September 20, 2024

Odia Express

Leading Odia News Portal of Odisha

ମାତ୍ର ସାତ ଦିନରେ ଅମ୍ବାନୀଙ୍କ ଠାରୁ ଅଧିକା ଧନୀ ହୋଇଗଲେ ଏହି ଝିଅ , ଜାଣନ୍ତୁ କିପରି ହେଲା ଏପରି ଚମତ୍କାର…

ଯେବେ ଦୁନିଆଁରେ ଧନୀ ଲୋକଙ୍କର କଥା କୁହାଯାଏ ତେବେ ମୁକେଶ ଅମ୍ୱାନୀଙ୍କ କଥା ପ୍ରଥମେ ଆସେ , କିଛି ଦିନ ପୂର୍ବରୁ ଜାରି ହୋଇଥିବା ଏସିଆର ଟପ୍ ଧନୀ ବ୍ୟକ୍ତିଙ୍କ ସୁଚି ରେ ଅମ୍ବାନୀଙ୍କ ନାଁ ଆସିସାରିଛି , ଅମ୍ବାନୀ ଯେଉଁ ଗତିରେ ନିଜର ବିଜନେସ୍ ଓ ପ୍ରୋପଟି ବଡ କରୁଛନ୍ତି ତାହାକୁ ଦେଖି ଲାଗୁଛି କି ଧନୀକ ମାମଲାରେ ତାଙ୍କୁ କେହି କାଟି ପାରିବେ ନାହିଁ , କିନ୍ତୁ ଏବେ କିଛି ଦିନ ହେବ ଏହି କାରନାମା ଚିନ୍ ରେ ରହୁଥିବା ଏକ ମହିଳା ମାତ୍ର ସାତ ଦିନରେ କରିଛନ୍ତି , ଆସନ୍ତୁ ତାଙ୍କ ବିଷୟରେ ବିସ୍ତାରରେ କହିବୁ ।ଚିନ୍ ରେ ରହୁଥିବା ୟାଙ୍ଗ ହୁଇୟାନ୍ ଏକ ବିଜନେସ୍ ମହିଳା ଅଟନ୍ତି , ତାଙ୍କ ପାଖରେ ଏବେ ପର୍ଯ୍ୟନ୍ତ ଚିନ୍ ର ଧନୀ ମହିଳା ହେବାର ଉପାଧି ଅଛି , କିନ୍ତୁ ଗତ ସାତ ଦିନରେ ସେ ୬,୧ ଆରବ ଡଲାର୍ କମାଇକରି ଅମ୍ବାନୀଙ୍କୁ ପଛରେ ପକାଇଦେଇଛନ୍ତି , ଏବେ ଏସିଆର ଲୋକଙ୍କ ସୁଚିରେ ୟାଙ୍ଗ ହୁଇୟାନ୍ ମୁକେଶ ଅମ୍ବାନୀଙ୍କ ଉପରେ ଆସିସାରିଛନ୍ତି , ଆପଣଙ୍କୁ କହିଦେବୁ କି ବର୍ତ୍ତମାନ ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତି ଆମାଜନ୍ ଡଟ୍ କମ୍ ର ଜେଫ୍ ବେଜୋସ୍ ଅଛନ୍ତି , ଚିନ୍ ର ମହିଳା ୟାଙ୍ଗ ହୁଇ ୟାନ୍ ସଂମ୍ପତ୍ତି ମାମଲାରେ ଖାଲି ଟିକିଏ ପଛରେ ଅଛନ୍ତି ।

ଏବେ ଆପଣ ଭାବୁଥିବେ କି ଏହି ମହିଳା ଏପରି କଣ କାମ କରନ୍ତି କି ଅମ୍ବାନୀଙ୍କ ଠାରୁ ଏତେ ଅଧିକା ପଇସା କମାଇଛନ୍ତି , ସେମିତି କହିଦେବୁ କି ଏହି ମହିଳା କେବଳ ଅମ୍ବାନୀଙ୍କୁ ନୁହେଁ ଦୁନିଆଁର ଦ୍ୱିତୀୟ ଧନୀଶାଳୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କୁ ବି ପଛରେ ପକାଇଦେଉଛନ୍ତି , ୟାଙ୍ଗ ହୁଇୟାଗ ଏକ ରିୟଲ୍ ଷ୍ଟେଟ୍ କମ୍ପାନୀ ଚଲାଉଛନ୍ତି , ସେହି କମ୍ପାନୀ ଏହି ବର୍ଷ ଗୋଟେ ସପ୍ତାହରେ ନିଜର ନେଟ୍ ୱର୍ଥ ୩୯ ହଜାର କୋଟି ଟଙ୍କା ବଢାଇଦେଇଛି , ଯାହାକି ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତି ବେଜୋସ୍ ଙ୍କ ନେଟ୍ ୱର୍ଥ ୪୨ ହଜାରରୁ କିଛି ମାତ୍ରାରେ କମ୍ ଅଛି । ସେମିତି କହିଦେବୁ କି ମୁକେଶ ଅମ୍ବାନୀ ଏହି ବର୍ଷ ନିଜ ସଂମ୍ପତ୍ତି ୨,୪୬୨,୫ କୋଟି ପର୍ଯ୍ୟନ୍ତ ବଢାଇଛନ୍ତି ।

୩୬ ବର୍ଷୀୟ ୟାଙ୍ଗ୍ ହୁଇୟାଗ ମାର୍କେଟିଙ୍ଗ୍ ରେ ବାଚଲର୍ ଡିଗ୍ରୀ କରିଛନ୍ତି , ଚିନ୍ ର ସବୁଠାରୁ ବଡ ରିୟଲ୍ ଇଷ୍ଟେଡ୍ କମ୍ପାନୀ କଣ୍ଟ୍ରି ଗାର୍ଡେନ୍ ହୋଲଡିଙ୍ଗ୍ସ ର ଭାଇସ୍ ଚେୟାର ପର୍ସନ ସେ ଅଟନ୍ତି   । ୟାଙ୍ଗ୍ ଚିନ୍ ଛଡା ଅଷ୍ଟ୍ରେଲିଆରେ ନିଜର ରିୟଲ୍ ଷ୍ଟେଟ୍ କାରୋବାର ବ୍ୟାପିଛନ୍ତି , ମୁକେଶ ଅମ୍ବାନୀ ଙ୍କ ପରି ୟାଙ୍ଗ୍ କିଚ୍ଛି ସମ୍ପତ୍ତି ବାପାଙ୍କ ସଂମ୍ପତ୍ତି ବର୍ଷ ୨୦୦୫ ବଂଶଜ ହିସାବ ରେ ମିଳିଥିଲା । ଆଜି ୟାଙ୍ଗଙ୍କ ଗଣନା ଚିନ୍ ରେ ନୁହେଁ ପୁରା ଏସିଆରେ ସବୁଠାରୁ ଧନୀ ମହିଳା ହିସାବରେ ଜଣାଯାଏ  ।

କହିଦେବୁ କି ୟାଙ୍ଗ୍ କମ୍ପାନୀ ର ଷ୍ଟକସ୍ ରେ ଏହି ବର୍ଷ ୧୦ ଦିନରେ ୨୩ ପ୍ରତିଶତ ବୃଦ୍ଧି ହୋଇଛି , ସେମିତି ମାସ ସାରା ଏହି କମ୍ପାନୀ ସେୟାର୍ ରେ ୫୦ ପ୍ରତିଶତ ବୃଦ୍ଧି ପାଇଛି , ୟାଙ୍ଗ୍ ନିଜର ରିୟଲ୍ ଷ୍ଟେଟ୍ ଛଡା ସ୍କୋଲାର୍ ଏଜୁକେସନ୍ ହୋଲଡିଙ୍ଗ୍ସ ର ବ୍ବି ଚେୟାର୍ ପର୍ସନ୍ ଅଛନ୍ତି , ଏହି କମ୍ପାନୀ ଚିନ୍ ର ଲୋକଙ୍କୁ ଇଣ୍ଟରନ୍ୟାଶାନାଲ୍ ଲେବୁଲ୍ ରେ ଦ୍ୱିତୀୟ ଏଜୁକେସନ୍ ରେ ସିଖାଇବାପାଇଁ ସବୁଠାରୁ ବଡ କମ୍ପାନୀ ଅଟେ ।

ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ତେକ୍ସ ଅନୁସାରେ ମୁକେଶ ଅମ୍ବାନୀ ନେଟ ୱର୍ଥ ୨,୬୦ ଲକ୍ଷ କୋଟି ଅଟେ , ଯାହାକୁ ନେଇ ଦୁନିଆଁର ସବୁଠାରୁ ଧନୀ ଶ୍ରେଣୀଙ୍କ ସୁଚିରେ ୨୦ ତମ ସ୍ଥାନରେ ଅଛନ୍ତି , ସେମିତି ଦୁନିଆଁର ଦ୍ୱିତୀୟ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଙ୍କ ସଂପତ୍ତି ୯,୫୫୫ କୋଟି ଟଙ୍କା ବଢିଛି , କିନ୍ତୁ ୟାଙ୍ଗ ଏହି ସବୁକୁ ପଛରେ ଛାଡି ୬,୩୧ ଲକ୍ଷ କୋଟି ର ନେଟ୍ ୱର୍ଥରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛନ୍ତି ।

 

Leave a Reply

Your email address will not be published. Required fields are marked *