December 25, 2024

Odia Express

Leading Odia News Portal of Odisha

ସବୁଠୁ ବଡ ଖବର – ମ୍ୟାଚ୍ ଫିକ୍ସିଙ୍ଗ୍ ରେ ଏହି ଭାରତୀୟ କ୍ରିକେଟିୟର ଗିରଫ୍ , ଦେଖନ୍ତୁ କିଏ ସେ ବଡ ଖେଳାଳି…

ଭାରତୀୟ କ୍ରିକେଟ୍ ଜଗତରେ ଆଉଥରେ ମ୍ୟାଚ୍ ଫିକ୍ସିଙ୍ଗ୍ ମାମଲା ସାମ୍ନା ଆସିଛି , ଭାରତୀୟ ପ୍ରିମିୟର୍ ଲିଗ୍ ଆଇପିଏଲ୍ ପରି କର୍ଣ୍ଣାଟକ ପ୍ରିମିୟର୍ ଲିଗ୍ (କେପିଏଲ୍) ରେ ମ୍ୟାଚ୍ ଫିକ୍ସିଙ୍ଗ୍ ମାମଲା ସାମ୍ନାକୁ ଆସିଛି , ଯେଉଁଥିରେ ଜଣେ ଗିରଫ ହୋଇଛନ୍ତି , ଏହା ପୂର୍ବରୁ କେପିଏଲ୍ ସହ ଯୋଡି ହୋଇଥିବା କ୍ରିକେଟ୍ ଟିମ୍ କୋଚ୍ ବି ଗିରଫ ହୋଇସାରିଛନ୍ତି । ଖବରରୁ ଜଣାଯାଏ ଯେ ବାଙ୍ଗାଲୋର୍ ରୁ ଭାରତୀୟ କ୍ରିକେଟିୟର ନିଶାନ୍ତ ସିଂ ସେଖାୱତ ସଟ୍ଟାବାଜୀ ଆରୋପରେ ଗିରଫ ହୋଇଛନ୍ତି , ତାଙ୍କର ଗିରଫ କର୍ଣ୍ଣାଟକ ପ୍ରିମିୟର୍ ଲିଗ୍ ମ୍ୟାଚ୍ ଫିକ୍ସିଙ୍ଗ୍ ରେ ହୋଇଥିଲା,  ଏହି କଥାର ସୁଚନା ବାଙ୍ଗାଲୋର୍ ସଂଯୁକ୍ତ ପୋଲିସ୍ ଆୟୁକ୍ତ ଅପରାଧ ଶାଖା ଏସ୍ ପାଟିଲ୍ ଦେଇଛନ୍ତି ।

କହିଦେବୁ କି ସଂଯୁକ୍ତ୍ ପୋଲିସ୍ ଆୟୁକ୍ତ ଏସ୍ ପାଟିଲ୍ କହିଲେ କି ନିଶାନ୍ତ ସିଂ ଶେଖାୱତ ସଟ୍ଟାବାଜି ସଂମ୍ପର୍କରେ ଥିଲେ , ଓ ଖେଳାଳୀଙ୍କୁ ଫିକ୍ସ କରିବାପାଇଁ ବାଙ୍ଗାଲୋର୍ ବ୍ଲାଷ୍ଟର୍ସ ଟିମ୍ ବୋଲର୍ କୋଚ୍ ବିନୁ ପ୍ରସାଦଙ୍କୁ ସଂମ୍ପର୍କ କରିଥିଲେ,  କହିଦେବୁ କି ବିନୁ ପ୍ରସାଦ ପୂର୍ବରୁ ଫିକ୍ସିଙ୍ଗ୍ ମାମଲାରେ ଗିରଫ୍ ହୋଇସାରିଛନ୍ତି ।

ବାଙ୍ଗାଲୋର୍ ବ୍ଲାଷ୍ଟର୍ସ ଟିମ୍ ବୋଲର୍ କୋଚ୍ ବିନୁ ପ୍ରସାଦ ଓ ବ୍ୟାଟ୍ସମ୍ୟାନ୍ ବିଶ୍ୱନାଥନ ଙ୍କୁ ଗତ ସପ୍ତାହର ଶୁକ୍ରବାରକୁ ମ୍ୟାଚ୍ ଫିକ୍ସିଙ୍ଗ୍ ର ଏକ ଅଲଗା ମାମଲାରେ ଗିରଫ କରିଥିଲେ,  କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ(କେଏସ୍ ସିଏ) ଦ୍ୱାରା ସଂଚାଳିତ କେପିଏଲ୍ ଟୁର୍ଣ୍ଣାମେଣ୍ଟ ଏହି ବର୍ଷ ୧୬ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯାଇଥିଲା ।

କୋଚ୍ ଗତ ବର୍ଷ ବାଙ୍ଗାଲୋର୍ ବ୍ଲାଷ୍ଟର୍ସ ଓ ବେଲାଗାବି ପ୍ୟାନ୍ଥର୍ସ ଟିମ୍ ମଧ୍ୟରେ କେପିଏଲ୍ ଖେଳାଯାଇଥିବା ମ୍ୟାଚ୍ ରେ ପ୍ରଭାବିତ କରିବାର୍ ଆରୋପ ଅଛି , ଦ୍ୱିତୀୟ ଓ ଗତ ମାସର କର୍ଣ୍ଣାଟକ ପ୍ରିମିୟର୍ ଲିଗ୍ ଟିମ୍ ବେଲାଗବି ପ୍ୟାନ୍ଥର୍ସ ମାଲିକ ଅଶଫାକ୍ ଅଲ୍ଲୀ ଥାରା ଙ୍କୁ ସଟ୍ଟାବାଜୀ ରେ ସାମିଲ୍ ହେବାର ଆରୋପରେ ବାଙ୍ଗାଲୋର୍ ରେ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *