତେ ଜାଣିଛନ୍ତି , ତାଙ୍କର ସବୁଠାରୁ ଅଧିକା ଲୋକପ୍ରିୟତା ପାଇଥିବା ଧାରାବାହିକରୁ ରାମାୟଣ ଅନ୍ୟତମ , ରାମାନନ୍ଦ ସାଗର ଏହି ଧାରାବାହିକ ଜରିଆରେ ରାମ ଓ ସୀତା ଙ୍କର ଯୋଡୀ ସବୁଦିନ ପାଈଁ ଅମର କରିଦେଲେ , ରାମାୟଣର ପାତ୍ର ନିଜ ଅଭିନୟ ଦ୍ୱାରା ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇଥିଲେ,  ଓ ସବୁ ଘରେ ଲୋକେ ତାଙ୍କର ଅଭିନୟରେ ଏତେ ବିମୋହିତ ହୋଇଗଲେ କି ସେମାନେ ତାଙ୍କୁ ପୁଜା କରିବାକୁ ଲାଗିଲେ , କେହି କେହି ସତରେ ତାଙ୍କୁ ରାମ ଓ ଲକ୍ଷ୍ମଣ ବୋଲି ଭାବିବାକୁ ଲାଗିଲେ , ଆଜି ଆମେ ରାମାୟଣରେ ଅଭିନୟ କରିଥିବା ଲକ୍ଷ୍ମଣଙ୍କ ବିଷୟରେ କିଛି କହିବାକୁ ଯାଊଛୁ , ଯାହାଙ୍କୁ ଦେଖିଲେ ବୋଧେ ଆଉ ଆପଣ ଚିହ୍ନିପାରିବେ ନାହିଁ ।

ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଧେଶିତ ରାମାୟଣ ଭାରତରେ ସବୁଠାରୁ ଅଧିକା ଚର୍ଚ୍ଚିତ ସିରିଆଲ୍ ହୋଇଥିଲା,  ଏଥିରେ କାମ କରୁଥିବା ସବୁ କଳାକାର ନିଜ ନିଜ ରୋଲ୍ ରେ ଜୀବନ୍ତ କରାଇଥିଲେ,  ରାମାୟଣରେ ରାମଙ୍କ ଅଭିନୟ କରିଥିଲେ , ମାନବ ଗୋବିଲ୍ ଓ ଲକ୍ଷ୍ମଣଙ୍କ ଅଭିନୟ କରିଥିଲେ ସୁନିଲ୍ ଲହରି , ଏହି ଲକ୍ଷ୍ମଣଙ୍କ ରୋଲ୍ ଲୋକଙ୍କ ମନରେ ଛାପ ଛାଡିଦେଇଥିଲା , ରାମାୟଣର ସବୁ ଅଭିନୟ କରୁଥିବା କଳାକାରଙ୍କୁ ଲୋକେ ପ୍ରକୃତ ରାମାୟଣର ପାତ୍ର ହିସାବରେ ପୁଜା କରୁଥିଲେ,  ଆଜି ବି ବହୁତ ଲୋକ ରାମାନନ୍ଦ ସାଗରଙ୍କ ଏହି ରାମାୟଣ ଧାରାବାହିକ ମନରେ ଛାପି ହୋଇରହିଛି ।

ରାମାୟଣ ଧାରାବାହିକରେ ଅଭିନୟ କରୁଥିବା ଲକ୍ଷ୍ମଣଙ୍କ ଭୁମିକାରେ ପ୍ରସିଦ୍ଧ ଅଭିନେତା ସୁନିଲ୍ ଲହରି ବହୁତ ଦିନ ହେଲା ଛୋଟ ପରଦାରୁ ଦୂରେଇ ଗଲେ , ଏବେ ଏପରି ପରିସ୍ଥିତି ହୋଇଛି କି ଏବେ ତାଙ୍କୁ କିଏ ବାଟରେ ଦେଖିଲେ ବି ତାଙ୍କୁ କେହି ସହଜରେ ଚିହ୍ନିପାରିବା ଅସମ୍ଭବ । ସେମିତି ସୁନିଲ୍ ଲହରି ବହୁତ କମ୍ ଧାରାବାହିକରେ ନଜର ଆସିଛନ୍ତି , ରାମାୟଣ ପରେ ସେ ବହୁତ ଅଳ୍ପ ଧାରାବାହିକରେ ନଜର ଆସିଛନ୍ତି । ଏହି କାରଣରୁ ତାଙ୍କୁ ବେଶୀ ଲୋକ ଆଉ ଚିହ୍ନିପାରିଲେ ନାହିଁ , ଆଜି ଯେଉଁ ମାନେ ତାଙ୍କୁ ମନେ ରଖିଛନ୍ତି ଯଦି ଦେଖା ହୁଅନ୍ତି ତେବେ ତାଙ୍କୁ ଲକ୍ଷ୍ମଣ ନାଁରେ ସମ୍ଭୋଧନ କରନ୍ତି । ଏବେ ସେ ଏହି ଧାରାବାହିକ ଦୁନିଆଁରୁ ଦୁରେଇଯାଇ ନିଜ ପରିବାର ସହ ଖୁସିରେ ଅଛନ୍ତି , ଓ ନିଜ ଫ୍ୟାମିଲି ବିଜନେସ୍ ସମ୍ଭାଳୁଛନ୍ତି ।

Leave a Reply

Your email address will not be published. Required fields are marked *