September 19, 2024

Odia Express

Leading Odia News Portal of Odisha

ରାନୁ ମଣ୍ତଳଙ୍କ୍ ମେକ୍ ଅପ୍ ବାଲା ଫଟୋଗୁଡିକ ଉପରେ ସତ୍ୟତା କହିଲେ ତାଙ୍କ ମେକ୍ ଅପ୍ ଆର୍ଟିଷ୍ଟ – କହିଲେ ଏଭଳି କଥା ଯେ ଆପଣ ମଧ୍ୟ ଚମକି ପଡିବେ – କହିଲେ ରାନୁ ମଣ୍ଡଳ ବହୁତ…

ରାନୁ ମଣ୍ତଳ କିଛି ସମୟ ପୂର୍ବରୁ ସୋସିଆଲ୍ ମିଡିଆରେ ନିଜ ଗୀତ କାରଣରୁ ଭାଇରାଲ୍ ହୋଇଥିଲେ , ରାନୁ ଲତା ମଙ୍ଗେସଙ୍କରଙ୍କ ଏକ ଗୀତ “ଏକ ପ୍ୟାର୍ କା ନଗମା ହୈ” ଗାଇକରି ଫେମସ୍ ହୋଇଥିଲେ,  ସୋସିଆଲ୍ ମିଡିଆ କାରଣରୁ ତାଙ୍କର ଗୀତ ରାତାରାତି ଫେମସ୍ ହୋଇଗଲେ , ସୋସିଆଲ୍ ମିଡିଆର କାରଣରୁ ତାଙ୍କର ଗୀତ ରାତାରାତି ଭାଇରାଲ୍ ହୋଇଯାଇଥିଲା । ସେ ଏବେ ଇଣ୍ଟରନେଟ୍ ସେନସେସନ୍ ହୋଇଗଲେ । ଫେମସ୍ ହେଲା ପରେ ବହୁତ ରିୟାଲିଟି ଶୋରେ ତାଙ୍କୁ ଡକାହୋଇଥିଲା । ଓ ତାଙ୍କୁ ଏକ ଶୋ ହିମେଶ୍ ରେଶମିଆ ଜର୍ଜ କରୁଥିଲେ । ଯେବେ ସେ ରାନୁଙ୍କ ଗୀତ ଶୁଣିଲେ ତେବେ ସେ କଥା ଦେଇଥିଲେ କି ସେ ତାଙ୍କ ସହ ଏକ ଗୀତ ରେକର୍ଡ କରିବେ ।

ଏମିତିରେ ହିମେଶଙ୍କ ଏକ ଭିଡିଓ ବହୁତ ଭାଇରାଲ୍ ହୋଇଥିଲା  ଯେଉଁଥିରେ ସେ ରାନୁଙ୍କ ସହ ଗୋଟିଏ ଗୀତ ରେକର୍ଡ କରିଥିଲେ , ଏବେ ରାନୁଙ୍କ ଗୀତ ତେରି ମେରି କାହାଣୀ ରିଲିଜ୍ ହୋଇଥିଲା , ଯେଉଁଥିରେ ଲୋକଙ୍କର ବହୁତ ଭଲ ପାଇବା ମିଳିଲା , ହିମେଶ ନିଜର ଅପକମିଙ୍ଗ୍ ଫିଲ୍ମ ହ୍ୟାପି ଓ ହିର ରେ ବି ରାନୁଙ୍କ ସହ ୪ ଟି ଗୀତ ରେକର୍ଡ କରୁଛନ୍ତି ।  କିନ୍ତୁ କହନ୍ତି ନା ସଫଳତାକୁ ସମ୍ଭାଳିକରି ରଖିବା ଦରକାର , ନହେଲେ କେବେ କେତେବେଳେ ହାତରୁ ଖସିଯିବ ତାହା କହିଦେବ ନାହିଁ , ରାନୁ ମଣ୍ତଳ ତ ଷ୍ଟାର୍ ହୋଇଗଲେ କିନ୍ତୁ ଏହି ସଫଳତା କୁ ସମ୍ଭାଳିବାରେ ତାଙ୍କୁ ଅସୁବିଧା ହୋଇଗଲା , ସେ ବହୁତଥର ମିଡିଆଙ୍କ ସହ ଦୁବ୍ୟବହାର କରୁଥିବାର ନଜର ଆସିଛନ୍ତି । ରାନୁ ମଣ୍ତଳ ଙ୍କ ଦୁଇଟି ଭିଡିଓ ଭାଈରାଲ୍ ହୋଇଥିଲା , ତାଙ୍କର ଏପରି ବ୍ୟବହାର ଦେଖି ଫ୍ୟାନ୍ସ ବହୁତ ନାରାଜ୍ ହୋଇସାରିଲେଣି । ଓ ତାଙ୍କୁ ବହୁତ ଟ୍ରୋଲିଙ୍ଗ୍ ହୋଇଥିଲା , ଭାଈରାଲ୍ ହୋଇଥିବା ପ୍ରଥମ ଭିଡିଓ ଯେଉଁଠି ମିଡିଆ ପ୍ରଶ୍ନକୁ ଅଣଦେଖା କରୁଥିବାର ନଜର ଆସିଥିଲେ ତେବେ ଅନ୍ୟ ଏକ ଭିଡିଓରେ ସେ ଫ୍ୟାନ୍ସଙ୍କ ସହ ଦୁବ୍ୟବହାର କରିଥିଲେ , ତାଙ୍କ ଫ୍ୟାନ୍ସ ତାଙ୍କୁ ସେଲ୍ଫି ନେବାର ଚେଷ୍ଟା କରୁଥିଲେ ।

ଏବେ ଆଉଥରେ ରାନୁ ମଣ୍ତଳ ନିଜ ମେକଅପ୍ କାରଣରୁ ଚର୍ଚ୍ଚିତ ହୋଇଥିଲେ , ସୋସିଆଲ୍ ମିଡିଆରେ ରାନୁଙ୍କ କିଛି ଫଟୋ ଭାଇରାଲ୍  ହୋଇଥିଲେ , ଯେଉଁଥିରେ ସେ ହେବି ମେକଅପ୍ କରିଥିଲେ , ଆପଣଙ୍କୁ କହିଦେବୁ କି ଏହି ଫଟୋ ଏକ ଇଭେଣ୍ଟର ଥିଲା , ଏହି ଫଟୋକୁ ଦେଖିବାପରେ ତାଙ୍କୁ ଲୋକ ପୁରା ବହୁତ ଟ୍ରୋଲ୍ କରିଥିଲେ,  ଲୋକେ ସେହି ମେକଅପ୍ ଆର୍ଟିଷ୍ଟଙ୍କୁ ବି ଟ୍ରୋଲ୍ କରିଥିଲେ ଯିଏ ତାଙ୍କ ଏହି ମେକଅପ୍ କରିଥିଲେ ।

ଏବେ କିନ୍ତୁ ମେକଅପ୍ ଆର୍ଟିଷ୍ଟ ସଂନ୍ଧ୍ୟା ନିଜର ସୋସିଆଲ୍ ମିଡିଆର ଏକାଉଣ୍ଟରେ ରାନୁଙ୍କ ମେକଅପ୍ ଭିଡିଓ ସେୟାର୍ କରି ସବୁ କିଛି ସଫା କରିଦେଲେ  ଏହି ଭିଡିଓର ଜରିଆରେ ସଂନ୍ଧ୍ୟା କହିଲେ କି ସୋସିଆଲ୍ ମିଡିଆରେ ଯେଉଁ ଫଟୋ ଭାଈରାଲ୍ ହୋଇଥିଲ , ତାହା ପୁରା ମିଛ ଥିଲା , ସେ କହିଲେ କି ରାନୁଙ୍କ ମେକ୍ ଅପ୍ ବହୁତ୍ ପରିଶ୍ରମ କରାଯାଈଥିଲା,  କିନ୍ତୁ ଏହି ଫେକ୍ ଫଟୋ ସବୁ କିଛି ବିଗାଡି ଦେଇଥିଲା ।

ସଂନ୍ଧ୍ୟା ଗୋଟେ ମିନିଟ୍ ର ଏହି ଭିଡିଓ ସେୟାର୍ କରିଛନ୍ତି , ଯେଉଁଥିରେ ସେ ନିଜ ସେଲୁନ୍ ରେ ରାନୁଙ୍କୁ ସ୍ୱାଗତ କରୁଥିବାର ନଜର ଆସିଛି , ଓ ପରେ ମେକ୍ ଅପ୍ କରୁଛନ୍ତି , ଏହି ଭିଡିଓ ସେୟାର୍ କରି ସେ ଲେଖିଥିଲେ କି ଆପଣ ଦୁହେଁ ଫଟୋକୁ ଦେଖିପାରିବେ , ଏହି ଫଟୋରେ ଆମେ ଯେଉଁଠି ବହୁତ ପରିଶ୍ରମ କରିଛୁ , ଆଉ ଏକ ଫଟୋକୁ ଏଡିଟ୍ କରାଯାଈଛି , ସେହି ଉପରେ ସବୁ ଜୋକ୍ସ ଓ ଟ୍ରୋଲ୍ ଠିକ୍ ଅଛି , ଆମକୁ ବି ହସ୍ ଆସିଲା , କିନ୍ତୁ ଅନ୍ୟଙ୍କୁ ଆଘାତ ଦେଇ ହସିବା ଭୁଲ୍ ଅଟେ ।

Leave a Reply

Your email address will not be published. Required fields are marked *