ଯାତ୍ରୀଙ୍କ ଭରା ବସ୍ ଚାଲୁଥିବା ସମୟରେ ଡ୍ରାଇଭର୍ କୁ ଆସିଲା ହାର୍ଟ ଆଟାକ୍ , ଡ୍ରାଇଭର ଙ୍କ ଜୀବନ ଯାଇ ମଧ୍ୟ କରିଦେଲେ ଏଭଳି କାମ ଯେ ସାରା ବିଶ୍ୱାସ କରୁଛି ପ୍ରଶଂସା…
ଆଜିର ସମୟରେ ସମସ୍ତେ ନିଜ ଜୀବନ କଥା ପ୍ରଥମେ ଭାବିଥାନ୍ତି , ଅନ୍ୟ ମାନଙ୍କ ଉପରେ କଣ ନିର୍ଣ୍ଣୟ ନେବେ ଓ ତାହାର କଣ ପ୍ରଭାବ ପଡିବ ତାହାର ଫଇସଲା ନେଇ ବ୍ୟକ୍ତି ସବୁବେଳେ ନିଜର ନିରାପଦ କଥା ଚିନ୍ତା କରେ । କିଛି ଲୋକ ଏମିତି ଅଛନ୍ତି ଯିଏ ମନୁଷ୍ୟତ୍ୱର ପରିଚୟ ଦେଇ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବାପାଈଂ ନିଜ ଜୀବନର ବାଜି ଲଗାଇଦିଅନ୍ତି , ଉଦାହରଣ ପାଇଁ କିଛି ଦିନ ପୂର୍ବରୁ ଏକ ମହିଳା ତାର ଛୁଆକୁ ବଞ୍ଚାଇବାକୁ ଯାଇ ଅଟୋ ବାଲା ପାଣିରେ ଡେଇଁ ପଡିଲା , ସେ ସେହି ମହିଳାର ଜୀବନ ବଞ୍ଚାଇନେଲା କିନ୍ତୁ ନିଜେ ବୁଡିଯାଇଥିଲା , ଏହି କଡିରେ ଆଉ ଏକ ମାମଲା ଆଉଥରେ ସାମ୍ନାକୁ ଆସିଛି , ଯେଉଁଠି ଏକ ବସ୍ ଡ୍ରାଇଭର୍ ନିଜ ବସ୍ ରେ ବସିଥିବା ଯାତ୍ରୀଙ୍କ କଥା ଆଗ ଭାବିଥିଲା ,
TSRTC (ତେଲେଙ୍ଗାନା ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍) ର ୪୮ ବର୍ଷୀୟ ଚାଳକ ନିଜର ମାନବିକତା ଓ ଉପସ୍ଥିତ ବୁଦ୍ଧି ଦେଖାଇ ଏକ ମିଶାଲ୍ କାୟମ କଲେ ଓ ୟାଦିହା ନାମକ ଏକ ବସ୍ ଡ୍ରାଇଭର୍ ୨୦ ଅକ୍ଟୋବରକୁ ଦ୍ୱିପହର ସମୟରେ ଏକ ଭାରି ବସ୍ ଯାତ୍ରୀଙ୍କୁ ନେଇଯାଉଥିଲେ, କିନ୍ତୁ ତାଙ୍କୁ ୨ ବାଜି ୩୦ ମିନିଟ୍ ସମୟରେ ହୃଦ ଘାତ ପଡିଲା , ଏତେ କଷ୍ଟ ହେଉଥିବା ସତ୍ତ୍ୱେ ସେ ନିଜ କର୍ତ୍ତବ୍ୟ ପୁରା କରିବାର ନିର୍ଣ୍ଣୟ ନେଲା , ଯାତ୍ରୀମାନଙ୍କୁ ସୁରକ୍ଷିତ ମହାତ୍ମା ଗାନ୍ଧୀଙ୍କ ବସ୍ ଷ୍ଟେସନରେ ପାର୍କରେ ପାର୍କ କରାଇଦେଲା , ଏମିତି କରିବାପରେ ସେ ବେହୋସ୍ ହୋଇଗଲା ।
ସେଠାରେ ମହଜୁତ୍ ଥିବା ଲୋକ ଡ୍ରାଇଭର୍ ଙ୍କୁ ଓସ୍ମୋନିଆ ଜେନେରାଲ୍ ହସ୍ପିଟାଲ୍ ରେ ନେଇଯାଇଥିଲେ , କିନ୍ତୁ ତାଙ୍କର ଜୀବନ ବଞ୍ଚାଇପାରିଲେ ନାହିଁ, ସୁଚନା ଅନୁସାରେ କିଛି ବସ୍ ଡ୍ରାଇଭର୍ ହଡତାଳ କରିଥିଲେ, କିନ୍ତୁ ଏମିତିରେ ପରିସ୍ଥିତିରେ ୟାଦିହାଙ୍କୁ ସେହି ବସ୍ ରେ ଡ୍ରାଇଭର୍ ଭାବେ ନିଯୁକ୍ତି ଦିଆଯାଇଥିଲା , ତାହା ତାଙ୍କର ତୃତୀୟ ଟ୍ରିପ୍ ଥିଲା, କିନ୍ତୁ ସେ ଜାଣିନଥିଲେ କି ଏହା ତାଙ୍କର ଜୀବନର ଶେଷ ଟ୍ରିପ୍ ହେବ । ସେହି ବସ୍ ରେ ଥିବା କଣ୍ତକ୍ଟର ଜି ସନ୍ତୋଷଙ୍କ କହିବା କଥା କି ନିଜର ଉପସ୍ଥିତି ବୁଦ୍ଧି ସକାଶେ ଆଜି ସେ ବହୁତ ଯାତ୍ରୀଙ୍କର ଜୀବନ ବଞ୍ଚାଇଦେଇଛନ୍ତି , ତାଙ୍କର ସତର୍କତା ରୁ ବସ୍ ରେ ଥିବା ସବୁ ଯାତ୍ରୀ ବରଂ ବସ୍ ଷ୍ଟେସନରେ ଅପେକ୍ଷା କରୁଥିବା ଯାତ୍ରୀ ବି ସୁରକ୍ଷିତ ଅଛନ୍ତି , ଆମେ ତାଙ୍କ କଷ୍ଟ ଶୁଣିପାରିଲୁ , କିନ୍ତୁ ସେ ବସ୍ ଅଟକାଇନଥିଲେ , ଓ ସୁରକ୍ଷିତ ଭାବେ ରାସ୍ତା କଡରେ ଅଟକାଇଥିଲେ ,
ଜଣାଇଦେବୁ କି ଏମିତି ହୃଦ ଘାତ ପଡିଲେ ଡ୍ରାଇଭର୍ ବସ୍ ରେ ନିଜର ନିୟନ୍ତ୍ରଣ ହରାଇ ବସେ , ଏମିତିରେ ରୋଡ୍ ରେ ଯାଉଥିବା ଲୋକଙ୍କ ସହ ଯାତ୍ରୀଙ୍କର ଜୀବନ ଉପରେ ବି ବିପଦ ଆସିଥାନ୍ତା , ବସ୍ ଡ୍ରାଇଭର୍ ର ପ୍ରଶଂସା କରିବାକୁ ହେବ କି ସେ ସଠିକ୍ ସମୟରେ ବସ୍ କୁ ପାର୍କିଙ୍ଗ୍ ରେ ଲଗାଇଦେଲେ , ଓ ନିଜ ଜୀବନ ଅପେକ୍ଷା ସେ ଯାତ୍ରୀ ମାନଙ୍କର ଜୀବନ ବିଷୟରେ ଅଧିକା ଭାବିଲେ , ଆମେ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛୁ କି ଏହି ଦୁଃଖର ସମୟରେ ତାଙ୍କର ସ୍ତ୍ରୀ ସରିତା ଓ ୧୮ ବର୍ଷୀୟ ପୁଅ ଭେଙ୍କଟେଶଙ୍କୁ ଶକ୍ତି ଦିଅନ୍ତୁ , ତାହା ସହ ୟାଦହା ଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ , ଏହି ପୁରା ମାମଲା ବିଷୟରେ ଆପଣଙ୍କ କଣ ରାୟ ଅଛି ନିଶ୍ଚିତ୍ କହିବେ ।