ଯଦି ଭୁଲ୍ ବଶତଃ କାହାକୁ ଆପଣଙ୍କ ପଇସା ଅନ୍ୟ ଏକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଯାଈଛି , ତେବେ କିପରି ହୋଇପାରିବ ଫେରସ୍ତ , ନିଶ୍ଚୟ ଜାଣିରଖନ୍ତୁ…
ବହୁତଥର ଏପରି ହୋଇଥାଏ କି ଯଦି ଆମେ କାହାକୁ ପଇସା ଟ୍ରାନ୍ସଫର କରିଛେ ତାହା ତାର ଏକାଉଣ୍ଟକୁ ଯିବା ବଦଳରେ ଅନ୍ୟ କେଉଁ ଏକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଯାଇଛି, କିନ୍ତୁ ଏହି ଅସୁବିଧାରୁ ଆପଣ ଭୟଭୀତ ହୁଅନ୍ତୁ ନାହିଂ , ଓ ନିଜକୁ ଦୋଷୀ ବୋଲି ଭାବନ୍ତୁ ନାହିଁ , ସେହି ପଇସାକୁ କିପରି ପାଇବେ ସେହି ବିଷୟରେ ଭାବନ୍ତୁ , ଏମିତିରେ ଆପଣ ଏହି କଥାରେ ଚିନ୍ତିତ ଅଛନ୍ତି କି ସେହି ପଇସାକୁ କିପରି ରିଟର୍ଣ୍ଣ ପାଇପାରିବେ , ଆଜି ଆମେ ସେହି ବିଷୟରେ ଆପଣଙ୍କୁ କହିବୁ ।ଯଦି ଆପଣଙ୍କ ପଇସା କେଉଁ କାରଣ ବଶତଃ କେଉଁ ଅନ୍ୟ ଏକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି ତେବେ ଏହାର ସୁଚନା ବ୍ୟାଙ୍କ୍ କୁ ଦିଅନ୍ତୁ , ଏହି ସୁଚନା ଆପଣ ଇମେଲ୍ କିମ୍ବା ଫୋନ୍ ଜରିଆରେ କରିପାରିବେ , କିମ୍ବା ଶାଖା ପ୍ରବନ୍ଧକଙ୍କ ସହ ଦେଖାକରି ଏହି ବିଷୟରେ ଆଲୋଚନା କରିପାରିବେ ,
କିନ୍ତୁ ଏହି କଥା ଜାଣିବା ଜରୁରୀ କି ଆପଣ ଯେଉଁ ବ୍ୟାଙ୍କ୍ ରୁ ଭୁଲ୍ ଭାବେ ପଇସା ପଠାଇଛନ୍ତି ସେହି ବ୍ୟାଙ୍କ୍ ଏହି ବିଷୟରେ ଆପଣଙ୍କୁ ସାହାଯ୍ୟ କରିପାରିବ କି ନାହିଁ , ଏଥିପାଇଁ ଆପଣଙ୍କୁ ଟ୍ରାନ୍ସଫର୍ କରିଥିବା ପଇସାର ତାରିଖ, ସମୟ, ନିଜ ଏକାଉଣ୍ଟ ନମ୍ବର, ଯେଉଁ ଏକାଉଣ୍ଟ ନମ୍ବର କୁ ପଇସା ପଠାଇଛନ୍ତି , ତାହାର ସୁଚନା ବି ରଖିବା ଜରୁରି । ଆପଣ ଯେଉଁ ବ୍ୟାଙ୍କ୍ ରେ ପଇସା ଭୁଲ୍ ରେ ପଠାଇଛନ୍ତି ସେହି ବ୍ୟାଙ୍କ୍ କୁ ଯାଆନ୍ତୁ , ବ୍ୟାଙ୍କ୍ କେବେ ନିଜ ଗ୍ରାହକଙ୍କୁ ନିଜ ବିଷୟରେ ସୁଚନା ଦେଇନଥାଏ , ଏଥିପାଇଁ ଆପଣ ସେହି ବ୍ୟାଙ୍କ୍ ର ଶାଖା ପ୍ରବନ୍ଧକ ଙ୍କୁ ଆଗ୍ରହ କରି ପଇସା ଫେରାଇବାକୁ କୁହନ୍ତୁ ।
ଆପଣ ଯେଉଁ ଏକାଉଣ୍ଟକୁ ଭୁଲ୍ ଭାବରେ ପଇସା ପଠାଇଦେଇଛନ୍ତି ସେହି ବ୍ୟାଙ୍କ୍ ପଇସା ଫେରାଇବାପାଇଁ ମନା କରୁଛନ୍ତି ତେବେ ଆପଣ ଆଇନଗତ କାର୍ଯ୍ୟନୁଷ୍ଠାନ ନେଇପାରିବେ , କାରଣ ଆପଣଙ୍କ ଅପିଲ୍ ଉପରେ ବ୍ୟାଙ୍କ୍ ଖାତା ଧାରକ ବିପକ୍ଷରେ ଆଇନଗତ କାର୍ଯ୍ୟ ଉଠାଇବେ ।
ରିଜର୍ଭ ବ୍ୟାଙ୍କ୍ ନିର୍ଦ୍ଧେଶ୍ୟ ଅନୁସାରେ କେଉଁ ଖାତାଧାରକ ଭୁଲ୍ ରେ କେଉଁ ଅନ୍ୟ ଖାତାକୁ ପଇସା ଟ୍ରାନ୍ସଫର୍ କରିଥିଲେ ସେ ସେହି ବ୍ୟାଙ୍କ୍ ଏହା ପାଇଁ ଦୃଢ କାର୍ଯ୍ୟନୁଷ୍ଠାନ ଉଠାଇବେ , ଏହା ବ୍ୟାଙ୍କ୍ ର କର୍ତ୍ତବ୍ୟ ଅଟେ , ଓ ତାଙ୍କ ପଇସା ଜଲଦି ଫେରାଇବାର ବନ୍ଦୋବସ୍ତ ବି କରିବେ ।
ଅନ୍ ଲାଇନ୍ ପଇସା ପଠାଇଲା ବେଳେ ଅଧିକା ସତର୍କ କରିବା ଉଚିତ୍ , ଏଥିପାଇଁ ଆପଣ କେଉଁ ବଡ ରାଶି ଟ୍ରାନ୍ସଫର୍ କରୁଥିବା ବେଲେ ଛୋଟ ରାଶି ଟ୍ରାନ୍ସଫର୍ କରନ୍ତୁ , ଏହା ଦ୍ୱାରା ଜଣାପଡିବ କି ଆପଣ ସଠିକ୍ ବ୍ୟକ୍ତିକୁ ପଇସା ଟ୍ରାନ୍ସଫର୍ କରିଛନ୍ତି କି ନାହିଁ ।