December 26, 2024

Odia Express

Leading Odia News Portal of Odisha

ମାତ୍ର କିଛିଜଣଙ୍କ ହାତରେ ନିର୍ମିତ ହୋଇଥାଏ ଏଭଳି ସଂଯୋଗ, ଯଦି ଆପଣଙ୍କ ହାତରେ ଅଛି ତେବେ ନିଶ୍ଚିତ ପଢନ୍ତୁ…

ବେଳେବେଳେ ଲୋକଙ୍କ ସହ ଏଭଳି ହୁଏ ଯେ ତାଙ୍କର ହେଉଥିବା କାମ ବିଗିଡି ଯାଇଥାଏ ତ ସେମାନେ ସବୁବେଳେ ନିଜର ଭାଗ୍ୟକୁ ଦୋଷ ଦିଅନ୍ତି, ଏତିକି ନୁହେଁ, ଆପଣଙ୍କୁ ଏହା ମଧ୍ୟ ଜଣେଇ ଦେଉଛୁ ଯେ ଏମିତିରେ ଅନେକଥର ଏହା ମଧ୍ୟ ହୋଇଥାଏ ଯେ ଲୋକମାନଙ୍କର ନିଜ ଉପରୁ ଭରସା ତୁଟି ଯାଏ । କିନ୍ତୁ ଆପଣଙ୍କୁ ଏହା ଜଣାନାହିଁ ଯେ ଏସବୁ ସମସ୍ୟା ଆପଣଙ୍କ ଭାଗ୍ୟରୁ ନୁହେଁ ତାବଦଳେ ଆପଣଙ୍କ ଆଙ୍ଗୁଳି ଗୁଡିକ ସହ ଜଡିତ ଅଟନ୍ତି ଯାହାକୁ ଜାଣିବା ପରେ ଆପଣଙ୍କୁ ମଧ୍ୟ ବିଶ୍ବାସ ହେବ ନାହିଁ ।ଆପଣଙ୍କୁ ଜଣେଇଦେଉଛୁ ଯେ ବ୍ୟକ୍ତିଙ୍କ ଆଙ୍ଗୁଳିରୁ ତାଙ୍କ ବିଷୟରେ ବହୁତ ମହତ୍ଵପୂର୍ଣ୍ଣ କଥା ଜାଣିହୋଇଥାଏ । ଯାହାଦ୍ଵାରା ଏହାମଧ୍ୟ ଜନିହୋଇଥାଏ ଯେ ଆପଣଙ୍କ ଭାଗ୍ୟ ଚମକିବ କି ନାହିଁ ? ତେବେ ଆପଣ ଭାବୁଥିବେ ଯେ ଏହା କେମିତି ହୋଇପାରିବ ଓ ଯଦି ଏଭଳି ହୋଇଥାଏ ତେବେ ଏହା ଜାଣିବା ନିମନ୍ତେ ଜ୍ୟୋତିଷଙ୍କ ନିକଟକୁ ଯିବାକୁ ହେବ , କିନ୍ତୁ ଏଥିପାଇଁ ଆପଣଙ୍କୁ କେଉଁଆଡେ ଯିବାକୁ ପଡିବ ନାହିଁ, ଆପଣ ଘରେ ବସି ମଧ୍ୟ ଜାଣିପାରିବେ ।

ପ୍ରକୃତରେ, ଭାଗ୍ୟର ଧନୀ ସେହି ଲୋକମାନଙ୍କୁ କୁହାଯାଏ , ଯେଉଁମାନଙ୍କର କାମ ଚୁଟକିରେ ହୋଇଯାଏ । ଯେଉନମାନଙ୍କୁ ସଫଳତା ଗୋଟିଏ ପ୍ରଚେଷ୍ଟାରେ ହିଁ ମିଳିଯାଏ। ସେହିଭଳି ଆପଣଙ୍କୁ ଜଣେଇଦେଉଛୁ ଯେ ଶରୀରର ନିର୍ମାଣ ଶୈଳୀରେ ହାତର ଆଙ୍ଗୁଳିଗୁଡିକ ଜରିଆରେ ମନୁଷ୍ୟର ବ୍ୟକ୍ତିତ୍ବର ପରିଚୟ ମିଳିପାରିବ ଓ ଏବିଷୟରେ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ଆପଣଙ୍କ ଅଗୁଳି ଗୁଡିକ ଆପଣଙ୍କ ବିଷୟରେ ଅନେକ ରହସ୍ୟ କହିଥାଏ । ଆଜି ଆମେ ଆପଣଙ୍କୁ ତର୍ଜନୀ ଓ ଅନାମିକା ଆଙ୍ଗୁଳି ବିଷୟରେ ଜଣେଇବୁ ।

ତର୍ଜନୀ ଆଙ୍ଗୁଳି ଅନାମିକା ଠାରୁ ବଡ ହେବା – ସର୍ବପ୍ରଥମେ ଆପଣଙ୍କୁ ଏହା ଜଣେଇଦେଉଛୁ ଯେ ଯେଉଁ ବ୍ୟକ୍ତିଙ୍କର ତର୍ଜନୀ ଆଙ୍ଗୁଳି ଅନାମିକା ଆଙ୍ଗୁଳି ଠାରୁ ବଡ ହୋଇଥାଏ ସେହି ମନୁଷ୍ୟ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ଏତିକି ନୁହେଁ ଏପରି ଲୋକମାନେ ସବୁବେଳେ କିଛି ନା କିଛି ନୂଆ ଶିଖିବାର ଆଗ୍ରହ ରଖନ୍ତି , ଓ ଏମାନେ ସବୁବେଳେ ନିଜର କାର୍ଯ୍ୟ କରିଚାଳନ୍ତି। ଏହି ଲୋକମାନେ ଜୀବନରେ କେତେବଡ ବିପଦରେ ପଡନ୍ତୁ ପଛେ ସବୁବେଳେ ହସୁଥିବେ ।

ଅନାମିକା ଆଙ୍ଗୁଳି ତର୍ଜନୀ ଆଙ୍ଗୁଳି ଠାରୁ ବଡ ହେବା – ଜଣେଇଦେଉଛୁ ଯେ ଯେଉଁ ଲୋକମାନଙ୍କର ଅନାମିକା ଆଙ୍ଗୁଳି ତର୍ଜନୀ ଠାରୁ ବଡ ହୋଇଥାଏ ସେମାନେ ଅଳ୍ପ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ କ୍ରୋଧ ବହୁତ ଶୀଘ୍ର ଆସେ । କିନ୍ତୁ ଏମାନେ କାହାର କ୍ଷତି କରନ୍ତି ନାହିଁ । ଏମାନଙ୍କ କ୍ରୋଧ ମାତ୍ର କିଛି ମୂହୁର୍ତ୍ତ ପାଇଁ ରହେ। ଏହି ଲୋକମାନେ କେବଳ ସ୍ଵପ୍ନ ଦେଖନ୍ତିନି ତାହାକୁ ପୁରା କରନ୍ତି ମଧ୍ୟ ।

ତର୍ଜନୀ ଓ ଅନାମିକା ସମାନ ହେବା – ପ୍ରକୃତରେ ଆପଣଙ୍କୁ ଜଣେଇଦେଉଛୁ ଯେ ଯେଉଁ ଲୋକଙ୍କର ଏହି ଦୁଇ ଆଙ୍ଗୁଳି ସମାନ ଥାଏ, ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତ, ଏଭଳି ଲୋକଙ୍କୁ ସମାଜରେ ମାନସମ୍ମାନ ମିଳିଥାଏ , କିନ୍ତୁ ଏମାନଙ୍କୁ ଯଦି କିଏ ଉସୁକେଇ ଦିଏ, ତ ବହୁତ ଅଧିକ କ୍ରୋଧ କରନ୍ତି। ଏତିକି ନୁହେଁ ଏଭଳି ଲୋକମାନେ ବାତ୍ୟା ପୂର୍ବର ଶାନ୍ତି ଭଳି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *